Home କଟକ ଆବାସ ଯୋଜନାରେ ଦୁର୍ନୀତି : ବିଜେପି ପକ୍ଷରୁ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଆବାସ ଯୋଜନାରେ ଦୁର୍ନୀତି : ବିଜେପି ପକ୍ଷରୁ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

59

ସାଲେପୁର : ୧୧/୭ (ଓଡ଼ିଆ ପୁଅ/ଅଭୟ ଜେନା) କେନ୍ଦ୍ରର ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ଓଡ଼ିଶାରେ ଚଞ୍ଚକତା କରୁଛି ବିଜେଡି। ନେତାଙ୍କ ଚାପରେ ଅଯୋଗ୍ୟ ହିତାଧିକାରୀ ଓ ଦଳୀୟ କର୍ମୀଙ୍କୁ ଅଗ୍ରାଧିକାର ଭିତ୍ତିରେଆବାସ ଯୋଜନାରେ ସାମିଲ କରୁଛନ୍ତି ସରକାରୀ ବାବୁ, ଏଭଳି ଅଭିଯୋଗ ଆଣି ବିଜେପି ପକ୍ଷରୁ ଆଜି ସାଲେପୁର ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବା ସହ ଘେରାଉ ମଧ୍ୟ କରିଥିଲା ବିଜେପି। ସାଲେପୁରର ପୂର୍ବତନ ବିଧାୟକ ତଥା କଟକ ଜିଲ୍ଲା ବିଜେପି ସଭାପତି ପ୍ରକାଶ ବେହେରାଙ୍କ ନିର୍ଦ୍ଦେଶରେ ଏହି ବିକ୍ଷୋଭ ଆୟୋଜନ ହୋଇଥିବା ବେଳେ ଏଥିରେ ବିଜେପିର ବରିଷ୍ଠ କାର୍ଯ୍ୟକର୍ତ୍ତା କୁଞ୍ଜ ମୋହନ ସେଠୀ, ସନ୍ତୋଷ ଭୂୟାଁ, ମହମଦ ଅସଲମ, ରଘୁପତି ରାଉତ, ସୁଜିତ କୁମାର ମହାରଣା, ଜଗଦିଶ କର, ପୂର୍ଣ୍ଣିମା ବସ୍ତିଆ, ବହୁ ଯୁବ ସଙ୍ଗଠକ ଓ କର୍ମୀ ଏହି ବିକ୍ଷୋଭରେ ଯୋଗ ଦେଇଥିଲେ।ବିଜେଡି ସରକାରଙ୍କ ଦୁର୍ନୀତି ବିରୁଦ୍ଧରେ ବକ୍ତବ୍ୟ ରଖିବ୍ଲକ କର୍ତ୍ତୃପକ୍ଷ ଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.