Home ଜିଲ୍ଲା ପରିକ୍ରମା ଇପିଏଫ୍ ପେନ୍‌ସନ୍ ଆସୋସିଏସନର ପ୍ରଧାନମନ୍ତ୍ରୀଙ୍କୁ ଚିଠି

ଇପିଏଫ୍ ପେନ୍‌ସନ୍ ଆସୋସିଏସନର ପ୍ରଧାନମନ୍ତ୍ରୀଙ୍କୁ ଚିଠି

22

ଭଦ୍ରକ, ୨୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ସଂସ୍ଥା ଓ କଳକାରଖାରେ ଚାକିରି କରି ଦେଶ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରି ଅବସର ପରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଇପିଏଫ୍‌ରୁ ମାସିକ ସ୍ୱଳ୍ପ ପେନ୍‌ସନ ପାଉଥିବା ବରିଷ୍ଠ ନାଗରିକମାନେ ଆଜି ୩ଦଫା ଦାବି ସମ୍ବଳିତ ଦାବିକୁ ପୋଷ୍ଟକାର୍ଡ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ପଠାଇଛନ୍ତି। ମାସିକ ସର୍ବନିମ୍ନ ପେନସନ ୯ ହଜାର ଟଙ୍କା ଓ ମହଙ୍ଗା ଭତ୍ତା ପ୍ରଦାନ, ଊଚ୍ଚ ବେତନ ଓ ଉଚ୍ଚ ନ୍ୟାୟାଳୟଙ୍କର ନିଷ୍ପତ୍ତି ଆଧାରରେ ବର୍ଦ୍ଧିତ ପେନ୍‌ସନ ଓ ସରକାରୀ ଚିକିତ୍ସା ବୀମା ପାଇଁ ଚିଠିରେ ଅନୁରୋଧ କରାଯାଇଛି। ଆଜି ଭଦ୍ରକ ଜିଲ୍ଲା ଇପିଏପ୍ ପେନ୍‌ସନ ଆସୋସିଏସନ ପକ୍ଷରୁ ସଭାପତି କୁଞ୍ଜବିହାରୀ ନାୟକ, ଉପସଭାପତି ଜଗତାନନ୍ଦ ମହାନ୍ତି ଓ କୁଞ୍ଜ ବିହାରୀ ସିଂ, ସମ୍ପାଦକ ଅକ୍ଷୟ କୁମାର ମହାପାତ୍ର, ସହସମ୍ପାଦକ ମନୋରଞ୍ଜନ ନାୟକ ଓ ପ୍ରମାଦ କୁମାର ଛତର, ଉପଦେଷ୍ଟା ଡ. ରମେଶ ଚନ୍ଦ୍ର ନାୟକ, କୋଷାଧ୍ୟକ୍ଷ ଆନନ୍ଦ ଚନ୍ଦ୍ର ପଣ୍ଡା, ସୁରେନ୍ଦ୍ର କୁମାର ମହାନ୍ତି, ରାମଚନ୍ଦ୍ର ପଣ୍ଡା, ଉପେନ୍ଦ୍ର ପରିଡ଼ା, ହୃଷିକେଶ ବାରିକ, ଅର୍ଜୁନ ଜେନା, ମାୟାଧର ପାଣିଗ୍ରାହୀ, ଚିନ୍ତାମରି ଖୁଣ୍ଟିଆ, ଶ୍ୟାମସୁନ୍ଦର ନାୟକ, ଅକ୍ଷୟ କୁମାର ପାଢୀ, କୁମୁଦ ସ୍ୱାଇଁ ପ୍ରମୁଖ ଶତାଧିକ ପେନ୍‌ସନଧାରୀ ଏହି ଦାବି ସମ୍ବଳିତ ପୋଷ୍ଟକାର୍ଡ ପ୍ରଦାନ କରିଥିଲେ। ଦାବି ପୂରଣ ନହେଲେ ଦେଶ, ରାଜ୍ୟ, ସମସ୍ତ ଆର୍‌.ଡି.ସି. କାର୍ଯ୍ୟାଳୟ, ଇପିଏଫ୍ ଅଫିସ ସମ୍ମୁଖରେ ବିକ୍ଷୋଭ, ସଂସଦ ଆଗରେ ଗଣଧାରଣା ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ବାସୁଦେବପୁର, ଭଣ୍ଡାରିପୋଖରୀ, ଧାମନଗର ବ୍ଳକ ସମେତ ଜିଳ୍ଳଶର ବିଭିନ୍ନ ଅଞ୍ଚଳରୁ ଶତାଧିକ ପେନ୍‌ସନଭୋଗୀ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.