Home ଜିଲ୍ଲା ପରିକ୍ରମା ଶ୍ରୀକ୍ଷେତ୍ର ଶିଶୁ ସାହିତ୍ୟ ସଂସଦର ରାଜ୍ୟସ୍ତରୀୟ ସମ୍ମିଳନୀ

ଶ୍ରୀକ୍ଷେତ୍ର ଶିଶୁ ସାହିତ୍ୟ ସଂସଦର ରାଜ୍ୟସ୍ତରୀୟ ସମ୍ମିଳନୀ

110

ପୁରୀ, ୨୬/୧୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ରାଜ୍ୟ ସରକାରଙ୍କ ପକ୍ଷରୁ ଶିଶୁ ସାହିତ୍ୟ ଏକାଦମି ଗଠନ କରାଯାଉ। ସ୍ନାତକ ଓ ସ୍ନାତକୋତର ପାଠ୍ୟକ୍ରମରେ ଶିଶୁ ସାହିତ୍ୟ ପ୍ରଚଳନ ହେଉ। ନୂଆ କରି ସତ୍ୟବାଦୀରେ ଖୋଲିବାକୁ ଥିବା ଓଡିଶା ବିଶ୍ୱବିଦ୍ୟାଳୟରେ ଶିଶୁ ସାହିତ୍ୟର ସ୍ୱତନ୍ତ୍ର ବିଭାଗ ଖୋଲିବାକୁ ଆଜି ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ଶ୍ରୀକ୍ଷେତ୍ର ଶିଶୁ ସାହିତ୍ୟ ସଂସଦର ୨୭ତମ ବାର୍ଷିକୋତ୍ସବ ତଥା ରାଜ୍ୟସ୍ତରୀୟ ଶିଶୁ ସାହିତ୍ୟିକ ସମ୍ମିଳନୀରେ ବକ୍ତାମାନେ ମତ ଦେଇଛନ୍ତି। ଏହା ସହ ଶିଶୁ ସାହିତ୍ୟ ଉପରେ ଉଚ୍ଚତର ଗବେଷଣା ନିମନ୍ତେ ପ୍ରୋତ୍ସାହନ, ଶିଶୁ ଲେଖାର ନିୟମିତ ପ୍ରକାଶନ, ଶିଶୁମାନଙ୍କ ପାଇଁ ବିଭିନ୍ନ ସ୍ଥାନରେ କଣ୍ଢେଇ ଘର ଓ ଶିଶୁ ପାଠାଗାର ଖୋଲିବାକୁ ବକ୍ତାମାନେ ଆଜିର ରାଜ୍ୟସ୍ତରୀୟ ଶିଶୁ ସାହିତ୍ୟ ସମ୍ମିଳନୀରେ ଦାବି ଉପସ୍ଥାପନ କରିଥିଲେ। ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଓଡିଶା ସାହିତ୍ୟ ଏକାଦମିର ସଭାପତି କବି ହରିହର ମିଶ୍ର ମୁଖ୍ୟ ଅତିଥି ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ବିଜୟ କୁମାର ନାୟକ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ସଂସଦର ସଭାପତ ପ୍ରାଣକୃଷ୍ଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ସାହୁତ୍ୟିକ ବୀରେନ୍ଦ୍ର ମହାନି ଅତିଥି ପରିଚୟ ପ୍ରଦାନ କରିଥିଲେ। ପୂର୍ବତନ ନଗରପାଳ ସୁରେନ୍ଦ୍ରନାଥ ଦାସ ସ୍ୱାଗତ ଭାଷଣ ଦେଇଥିଲେ। ସାହିତ୍ୟିକ ଶ୍ୟାମ ପ୍ରକାଶ ସେନାପତି ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ସଂପାଦକ ମହେନ୍ଦ୍ର ବିଶୋୟୀ ସଂପାଦକୀୟ ବିବରଣୀ ପାଠ କରିଥିଲେ। ସମାରୋହରେ ଶିଶୁ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କେନ୍ଦ୍ର ସାହିତ୍ୟ ଏକାଦମି ପୁରସ୍କାରପ୍ରାପ୍ତ ଶିଶୁ ସାହିତ୍ୟ ବୀରେନ୍ଦ୍ର କୁମାର ସାମନ୍ତରାୟଙ୍କ ସମେତ ଶିଶୁ ସାହିତ୍ୟିକ ଡକ୍ଟର ରାମଚନ୍ଦ୍ର ନାୟକ, ଭାସ୍କର ଚନ୍ଦ୍ର ଦାସ, ଗୋକୁଳ ବିହାରୀ ପୃଷ୍ଟି, ସନ୍ତୋସ କୁମାର ଶତପଥୀ, ସବିତା ଭୋଇ, ଭାଗୀରଥି ସିଂହ ସୁମନ୍ତ ମହାରଣା ଙ୍କୁ ଶିଶୁ ସାହିତ୍ୟ ସମ୍ମାନ ରେ ସମ୍ମାତିତ କରାଯାଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.