Home କଟକ କିଶନନଗର ଥାନା ପରିସରରୁ ଗଛ କଟା ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତଦାବି

କିଶନନଗର ଥାନା ପରିସରରୁ ଗଛ କଟା ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତଦାବି

60

କିଶନ ନଗର, ୧୧/୦୭ (ଓଡ଼ିଆ ପୁଅ/ଅଭୟ ଜେନା )କିଶନ ନଗର ଥାନା ପରିସରରୁ ମୂଲ୍ୟବାନ ଗଛ କଟା ଘଟଣା। ଉଚ୍ଚ ଅଧିକାରୀ ଚୁପହୋଇ ବସିଥିବା ଓ ରାତି ଅଧିଆ ମୂଳ ତାଡି ପ୍ରମାଣ ନଷ୍ଟ ଉଦ୍ୟମହେଉଥିବା ଅଭିଯୋଗ ହେଉଛି। କିଶନନଗର ଥାନା ପରିସରରୁ ବେଆଇନ ଭାବେ ଗଛ କଟାଯିବା ନେଇ ଗତ ୩ ଦିନ ଧରି ଗଣ ମାଧ୍ୟମରେ ଖବର ପ୍ରସାରିତ ହେଉଛି। ଏଥିରେ ଉଚ୍ଚ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସହ କାର୍ଯ୍ୟାନୁଷ୍ଠାନ ଦାବି ମଧ୍ୟ ହେଉଛି। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ପୁଲିସ ଉଚ୍ଚ କର୍ତ୍ତୃପକ୍ଷ ଚୁପ ହୋଇ ବସି ରହିଥିବା ବେଳେ ବନ ବିଭାଗ ଅଧିକାରୀ ବି ହାତବାନ୍ଧି ବସିଛନ୍ତି। ରାତି ଅଧିଆ ଜେସିବି ଲଗାଇ କଟା ଯାଇଥିବା ଗଛର ମୂଳ ତାଡି ପ୍ରମାଣ ନଷ୍ଟ ଉଦ୍ୟମ କରାଯାଇଥିବା ଜଣାପଡିଛି।ସୂଚନା ମୁତାବକ କିଶନନଗର ଥାନା ପରିସରରେ ଥିବା ପ୍ରାୟ ୩-୪ଫୁଟ ଗୋଲେଇ ର କେତେକ ଦେବଦାରୁ, ଶାଗୁଆନ ଓ ଅନ୍ୟାନ୍ୟ ଗଛ କଟାଯାଇ ଥିବା ଦେଖିବାକୁ ମିଳିଛି। ଶାଗୁଆନ କାଠ ଥାନା ପରିସରରେ ପଡି ଥିବାବେଳେ ଅନ୍ୟ କାଠ ଗୁଡିକ ର ପତ୍ତା ମିଳୁନାହିଁ। କେବଳ ମୂଳ ରହିଛି।

ଅନ୍ୟପଟେ ମଧ୍ୟ ରାତ୍ର ବେଳେ ଥାନା ପଛପଟ ଗେଟ ଦେଇ ଏକ ଜେସିବି ଆଣି ଏହି ମୂଳ କୁ ତାଡି ପ୍ରମାଣ ନଷ୍ଟ ଉଦ୍ୟମ ହୋଇଥିବା ଜଣାପଡିଛି। ଏପରି ପରିସ୍ଥିତିରେ ବିନା ଅନୁମତିରେ ଜୀବନ୍ତ ଗଛ କାଟିବା, ଏହାକୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବା, ମୂଳ ତାଡି ପ୍ରମାଣ ନଷ୍ଟ ଉଦ୍ୟମ କରିଥିବା କିଶନନଗର ଥାନା ଆଇଆଇସି ଙ୍କୁ ବିଭାଗୀୟ ଉଚ୍ଚ ଅଧିକାରୀ ଘଣ୍ଟ ଘୋଡାଉଥିବା

ଅଭିଯୋଗ ହୋଇଛି।ଏହି କାଠ ଥାନା ପଛପଟ ଗେଟ ଦେଇ ବାହାରକୁ ନିଆ ଯାଇଥିବା ଓ ସେଗୁଡିକୁ ଟ୍ରାକ୍ଟର ରେ ଲଦି କେଉଁଆଡ଼େ ନିଆଯାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ତେବେ ଥାନା ପରିସରରେ ଜଙ୍ଗଲିଆ ପରିବେଶ ସୃଷ୍ଟି କରୁଥିବା କିଛି ଛୋଟ ଗଛ ସଫା କରା ଯାଇଥିବା ଆଇଆଇସି ସସ୍ମିତା ରଣା କହିଛନ୍ତି। ଥାନା ପରିସରକୁ ସଫା କରାଯିବା ଆଳରେ ଯେଉଁଭଳି ଭାବେ ଜୀବନ୍ତ ଗଛ କାଟି ଦିଆଗଲା ତାହା ସ୍ଥାନୀୟ ଲୋକଙ୍କୁ ବିସ୍ମିତ କରିଛି।ଘଟଣା ର ତଦନ୍ତ ନିମନ୍ତେସାଧାରଣ ରେ ଦାବିହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.