Home ଓଡ଼ିଶା କଳାହାଣ୍ଡି ରେ ଅବକାରୀ ଓ ପୋଲିସର ମିଲତ ଚଢ଼ାଉ ଦୁଇ ଗିରଫ

କଳାହାଣ୍ଡି ରେ ଅବକାରୀ ଓ ପୋଲିସର ମିଲତ ଚଢ଼ାଉ ଦୁଇ ଗିରଫ

43

କଳାହାଣ୍ଡି, ୦୯-୧୧ (ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡି ଜିଲ୍ଲା ଜୟପାଟଣା ଅଂଚଳ ରୁ ବିପୁଳ ପରିମାଣ ରେ ହାତରନ୍ଧା ଦେଶି ମଦ ମହୁଳ ପୋଚ ସହ ବାପ ପୁଅ ଓ ଅନ୍ୟ ଜଣେ ଗିରଫ କୌଣସି ସୂତ୍ର ରୁ ଖବର ପାଇ ଭବାନୀପାଟଣା ଅବକାରୀ ବିଭାଗ ଓ ଜୟପାଟଣା ଥାନା କର୍ମଚାରୀ ଜୟପାଟଣା ଥାନା ଅନ୍ତର୍ଗତ ପିପଳଗୁଡା ରେ ଚଢ଼ାଉ କରି ଅବାଧ ଦେଶି ମଦ ସହ ମହୁଳ ପୋଚ ଜବତ କରିଛନ୍ତି ଏହି ଅବାଧ ଦେଶି ମଦ କାରବାର ଲକ ଡାଉନ ସମୟରୁ କରି ଆସୁଥିଲେ ଓ ବିଭିନ୍ନ ଅଞ୍ଚଳ କୁ ଚାଲାଣ କରୁଥିଲେ ଏହି କାରବାର ରେ ଆଉ କିଛି ମାଫିଆ ସମ୍ପୃକ୍ତ ଥିବା ଜଣାପଡିଛି ଅବିକଳ ସରକାରୀ ଲୋଗୋ ଥିବା ମାଛ ଛାପ ଜରି ପାଉଚ ସହ ମଦ ପ୍ରସ୍ତୁତ କରିବା ରେ ବ୍ୟବହାର ହେଉଥିବା ମେସିନ ମଧ୍ୟ ଜବତ କରିଛି ଅବକାରୀ ବିଭାଗ ପୋଲିସ ଓ ଅବକାରୀ ବିଭାଗ ର ଅତର୍କିତ ଚଢ଼ାଉ ରେ ୨୨୦ ଲିଟର ଦେଶି ମଦ ସହ ୮୦୦ ଲିଟର ମହୁଳ ପୋଚ ଜବତ ହୋଇଥିବା ଜଣାପଡିଛି ଏହି ଚଢ଼ାଉ ରେ ଜୟପାଟଣା ଥାନା ଅଧିକାରିଣୀ ରଶ୍ମିତା ପ୍ରଧାନ ଙ୍କ ସମେତ ଭବାନୀପାଟଣା ଜୟପାଟଣା ଅବକାରୀ କର୍ମଚାରୀ ଙ୍କ ମିଳିତ ଉଦ୍ୟମରେ କରାଯାଇଛି ପିପଳଗୁଡା ଗାଁ ର ତ୍ରିନାଥ ବେଶ୍ରା ସୁରେଶ ବେଶ୍ରା ଓ ସବିଗୁଡା ଗାଁ ର ଗଣପତି ଦିଶାରୀ ତିନି ମଦ ମାଫିଆ ଙ୍କୁ ଗିରଫ କରି ତଦନ୍ତ ଜାରି ରହିଥିବା ନେଇ ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.