ବାଲିଗୁଡା, ୨୬/୧୨ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ଣଣୀଗାଁ ଥାନା ଅଞ୍ଚଳରେ ପାରିବାରିକ କଳହକୁ ନେଇ ଜଣେ ମହିଳା କୀଟନାଶକ ପିଇ ପ୍ରାଣ ହରାଇଥିବା ଜଣାପଡ଼ିଛି। ମୃତା ମହିଳା ହେଲେ ହାତୀମୁଣ୍ଡା ପଞ୍ଚାୟତ ଦାଦାରାଡ଼ି ଗାଁର ଶୁକଦେବ ପ୍ରଧାନଙ୍କ ସ୍ତ୍ରୀ ଚଞ୍ଚଳା। ସୂଚନାଯୋଗ୍ୟ, ବୁଧବାର ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣରୁ କଳହ ହୋଇଥିଲ। ଏଥିରେ ଉତ୍କ୍ଷିପ୍ତ ହୋଇ ଚଞ୍ଚଳା କୀଟନାଶକ ପିଇ ଦେଇଥିଲେ। ଏହାପରେ ପରିବାର ଲୋକେ ତାଙ୍କୁ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଖବର ପାଇ ଦାରିଙ୍ଗବାଡ଼ି ପୋଲିସ ପହଞ୍ଚି କେସ ନଂ. ୧୪/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ସବ- ଇନ୍ସପେକ୍ଟର ଅନିଲ କୁମାର ଦେବତ୍ତା ପ୍ରକାଶ କରିଛନ୍ତି।