Home ଜିଲ୍ଲା ପରିକ୍ରମା କିଶୋର ନଗର ବ୍ଲକ ବିଜେଡି ପକ୍ଷରୁ ଜନସଚେତନତା ଅଭିଯାନ

କିଶୋର ନଗର ବ୍ଲକ ବିଜେଡି ପକ୍ଷରୁ ଜନସଚେତନତା ଅଭିଯାନ

262

ଆଠମଲ୍ଲିକ,୩/୧0(ଓଡ଼ିଆ ପୁଅ/ଜିତେନ୍ଦ୍ର ସାହୁ): ଅନୁଗୋଳ ଜିଲ୍ଲା କିଶୋର ନଗର ବ୍ଲକ ବିଜେଡି ପକ୍ଷରୁ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ବ୍ୟାପି ଅକ୍ଟୋବର ଦୁଇ ତାରିଖରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଜନସଚେତନତା କାର୍ଯ୍ୟକ୍ରମରେ କରୋନା ମହାମାରିକୁ କିପରି ପ୍ରତିହତ କରାଯିବ ଲୋକମାନଙ୍କୁ ସେ ବିଷୟରେ ସଚେତନ କରାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି l ସେହି ପରିପ୍ରେକ୍ଷୀରେ କିଶୋର ନଗର ବ୍ଲକ ଅଧ୍ୟକ୍ଷା ବବିତା ପ୍ରଧାନ ଏବଂ ବ୍ଲକ ବିଜେଡି ସଭାପତି କୁମୁଦ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ବାମୁର ଗାନ୍ଧୀଜୀଙ୍କ ମୂର୍ତ୍ତିରେ ମାଲ୍ୟାର୍ପଣ କରି ଏକ ଶୋଭାଯାତ୍ରାରେ ବାମୁର ଗ୍ରାମ ଭ୍ରମଣ କରାଯାଇଥିଲା ଏବଂ ସାଧାରଣ ଲୋକଙ୍କୁ ମାକ୍ସ ବଣ୍ଟନ କରିବା ସହ କରୋନା ଦାଉରୁ ରକ୍ଷା ପାଇବା ପାଇଁ ସ୍ଲୋଗାନ ମାଧ୍ୟମରେ ସଚେତନତା କରାଇ ଥିଲେ l ଅନ୍ୟମାନଙ୍କ ମଧ୍ୟରେ ତିମିର ନାଏକ,କାଳନ୍ଦୀ ଚରଣ ପ୍ରଧାନ,ସରୋଜ ବିଶ୍ୱାଳ ଏବଂ ଅନ୍ୟ କର୍ମକର୍ତ୍ତା ଯୋଗ ଦେଇ ସଚେତନତା କାର୍ଯ୍ୟକ୍ରମକୁ ତ୍ବରାନିତ କରିଥିଲେ l

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.