Home Top News କୁମ୍ଭକର୍ଣ୍ଣ ନିଦ୍ରା: ଶୋଇବାରେ ରେକର୍ଡ଼ କଲେ ମହିଳା! ଜିତିଲେ ୬ ଲକ୍ଷ!

କୁମ୍ଭକର୍ଣ୍ଣ ନିଦ୍ରା: ଶୋଇବାରେ ରେକର୍ଡ଼ କଲେ ମହିଳା! ଜିତିଲେ ୬ ଲକ୍ଷ!

77

ନୂଆ ଦିଲ୍ଲୀ ୭-୯ (ଓଡ଼ିଆ ପୁଅ) କିଏ କେବେ ଭାବିଥିବେ ଶୋଇଲେ ବି ମିଳିବ ଛଅ ଲକ୍ଷ ଟଙ୍କା! ଆଜ୍ଞା ହଁ, କ୍ରମାଗତ ୧୦୦ ଦିନରୁ ଅଧିକ ଶୋଇ ରେକର୍ଡ଼ କରିଛନ୍ତି ଏହି ମହିଳା। ପ୍ରତିଯୋଗିତାରେ ଜିତିଛନ୍ତି ୬ ଲକ୍ଷ ଟଙ୍କା।
ସୂଚନାଯୋଗ୍ୟଯେ, ଏକ ଶୋଇବା ପ୍ରତିଯୋଗିତାରେ ତ୍ରିପର୍ଣ୍ଣା ଚକ୍ରବର୍ତ୍ତି ନାମକ ଜଣେ ଯୁବତୀ ସାଢ଼େ ଚାରି ଲକ୍ଷ ଲୋକଙ୍କୁ ପରାସ୍ତ କରି ଏକ ରେକର୍ଡ ସୃଷ୍ଟି କରିଛନ୍ତି। ୬ ଲକ୍ଷ ଟଙ୍କା ପୁରସ୍କାର ମଧ୍ୟ ପାଇଛନ୍ତି। ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲାର ତ୍ରିପର୍ଣ୍ଣା। ତ୍ରିପର୍ଣ୍ଣା କହିଛନ୍ତି ଯେ, ଯେତେବେଳେ ସେ ୱେବସାଇଟରେ ଅନଲାଇନ୍ ମାଧ୍ୟମରେ ଜାଣିବାକୁ ପାଇଲେ ଯେ ସମଗ୍ର ଭାରତ ସ୍ତରରେ ଏଭଳି ଏକ ନିଦ୍ରା ପ୍ରତିଯୋଗିତା ଆୟୋଜନ କରାଯାଉଛି। ସେ ଏହି ପ୍ରତିଯୋଗିତାରେ ଭାଗ ନେବାକୁ ଆବେଦନ କଲେ। ଏହି ପ୍ରତିଯୋଗିତାରେ ମୋଟ ୪.୫ ଲକ୍ଷ ଆବେଦନ ଗ୍ରହଣ କରାଯାଇଥିଲା ଯେଉଁଥିରେ ୧୫ ଜଣ ପ୍ରାର୍ଥୀ ଚୟନଙ୍କୁ ଫାଇନାଲ ପାଇଁ ଚୟନ କରାଯାଇଥିଲା। ଏଥିମଧ୍ୟରୁ ୪ ଜଣଙ୍କୁ ଅନ୍ତିମ ଚରଣରେ ପ୍ରତିଯୋଗିତାର ବିଜେତା ହେବାକୁ ମନୋନୀତ କରାଯାଇଥିଲା। ଫାଇନାଲ୍ ରେ ଚାରିଜଣଙ୍କୁ ପରାସ୍ତ କରି ସର୍ବାଧିକ ନିଦ ଥିବା ବ୍ୟକ୍ତିଙ୍କ ଟାଇଟଲ୍ ଜିତିଥିଲେ। ପ୍ରତି ପ୍ରତିଯୋଗୀତା ପାଇଁ ପ୍ରତ୍ୟେକ ଅଂଶଗ୍ରହଣକାରୀଙ୍କୁ ଏକ ମାଟ୍ରେସ ଏବଂ ଏକ ସ୍ଲିପିଂ ଟ୍ରାକର୍ ପ୍ରଦାନ କରାଯାଇଥିଲା। ଏହି ପ୍ରତିଯୋଗିତାରେ ତ୍ରିପର୍ଣ୍ଣା ୧୦୦ ଦିନ ୯ ଘଣ୍ଟା ଶୋଇ ଏକ ରେକର୍ଡ ସୃଷ୍ଟି କରିଛନ୍ତି। ସେଥିପାଇଁ ସେ ଏହି ପ୍ରତିଯୋଗିତାରେ ବିଜୟିନୀ ହୋଇଛନ୍ତି ଏବଂ ଏଥି ପାଇଁ ତାଙ୍କୁ ୬ ଲକ୍ଷ ଟଙ୍କା ପୁରସ୍କାର ମଧ୍ୟ ମିଳିଛି। ତାଙ୍କୁ ୧ ଲକ୍ଷ ଟଙ୍କାର ୬ ଟି ଚେକ୍ ପ୍ରଦାନ କରାଯାଇଛି। ତ୍ରିପର୍ଣ୍ଣା ଚକ୍ରବର୍ତ୍ତୀ କହିଛନ୍ତି ଯେ, ପିଲାଦିନରୁ ସେ ନିଦ୍ରାକୁ ଭଲପାଆନ୍ତି ଏପରିକି ସେ ବୋର୍ଡ଼ ପରୀକ୍ଷାରେ ଶୋଇପଡିଥିଲେ। ସେ ବର୍ତ୍ତମାନ ଆମେରିକାର ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ କାର୍ଯ୍ୟ କରୁଛନ୍ତି ଏବଂ ଘରୁ ୱାର୍କ ଫ୍ରମ ହୋମ କରୁଛନ୍ତି। ଏଥିପାଇଁ ତାଙ୍କୁ ରାତିରେ କାମ କରିବାକୁ ପଡୁଛି ଏବଂ ସେ ଦିନସାରା ଶୋଇ ନିଦ୍ରା ପୂରଣ କରନ୍ତି। ଏବେ ସେ ଏହି ପ୍ରତିଯୋଗିତାରେ ଜିତିଥିବାରୁ ବହୁତ ଖୁସି ଅଛନ୍ତି ଏବଂ ଏଥିପାଇଁ ଗର୍ବିତ ଅନୁଭବ କରୁଛନ୍ତି।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.