Home ଅପରାଧ କଳାହାଣ୍ଡି ଜିଲ୍ଲା ଜୁନାଗଡ ପୋଲିସ ପଂଝାରେ ଲୁଟେରା, ଚୋରୀ ସାମଗ୍ରୀ ଉଦ୍ଧାର, ୩ ଗିରଫ

କଳାହାଣ୍ଡି ଜିଲ୍ଲା ଜୁନାଗଡ ପୋଲିସ ପଂଝାରେ ଲୁଟେରା, ଚୋରୀ ସାମଗ୍ରୀ ଉଦ୍ଧାର, ୩ ଗିରଫ

84

କଳାହାଣ୍ଡି ୦୭-୦୯ (ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡି ଜିଲ୍ଲା ଜୁନାଗଡ ଥାନା ଅଧିନସ୍ଥ ପାଣିଗାଁ ଛକରେ ଗତ ୪ ଜୁଲାଇ ୨୦୨୦ ରେ ଲୁଟ ଘଟଣା ରେ ପୋଲିସକୁ ସଫଳତା ମିଳିଥିବା ଜଣାପଡିଛି। ଏହି ଘଟଣାରେ ଜୁନାଗଡ ପୋଲିସ ୩ ଜଣ ଦୁର୍ବୁତଙ୍କୁ ଗିରଫ କରିବା ସହିତ ଚୋରୀ ସାମଗ୍ରୀ ଉଦ୍ଧାର କରିଥିବା ପ୍ରକାଶ। ଘଟଣା ଦିନ ପାଣିଗାଁ ଛକ ପାଖରେ ଜଣେ ମଟର ସାକେଲ ଆରୋହୀଙ୍କୁ ୩ ଜଣ ଦୁର୍ବୁତ ଏକ ଆପାଚି ମଟର ସାଇକେଲ ରେ ଆସି ଲୁଟ କରି ଫେରାର ହୋଇଯାଇଥିଲେ। ଜୁନାଗଡ ପୋଲିସ ଜୁନାଗଡ ଥାନା କେଶ ନଂ- ୧୮୭/୨୦୨୦ ଆଇପିସି ଧାରା ୩୯୪ ଅନୁସାରେ ଏକ କେଶ ରୁଜ୍ଜୁ କରି ଘଟଣାର ଅନୁସନ୍ଧାନ କରୁଥିଲେ। ଏହି ଘଟଣାରେ ଜୁନାଗଡ ପୋଲିସ ୩ ଜଣ ଦୁର୍ବୁତଙ୍କୁ ଧରିବାରେ ସଫଳ ହେବା ସହ ତାଙ୍କ ଠାରୁ ନଗଦ ୫୫ଶହ ଟଙ୍କା, ଦୁଇଟି ମୋବାଇଲ ଫୋନ, ବାଜାଜ ମଟର ସାଇକେଲ ଓ ଏକ ବେଗ ଉଦ୍ଧାର କରିବା ସହିତ ଲୁଟ ଘଟଣାରେ ସଂଶ୍ଳିଷ୍ଟ ଥିବାଆପାଚି ମଟର ସାଇକେଲ ତଥା ଦୁଇଟି ଫୋନ ମଧ୍ୟ ଜବତ କରିଥିବା ଜୁନାଗଡ ଥାନା ଅଧରକାରୀ ଉତମ କୁମାର ସାହୁଙ୍କ ସୂତ୍ରରୁ ପ୍ରକାଶ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.