Home ଓଡ଼ିଶା ଇଟା ବୋଝେଇ ଟ୍ରାକ୍ଟର ଓଲଟି ୨ ଶ୍ରମିକଙ୍କ ମୃତ୍ୟୁ; ୪ ଶ୍ରମିକ ଆହତ

ଇଟା ବୋଝେଇ ଟ୍ରାକ୍ଟର ଓଲଟି ୨ ଶ୍ରମିକଙ୍କ ମୃତ୍ୟୁ; ୪ ଶ୍ରମିକ ଆହତ

422

କୋରାପୁଟ ୧୩-୦୨ ଓଡିଆ ପୁଅ /ରଂଜନ କୁମାର ଦାସ)ଏକ ଇଟା ବୋଝେଇ ଟ୍ରାକ୍ଟର ଓଲଟି ପଡିବା ଦ୍ୱାରା ୨ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଶ୍ରମିକ ଆହତ ହୋଇଥିବା ଜଣାପଡିଛି। ଦାମନଯୋଡି ଇନଟାକ ରାସ୍ତା ନିକଟରେ ଥିବା ଇଟାଭାଟିରୁ ଇଟା ବୋଝେଇ କରି ଏକ ଟ୍ରାକ୍ଟର ସୁନାବେଡା ରାସ୍ତାରେ ଯାଉଥିବା ବେଳେ ଘାଟଗୁଡା ଠାରେ ଗାଡିଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା।ଟ୍ରାକ୍ଟରରେ ୬ ଜଣ ଶ୍ରମିକ ଥିଲେ।ଓଲଟି ପଡିବା ଦ୍ୱାରା ଘଟଣାସ୍ଥଳରେ ସେମିଲିଗୁଡା ବ୍ଲକ ଅନ୍ତର୍ଗତ ମୁଖିବିଡେଇର ସୁବାସ ଧାଙ୍ଗଡାମାଝି ମୃତ୍ୟୁବରଣ କରିଥିଲେ।ଗୁରୁତର ଆହତ ଭାସ୍କର ମୁଦୁଲି କୋରାପୁଟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।ଚିକିତ୍ସାଧିନ ଅବସ୍ଥାରେ ଭାସ୍କରର ମୃତ୍ୟୁ ହୋଇଥିଲା।ପରିବାର ଲୋକ ନ ପହଂଚିବା ପୂର୍ବରୁ କାହିଁକି ମୃତଦେହ ପୋଲିସ ଉଠାଇଲା ବୋଲି କହି ପରିବାର ଲୋକେ କୋରାପୁଟଠାରେ ଅସନ୍ତୋଷବ୍ୟକ୍ତ କରିଥିଲେ ଓ କୋରାପୁଟ ଟାଉନଥାନା ପୋଲିସ ପହଂଚିବା ପରେ ପରିସ୍ଥିତି ନିୟନ୍ତ୍ରଣ ହୋଇଥିଲା।୨ ଟି ମୃତ୍ୟୁଦେହ କୋରାପୁଟ ଶବ ବ୍ୟବଛେଦ ଗୃହରେ ରଖାଯାଇଥିବା ବେଳେ ଆସନ୍ତାକାଲି ଶବ ବ୍ୟବଛେଦ କରାଯିବ ବୋଲି ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.