Home ଓଡ଼ିଶା କାହା ସ୍ୱାର୍ଥରେ ଭିଆଇପି ରାସ୍ତାରେ ଭାରିଯାନ ଚଳାଚଳକୁ ଦିଆଗଲା ଅନୁମତି, ବଢୁଛି ଦୃର୍ଘଟଣା ସହ ଜନ...

କାହା ସ୍ୱାର୍ଥରେ ଭିଆଇପି ରାସ୍ତାରେ ଭାରିଯାନ ଚଳାଚଳକୁ ଦିଆଗଲା ଅନୁମତି, ବଢୁଛି ଦୃର୍ଘଟଣା ସହ ଜନ ଅସନ୍ତୋଷ

161

ହରିଚନ୍ଦନପୁର,ତା ୨୯ ଜୁଲାଇ,(ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ଲାଇପି ଲାଇନି କୁଆଯାଉଥିବା ନରଣପୁର ଠାରୁ ବ୍ରାହ୍ମଣୀପାଳ ଭିଆଇପି ରାସ୍ତା ଏବେ ପାଲଟିଛି ମରଣଜନ୍ତା । ପ୍ରଶାସନର ଅନୁମତି କ୍ରମେ ୩ଦିନ ହେଲା ଏହି ରାସ୍ତାରେ ହଜାର ହଜାର ଲୁହାପଥର ପରିବହନ ବିଭିନ୍ନ ଚକିଆ ଟ୍ରକ ଯାତାୟାତ କରୁଛି । ଯାହାକୁ ନେଇ ନରଣପୁର ଠାରୁ ବ୍ରହ୍ମଣୀପାଳ ପର୍ଯ୍ୟନ୍ତ ସମସ୍ତ ଅଞ୍ଚଳର ଜନସାଧାରଣ ଚାଷ ଓ ବିଭିନ୍ନ କାର୍ଯ୍ୟରେ ଯିବାଆସିବା କରିବାରେ ବାଧା ସୃଷ୍ଟି ହେଉଛି । ଖବର ଅନୁଯାୟୀ ୨୦ନମ୍ବର ଜାତୀୟ ରାଜପଥର ଆନନ୍ଦପୁର ବେଲବାହାଳି କୁଶେଇ ପୋଲର ମରାମତି ନିମନ୍ତେ ଉକ୍ତ ରାଜପଥ ଉପରେ ସମସ୍ତ ଗାଡି ମଟର ଯାନକୁ ୪ଦିନ ପାଇଁ ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଛି । ସରକାରଙ୍କ ରାଜସ୍ୱ ବୃଦ୍ଧି ନା ଟ୍ରକ ମାଲିକଙ୍କୁ ମାଲେମାଲ କରିବା ପାଇଁ କାହାସ୍ୱାର୍ଥରେ ଜନସାଧାରଣଙ୍କ ଜୀବନ ଜୀବିକା ଉପରେ ଦୃଷ୍ଟି ଦିଆନଯାଇ ପ୍ରଶାସନ ପକ୍ଷରୁ ନରଣପୁର ଠାରୁ ବ୍ରାହ୍ମଣୀପାଳ ଭିଆଇପି ରାସ୍ତାରେ ଭାରିଯାନ ଚଳାଚଳ କରିବାକୁ ଅନୁମତି ପ୍ରଦାନ କରାଗଲା ତାହାକୁ ନେଇ ଜନସାଧାରଣରେ ଉଠୁଛି ବଡ ପ୍ରଶ୍ନ । । ଭିଆଇପି ରାସ୍ତାର ମାନ୍ୟତା ପାଇଥିବା ଏହି ରାସ୍ତାରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ କରୁଥିବା ଯାନ ବ୍ୟାତିତ ଅନ୍ୟ କୈାଣସି ଭାରି ପଣ୍ୟବାହୀ ଯାନ ଚଳାଚଳକୁ ପ୍ରଶାସନ ପକ୍ଷରୁ ନିଷେଧ କରାଯାଇଥିଲା । ହେଲେ ଲୋକଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ନରଣପୁର-ବ୍ରାହ୍ମଣୀପାଳ ରାସ୍ତାରେ ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାରେ ଲୁହାପଥର ସହ ଅନ୍ୟାନ ସାମଗ୍ରୀ ପରିବହନ ଭାରିଯାନ ଟ୍ରକ ଚଳାଚଳ କରୁଛନ୍ତି । ଯାହା ଫଳରେ ନରଣପୁର ଠାରୁ ଚଣ୍ଡିଖୋଲ ପ୍ରର୍ଯ୍ୟନ୍ତ ରାସ୍ତା ଜାମ ହୋଇରହୁଥିବା ବେଳେ ଅତୀ ଆବଶ୍ୟକୀୟ ଯାନ ତଥା ଆମ୍ବୁଲାନ୍ସ, ଖୀର ଗାଡି, ଭଳି ଜରୁରୀକାଳିନ ଗାଡିଗୁଡିକ ଯାତାୟତରେ ବାଧା ସୃଷ୍ଟି ହେଉଥିବା ନଜିର ରହିଛି । ଏଥିସହ ନରଣପୁର ଠାରୁ ହରିଚନ୍ଦନପୁରକୁ ମାତ୍ର ୩୦ କି.ମି ରାସ୍ତାକୁ ଅତିକ୍ରମ କରିବା ପାଇଁ ବର୍ତମାନ ୪ରୁ ୫ ଘଣ୍ଟା ସମୟ ଲାଗୁଛି । ଏହି ରାସ୍ତାରେ ଭାରିଯାନ ଚଳାଚଳକୁ ପ୍ରଶାସନ ପକ୍ଷରୁ ଅନୁମତି ମିଳିବା ପରେ ହରିଚନ୍ଦନପୁର ଠାରୁ ଘଟଗାଁ ଓ ହରିଚନ୍ଦନପୁର ଠାରୁ ବାରାହାଟିପୁରା ଦେଇ ଢେଙ୍କିକୋଟ ରାସ୍ତାରେ ଶହଶହ ଭାରିଯାନ ଚଳାଚଳ କରୁଥିବା ଦେଖିବାକୁ ମିଳିଛି । ଏହି ସବୁ ରାସ୍ତାରେ ଭାରିଯାନ ଚଳାଚଳ ଯୋଗୁଁ ରାସ୍ତାର ଅବସ୍ଥା ଖରାପ ହେବା ସହ ଛୋଟ ବଡ ଦୃଘଟଣା ବୃଦ୍ଧି ପାଇବାକୁ ବସିଛି, ଯାହାକୁ ନେଇ ଦିନକୁ ଦିନ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି । ତେଣୁ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ଯଥାଶୀଘ୍ର ଏହି ରାସ୍ତା ଗୁଡିକରେ ଅତ୍ୟାଆବଶ୍ୟକୀୟ ଯାନ ବ୍ୟାତିତ ଲୁହାପଥର ପରିବହନ ଯାନକୁ ବନ୍ଦ କରିବା ପାଇଁ ଜନସାଧାରଣ ସହ ବୃଦ୍ଧିଜୀବି ମହଲରେ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.