Home ଜିଲ୍ଲା ପରିକ୍ରମା କିଶୋର ନ୍ୟାୟ ଓ ପୋକସୋ ଦୁଇଦିନିଆ କର୍ମଶାଳା ଉଦ୍‌ଯାପିତ

କିଶୋର ନ୍ୟାୟ ଓ ପୋକସୋ ଦୁଇଦିନିଆ କର୍ମଶାଳା ଉଦ୍‌ଯାପିତ

28

ଭଦ୍ରକ, ୨୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ପୋଲିସ କାର୍ଯ୍ୟାଳୟ ପରିସରରେ ଦୁଇଦିନ ବ୍ୟାପି ଶିଶୁ (କିଶୋର ନ୍ୟାୟ, ପୋକସୋ) ଆଇନ ଓ ଅନ୍ୟାନ୍ୟ ଆଇନ ସଂପର୍କିତ କର୍ମଶାଳା ଉଦ୍‌ଯାପିତ ହୋଇଯାଇଛି। ଏହି ଅବସରରେ ଅତିରିକ୍ତ ଆରକ୍ଷୀ ଅଧ୍ୟକ୍ଷ ଯତୀନ କୁମାର ପଣ୍ଡା, ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଡ. ସୁଦର୍ଶନ ବାରିକ, ଡି.ଏସ୍‌.ପି.ଏଚ୍‌.ଆର.ପି.ସି. ଶ୍ରୀନିବାସ ମହାନ୍ତି ପ୍ରମୂଖ ଯୋଗଦାନ କରି ଦ୍ୱିତୀୟ ଓ ଉଦ୍‌ଯାପନୀ ଦିବସର ଅଂଶଗ୍ରହଣକାରୀ ମାନଙ୍କୁ କର୍ମଶାଳାର ସାରତତ୍ତ୍ୱ ଅଭିଭାଷଣ ପ୍ରଦାନ କରିଥିଲେ। ଆରକ୍ଷୀ ଅଧୀକ୍ଷକ ଚରଣ ସିଂ ମୀନା ଉଦ୍‌ଘାଟନ କରିଥିବା ବେଳେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଉଦ୍‌ଯାପନ ସଭାରେ ଅଂଶଗ୍ରହଣ କରିଥିଲେ। ବିଷୟ ବିଷାରଦ ରୂପେ ଆଇନଜୀବି ଚିତ୍ତରଂଜନ ମହାନ୍ତି ତଥା ଶିଶୁ ମଙ୍ଗଳ କମିଟି ସଦସ୍ୟ କଟକ ଯୋଗଦାନ କରି ପ୍ରତିଯୋଗୀମାନଙ୍କୁ ବିଷଦ ରୂପେ ପୋକସୋ ଆଇନ, ଅଂଶଗ୍ରହଣକାରୀ ମାନଙ୍କ ଭୂମିକା ସମ୍ବନ୍ଧରେ ଆଲୋକପାତ କରିଥିଲେ।

ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ ଖୋଲା ମଞ୍ଚ ଆଲୋଚନାରେ ପ୍ରଶିକ୍ଷାର୍ଥୀ ମାନଙ୍କର ପ୍ରଶ୍ନର ଉତ୍ତର ରଖିଥିବା ବେଳେ ଆଇନ ପ୍ରୋବେସନ ଅଧିକାରୀ ସୁବ୍ରତ ଦାସ ଆଇନର ଦିଗ ଓ ଅଂଶୀଦାର ମାନଙ୍କ ଭୂମିକା ସମ୍ବନ୍ଧରେ ଅଂଶଗ୍ରହଣ କାରୀଙ୍କର ସନ୍ଦେହ ମୋଚନ କରିଥିଲେ। ଆଲୋଚନାରେ ଶିଶୁ ମାନଙ୍କ ପାଇଁ ସମସ୍ତେ ଶିଶୁ ମୈତ୍ରୀ ଅନୁକୂଳ ପରିବେଶ ସୃଷ୍ଟି କରିବା ସହ ସେମାନଙ୍କ ସହ ମୈତ୍ରୀଭାବ ପୋଷଣ କରିବା ଉଚିତ୍ ବୋଲି ପ୍ରତିଶୃତି ଦେଇଥିଲେ। ସମାପିତ କର୍ମଶାଳାରେ ସମସ୍ତ ଥାନାର ପୋଲିସ ମଂଗଳ ଅଧିକାରୀ, ଗାଇଡ଼ଲାଇନ୍ ଶିଶୁ ଅନୁଷ୍ଠାନର କର୍ମକର୍ତ୍ତା, ବିଭିନ୍ନ ଅନୁଷ୍ଠାନର ପରାମର୍ଶଦାତା, ଶିଶୁ ବିକାଶ ବିଭାଗ ପ୍ରମୂଖ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମକୁ ପୋଲିସ କାର୍ଯ୍ୟାଳୟ ପକ୍ଷରୁ ଦୁର୍ଗାଚରଣ ମହାନ୍ତି, ମନ୍ଦାକିନୀ ମହାନ୍ତି ସମତେ ଶିଶୁ ସୁରକ୍ଷା ବିଭାଗ ଓ ଶିଶୁ ଅନୁଷ୍ଠାନ ପକ୍ଷରୁ ଚିନ୍ମୟ ପଣ୍ଡା, ଦେବସ୍ମିତା ମହାନ୍ତି, ସଂବିତ ମହାନ୍ତି, ସ୍ୱାଗତିକା ବାରିକ୍‌, ଜ୍ୟୋତିପ୍ରକାଶ ପତି ପ୍ରମୂଖ ସହଯୋଗ କରିଥିଲେ। ପରିଶେଷରେ ଶିଶୁ ସୁରକ୍ଷା ବିଭାଗର ଆନୁଷ୍ଠାନିକ ଅଧିକାରୀ ବିଶ୍ୱନାରାୟଣ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.