Home କଳାହାଣ୍ଡି କଳାହାଣ୍ଡି – ଇନ୍ଦ୍ରାବତୀ ଜଳଭଣ୍ଡାର ଲୋକଙ୍କ ପାଇଁ ଯନ୍ତ୍ରଚାଲିତ ଡଙ୍ଗା ଲୋକାର୍ପିତ

କଳାହାଣ୍ଡି – ଇନ୍ଦ୍ରାବତୀ ଜଳଭଣ୍ଡାର ଲୋକଙ୍କ ପାଇଁ ଯନ୍ତ୍ରଚାଲିତ ଡଙ୍ଗା ଲୋକାର୍ପିତ

177

କଳାହାଣ୍ଡି – ତା.୧୧.୧୧.୨୦୧୯ (ଓଡିଆପୁଅ) ଇନ୍ଦ୍ରାବତୀ ଜଳବିଦୁ୍ୟତ ଯୋଜନା ପାଇଁ ନିର୍ମିତ ଜଳଭଣ୍ଡାରରେ ଥୁଆମୂଲ-ରାମପୁର ବ୍ଲକ ଅଧିନସ୍ଥ ପାଡେପଦର ଓ ତଳନାଗୀ ପଂଚାୟତ ଦ୍ୱୟ ପାଇଁ ଦୁଇଟି ଯନ୍ତ୍ରଚାଲିତ ଡଙ୍ଗା ଲୋକାର୍ପିତ କରାଯାଇଛି । ଜଳଭଣ୍ଡାର ମଧୟରେ ଥିବା ଏହି ପଂଚାୟତ ଦୁଇଟିରେ ୧୯ ଟି ଗ୍ରାମର ପ୍ରାୟ ୫ହଜାର ଲୋକ ବସବାସ କରୁଥିବା ବେଳେ ଜଳପଥ ମଧ୍ୟରେ ଯାଆସକରି ବାହ୍ୟ ଜଗତ ସହ ସଂପର୍କ ରହୁଛି । ଏପରିକି ଦୈନନ୍ଦିନ ଜୀବନ ଜୀବିକା ପାଇଁ ମଧ୍ୟ ସେମାନଙ୍କୁ ପ୍ରତ୍ୟହ ଜଳପଥ ମଧ୍ୟରେ ଯାତାୟତ କରିବାକୁ ପଡିଥାଏ । ଦେଶି ଡଙ୍ଗା ଦ୍ୱାରା ଯାଆସ କରୁଥରବା ବେଳେ ଅତୀତରେ ଅନେଜ ଦୁର୍ଘଟଣା ହେଉଥିବା ସହିତ ଅନେକ ଧନଜୀବନ ନଷ୍ଟ ହୋଇଥିବା ମଧ୍ୟ ନଜିର ରହିଛି । ଜିଲ୍ଲାପ୍ରଶାସନ ପକ୍ଷରୁ ଗତ ୨୦୧୬ରେ ଦୁଇଟି ଡଙ୍ଗା ଯୋଗଇ ଦିଆଯôାଇଥିବା ବେଳେ ତାହା ଅଚଳ ହୋଇଯାଇଥିବା ରୁ ଲୋକେ ବହୁ ଅସୁବିଧାର ସମ୍ମୁଖିନ ହେଉଥିଲେ । ଜିଲ୍ଲା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଦ୍ୱାରା ମଂଜୁର କରି ଦୁଇଟି ଯନ୍ତ୍ରଚାଲିତ ଡଙ୍ଗା ଏବଂ ଜୀବନ ରକ୍ଷା ଜାକେଟ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଏବଂ ଲାଂଜିଗଡ ବିଧାୟକ ପ୍ରଦୀପ ଦିଶାରି ଙ୍କ ଦ୍ୱାରା ଲୋକାର୍ପିତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.