Home ଓଡ଼ିଶା ଏସେଲ ଓ ରୁଙ୍ଗଟା ଖଣିରେ ଧାରଣା, ଆମକୁ ଖଣିରେ କାମ ଦିଅ, ନହେଲେ ବିଷ ଦେଇ...

ଏସେଲ ଓ ରୁଙ୍ଗଟା ଖଣିରେ ଧାରଣା, ଆମକୁ ଖଣିରେ କାମ ଦିଅ, ନହେଲେ ବିଷ ଦେଇ ମାରିଦିଅ

191

ାା ଯୋଡା, ୦୪/୧୨ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ବୁଧୁବାର ଦିନ ଜୁରୁଡିସ୍ଥିତ ଏସେଲ ଖଣି ଏବଂ ଜଜାଙ୍ଗସ୍ଥିତ ରୁଙ୍ଗଟା ଖଣିରେ କର୍ମ ନିଯୁକ୍ତି ଦାବିରେ ଯୋଡା ଖଣି ମଣ୍ଡଳ ଅଧିନ ଜଜାଙ୍ଗ, ଜଲହରି, ଜୁରୁଡି ପଞ୍ଚାୟତର ୩ ହଜାରରୁ ଉର୍ଦ୍ଧ ବାସିନ୍ଦା ଖଣି ଫାଟକ ସମ୍ମୁଖରେ ଧାରଣାରେ ଦେଇଥିବା ଦେଖିବାକୁ ମିଳିଛି । ସେମାନେ ଦାବି କରିଛନ୍ତି ଯେ, ଆମକୁ ଖଣିରେ କାମ ଦିଅ ନଚେତ୍ ଆମକୁ ବିଷ ଦେଇ ମାରିଦିଅ । କ୍ଷୋଭର ସହ ସେମାନେ କହିଛନ୍ତି ଯେ, ଅବ୍ୟବସ୍ଥିତ ଢଙ୍ଗରେ ଖଣି କାର୍ଯ୍ୟ ଯୋଗୁଁ ଆମର ଖଣି ଗଲା, ଜଙ୍ଗଲ ଗଲା, ଚିରୋସ୍ରୋତା ଝରଣା ଗୁଡିକ ବନ୍ଦ ହେଲା, ପ୍ରଦୂଷଣ ଜନ୍ତାରେ ଆମେ ଛଟପଟ, ରାସ୍ତା ଘାଟର ଦୁରବସ୍ଥା କହିଲେ ନସରେ, ମୌଳିକ ସୁବିଧା ନାହିଁ କହିଲେ ଚଳେ, ଖଣି କମ୍ପାନୀ ମାନଙ୍କର ପାରିପାଶ୍ୱର୍ିକ ଉନ୍ନୟନ ନାମକୁ ମାତ୍ର, ବିଶ୍ୱ ଜଗତୀ କରଣର ଦ୍ୱାହି ଦେଇ ଶତ ପ୍ରତିଶତ ଯାନ୍ତ୍ରୀକ ଖଣିର ପ୍ରଚଳନ କରାଗଲା, ଶ୍ରମିକ ଛଟେଇ ହୋଇ କାମ ଧନ୍ଦା ହରାଇଲେ, ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ଜୀବିକା ନିର୍ବାହ କରୁଥିବା ଆଦିବାସୀ ମାନଙ୍କର ଜୀବିକା ଗଲା, ଯାହା କିଛି ଚାଷ ଜମି ଥିଲା ମାତ୍ରାଧିକ ପ୍ରଦୂଷଣ ଏବଂ ଜଳାଭାବରୁ ବନ୍ଧ୍ୟା ପାଲଟିଲା ଏପରିସ୍ଥଳେ ବଞ୍ଚିରହିବା ଆମ ପକ୍ଷେ ଦୁର୍ବଶ ହୋଇପଡିଛି । ଓଳିଏ ଖାଇଲେ ଓଳିଏ ଓପାସ ରହିବାକୁ ପଡୁଛି । ଖଣି ଯେମିତି ଆମ ପାଇଁ ଆଶିର୍ବାଦ ବଦଳରେ ଅଭିଶାପ ପାଲିଟିଯାଇଛି । ଏପରି ସ୍ଥଳେ ଖଣିରେ ହେଉଥିବା ପରିବହନ କାର୍ଯ୍ୟ କୌଣସି ଏକଚାଟିଆ ଠିକାଦାର ମାଧ୍ୟମରେ ନକରି ଗ୍ରାମବାସୀମାନଙ୍କ ମାଧ୍ୟମରେ କରାଯିବାକୁ ତିନୋଟି ପଞ୍ଚାୟତର ବାସିନ୍ଦାଙ୍କୁ ନେଇ ଗଠିତ୍ ମାରାଂ ବୁରୁ ଡେଭେଲପ୍ମେଣ୍ଟ କମିଟି ପକ୍ଷରୁ ଦୀର୍ଘ ୨ ବର୍ଷ ହେବ ଦାବି କରାଯାଇଆସୁଛି । ଏହି ପରିବହନ ଲାଭାଂଶରେ ଖଣି ପ୍ରଭାବିତ ତିନୋଟି ପଞ୍ଚାୟତର ଗ୍ରାମବାସୀମାନେ ଗୁଜୁରାଣ ମେଣ୍ଟାଇପାରିଥାନ୍ତେ । କମ୍ପାନୀ ବାରମ୍ବାର ସେମାନଙ୍କ ସହ ପ୍ରତାରଣ କରିଆସିଥିବା ବେଳେ ଯଦି କମ୍ପାନୀ ତାର ପ୍ରତିଶ୍ରୁତି ରକ୍ଷା କରି ନପାରେ ଆମ୍ଭେମାନେ ଧାରଣାରୁ କେବେ ହେଲେ ଓଠିବୁ ନାହିଁ । ବରଂ କମ୍ପାନୀ କିମ୍ବା ପ୍ରଶାସନ ଆମକୁ ବିଷ ଦେଇ ମାରିଦେଉ ବୋଲି କମିଟିର ସଭାପତି ଅମର ମାଝି ଗଣମାଧ୍ୟମରେ ପ୍ରକାଶ କରିଛନ୍ତି । ଏ ସଂକ୍ରାନ୍ତରେ ସେମାନେ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଜିଲ୍ଲା ପୁଲିସ ଅଧିକ୍ଷକ, ବଡବିଲ ତହସିଲଦାର, ଏସ୍ଡିପିଓ, ବାମେବାରୀ ଥାନା କୁ ଅବଗତ କରାଇବା ସହିତ ଏସେଲ ମାଇନିଙ୍ଗ ଏବଂ ରୁଙ୍ଗଟା କମ୍ପାନୀର ସାଧାରଣ ପରିଚାଳକଙ୍କୁ ଏକ ଚରମ ପତ୍ର ଲେଖିଦେଇଥିବା ଜଣାପଡିଛି । ତେବେ ଉକ୍ତ ଖଣିରେ ପୂର୍ବରୁ ଏକ ଚାଟିଆ ପରିବହନ କରୁଥିବା ଏକ ଠିକା ସଂସ୍ଥା ଶତାଧିକ ମହିଳା ପୁରୁଷଙ୍କୁ ଏକାଠି କରି ଆନେ୍ଦାଳନକାରିଙ୍କୁ ବିରୋଧ କରିବାକୁ ପ୍ରୟାଶ କରୁଥିବା ଦେଖିବାକୁ ମିଳିଥିଲା । ପରିସ୍ଥିତି ଏପରି ହୋଇଥିଲା ଯେ, ପୁଲିସକୁ ଲାଠି ଚାଳନା କରିବାର ସମ୍ଭାବନା ଦେଖାଦେଇଥିଲା । ଖବର ଲେଖାଯିବା ପର୍ଯ୍ୟନ୍ତ ଆନେ୍ଦାଳନ ଜାରି ରହିଥିବା ବେଳେ କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇନଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.