Home ଓଡ଼ିଶା  କାରଖାନା ମଲିକାଣୀଙ୍କୁ ଅଟକରଖିଲେ କର୍ମଚାରୀ

 କାରଖାନା ମଲିକାଣୀଙ୍କୁ ଅଟକରଖିଲେ କର୍ମଚାରୀ

400

ଯାଜପୁର୪ା୧୨(ଓଡିଆ  ପୁଅ/ବିରଞ୍ଚିନାରାୟଣ ପତ୍ରୀ) ରାଜ୍ୟରେ ଶିଳ୍ପନଗର ଭାବେ ମାନ୍ୟତା ପାଇଥିବା ଯାଜପୁର ଜିଲ୍ଲା କଳିଙ୍ଗନଗରରେ ଆଜି କର୍ମଚାରୀ ମାନେ ଦିର୍ଘ ମାସର ନିଜର ପାରିଶ୍ରମିକ ନପାଇ ଶେଷରେ କାରଖାନା ମାଲିକାଣୀଙ୍କୁ ତାଙ୍କ ଗେଷ୍ଟହାଉସ ସମ୍ମୁଖରେ ଘେରାଉ କରି ବାହାରକୁ ବାହାର ନକରିଦେବା ଦେଖିବାକୁ ମିଳିଛି । ମୋ ଓଡିଶାବାସୀଙ୍କ ସୁଖ ସମୃଦ୍ଧି କଥା ସବୁବେଳେ ଚିନ୍ତା କରୁଥିବା ବିଜୁବାବୁଙ୍କ ଦ୍ୱାରା  ଜନ୍ମ ନେଇଥିବା କଳିଙ୍କ ନଗର ଆଜି ସରକାର ଓ ସ୍ଥାନୀୟ ରାଜନେତାଙ୍କ ପାଇଁ କର୍ମଚାରୀ ମାନେ କାରଖାନା ମାନଙ୍କରେ କାର୍ଯ୍ୟକରି ପ୍ରାପ୍ୟ ନପାଇ ଛଟେଇ ହେଉଥିବା ଗତ ୧ ବର୍ଷ ହେଲା ଦେଖିବାକୁ ମିଳିବାବେଳେ ଉକ୍ତ ସମସ୍ୟା ସରକାରଙ୍କ ଦୃଷ୍ଟିଗୋଚର ନହେବା କର୍ମଚାରୀ ମାନଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଖବରରୁ ପ୍ରକାଶ ଯେ କଳିଙ୍ଗନଗର ମଇଥାନ ଇସ୍ପାତ କାରଖାନାର କର୍ମଚାରୀମାନେ ଦୀର୍ଘଦିନ ହେବ ଦରମା ନମିଳିବାରୁ ମାଲିକାଣୀଙ୍କ ଗେଷ୍ଟହାଉସ ସମ୍ମୁଖରେ ଥିବା ଗେଟ ଆଗରେ ଧାରଣା ଦେଇଛନ୍ତି। ଦଶମାସର ଦରମା ଓ ୨ବର୍ଷର ବୋନସ ଦାବିରେ କାରଖାନାର ମାଲିକାଣୀଙ୍କୁ ଘେରାଉ କରିବା ଦେଖାଯାଇଛି । ଗେଷ୍ଟ ହାଉସ ଭିତରେ ମାଲିକାଣୀ ଗତକାଲି ଠାରୁ ବାହାରକୁ ବାହରି ପାରି ନଥିଲେ। ଏବେ ସୁକିନ୍ଦା ବିଧାୟକ ପ୍ରୀତିରଂଜନ ଘଡ଼େଇଙ୍କ ସହିତ କିଛି ପ୍ରତିନିଧି ଗେଷ୍ଟହାଉସ ମଧ୍ୟକୁ ଆଲୋଚନା ପାଇଁ ଯାଇଥିବା ସୁଚନା ମିଳିଛି। ଆଜି ଆନ୍ଦୋଳନସ୍ଥଳରେ ଜଣେ ଯୁବକ କିରୋସିନ ଢାଳି ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ତାଙ୍କୁ ହେପାଜତକୁ ନେଇଛି। କଳିଙ୍ଗନଗର ଅତିରିକ୍ତ ଏସପି ଉପସ୍ଥିତ ରହି ଘଟଣାକୁ ନିୟନ୍ତ୍ରଣ କରୁଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.