Home ଓଡ଼ିଶା କିଛି ସମୟ ପରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ – ଏହିପରି ପାଇପାରିବେ ଆପଣଙ୍କ...

କିଛି ସମୟ ପରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ – ଏହିପରି ପାଇପାରିବେ ଆପଣଙ୍କ ରେଜଲ୍ଟ

300

କଟକ, ୨୯।୭ (ଓଡ଼ିଆ ପୁଅ) : ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ। ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ, ଷ୍ଟେଟ୍‌ ଓପନ୍‌ ସ୍କୁଲ୍‌ ସାର୍ଟିଫିକେଟ୍‌ ଓ ସଂସ୍କୃତ ମଧ୍ୟମା ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ।

ଆଜି ପୂର୍ବାହ୍ନ ୧୧ ଟା ୩୦ରେ ବୋର୍ଡର ଦୁଇଟି ୱେବସାଇଟ୍ http://bseodisha.ac.in ଓ http://bseodisha.nic.in ରେ ଉପଲବ୍ଧ ହେବ।

ପରୀକ୍ଷାର୍ଥୀମାନେ OR01 ସ୍ପେସ୍‌ ଦେଇ ନିଜର ରୋଲ୍‌ ନମ୍ବର ଲେଖି ୫୬୭୬୭୫୦ ନମ୍ବରକୁ ମେସେଜ୍‌ କଲେ ସେମାନଙ୍କ ପରୀକ୍ଷା ଫଳ ମୋବାଇଲ୍‌ ମେସେଜ ଜରିଆରେ ପାଇପାରିବେ।

ଅନ୍ୟପକ୍ଷରେ ରେଜଲ୍ଟ ଜାଣିବାରେ ସହାୟତା ପାଇଁ ବୋର୍ଡ କାର୍ଯ୍ୟାଳୟରେ ଏକ କଣ୍ଟ୍ରୋଲ୍ ରୁମ୍ ଖୋଲା ରହିବ ବୋଲି ବୋର୍ଡ କହିଛି।

କଣ୍ଟ୍ରୋଲ୍ ରୁମ୍ ପାଇଁ ବୋର୍ଡ ପକ୍ଷରୁ ଦୁଇଟି ଫୋନ୍ ନମ୍ବର ୦୬୭୧-୨୪୧୨୦୫୯ ଏବଂ ୦୬୭୧-୨୪୧୨୦୬୦ ଜାରି କରାଯାଇଛି।

ଏହି କଣ୍ଟ୍ରୋଲ ରୁମ୍ ଆସନ୍ତା ୨୯ ତାରିଖରୁ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଖୋଲା ରହିବ।

ଦିନ ୧୧ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଉପରୋକ୍ତ ଦୁଇ ନମ୍ବରରେ ଫୋନ କରି ରେଜୱ୍ଟ ଜାଣିପାରିବେ ଛାତ୍ରଛାତ୍ରୀ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.