Home ଓଡ଼ିଶା ବଡ ଦିନ ଉପଲକ୍ଷେ ଯୋଡା ରୋଟାରୀ କ୍ଲବ ପକ୍ଷରୁ ଅସହାୟଙ୍କୁ କମ୍ବଳ ବଣ୍ଟନ

ବଡ ଦିନ ଉପଲକ୍ଷେ ଯୋଡା ରୋଟାରୀ କ୍ଲବ ପକ୍ଷରୁ ଅସହାୟଙ୍କୁ କମ୍ବଳ ବଣ୍ଟନ

204

ଯୋଡା, ୨୬/୧୨ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ୨୫ ଡିସେମ୍ବର ବିଶ୍ୱର ସବୁଠାରେ ପ୍ରଭୁ ଯୀଶୁଙ୍କ ଆବିର୍ଭାବ ନେଇ ଏକ ଆନନ୍ଦ ଉଲ୍ଲାସର ଉତ୍ସବ ପାଳନ କରାଯାଇଥାଏ । କେକ୍ କାଟି ଇସାଇ ଧର୍ମାବଲମ୍ବୀ ଲୋକେ ନିଜର ପ୍ରିୟ ଜନଙ୍କୁ ଆପ୍ୟାୟିତ କରିଥାନ୍ତି । ତେବେ ଏହି ଅବସରରେ ଯୋଡା ରୋଟାରୀ କ୍ଲବ ପକ୍ଷରୁ ଏକ ଭିନ୍ନ ଢଙ୍ଗରେ ଏହି ବଡ ଦିନ ପାଳନ କରିଥିବା ଦେଖିବାକୁ ମିଳିଛି । ସ୍ନେହ, ପ୍ରେମ, ସଦ୍ଭାବନା ମାନବୀକତାର ଦିଗଦର୍ଶନ ବହନ କରି ଆସୁଥିବା ସାନ୍ତା କ୍ଲସ୍ଙ୍କ ବେଶରେ ରୋଟାରୀ କ୍ଲବର କର୍ମକର୍ତ୍ତାମାନେ ବିଳମ୍ବିତ ରାତି୍ରିରେ ଯୋଡା ବସ୍ ଷ୍ଟାଣ୍ଡ, ସୁପର ମାର୍କେଟ, ରାଧାକୃଷ୍ଣ ମନ୍ଦିର, କଳାପାହାଡ ଛକ, ଏସ୍.ବି.ଆଇ. ଛକ ପ୍ରଭୁତି ଅଞ୍ଚଳରେ ଫୁଟପାଥରେ ଏହି ହାଡଭଙ୍ଗା ଶୀତରେ ଫୁଙ୍ଗୁଳା ଶୋଇଥିବା ଗରିବ ଲୋକମାନଙ୍କୁ କମ୍ବଳ ବଣ୍ଟନ କରି ଏକ ଉଦାହରଣ ସୃଷ୍ଟି କରିଥିଲେ । ଯୋଡାରେ ହାଡ ଭଙ୍ଗା ଶୀତରେ ପାରଦ ୫ ଡିଗ୍ରୀକୁ ଖସିଆସୁଥିବା ବେଳେ କେତେକ ଗରିବ ଅସହାୟ ଲୋକ ଶୀତରେ ରାତି ସାରା ଥରୁଥିବା ଓ କେତେକ ନିଆଁ ଜାଳି ସକାଳ ପର୍ଯ୍ୟନ୍ତ ବସିରହିଥିବା ଦେଖିବାକୁ ମିଳିଥାଏ । ଏହି କମ୍ବଳ ବଣ୍ଟନ ଦ୍ୱାରା ସେମାନେ ବେସ୍ ଉପକୃତ ହୋଇପାରିଛନ୍ତି । ଗତ ବର୍ଷ ମଧ୍ୟ ରୋଟାରୀ କ୍ଲବ ପକ୍ଷରୁ ଏହି କାର୍ଯ୍ୟକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରୋଟାରୀ କ୍ଲବର ସଭାପତି ରୋଟାରୀଆନ ସିଦ୍ଧାର୍ଥ ସାରଥି କର ଓ ସମ୍ପାଦକ ରୋଟାରୀଆନ ଜିତେନ୍ଦ୍ର ବୈଦ୍ୟଙ୍କ ସହିତ ରୋଟାରୀଆନ ବି.ଡି. ସାହୁ, ପ୍ରକାଶ ମହାନ୍ତି , ସ୍ୱରୁପ ପଣ୍ଡା, ସୁନିଲ ବାଷୋତିଆ, କିଶନ କୁମାର ଗୁପ୍ତା ପ୍ରମୁଖ ଯୋଗଦେଇଥିଲେ । ରୋଟାରୀଆନ ସୁନିଲ ବାଷୋତିଆ ସାନ୍ତା କ୍ଲସ୍ ବେଶରେ ଏଥିରେ ସହଯୋଗ କରିଥିଲେ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.