Home କଳାହାଣ୍ଡି କଳାହାଣ୍ଡିର ସର୍ବ ପୁରାତନ କଲେଜ ରେ ଅଧ୍ୟାପକ ଅଭାବ ଯୋଗୁଁ ଛାତ୍ର ଅଶାନ୍ତି ।

କଳାହାଣ୍ଡିର ସର୍ବ ପୁରାତନ କଲେଜ ରେ ଅଧ୍ୟାପକ ଅଭାବ ଯୋଗୁଁ ଛାତ୍ର ଅଶାନ୍ତି ।

133

କଳାହାଣ୍ଡି-(ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) ୦୮/୦୯.୨୦୧୮ କଳାହାଣ୍ଡି ଜିଲ୍ଲାରେ ଉଚ୍ଚ ଶିକ୍ଷାର ଉନ୍ନତି ପାଇଁ ୧୯୬୦ ମସିହାରେ ଗଠନ କରାଯାଇଥିଲା କଳାହାଣ୍ଡି ବିଜ୍ଞାନ ମହାବିଦ୍ୟାଳୟ । ସମଗ୍ର କଳାହାଣ୍ଡି ଜିଲ୍ଲା ଏବଂ ଆଖପାଖ ଅଂଚଳର ଚାତ୍ରଛାତ୍ରୀ ମାନଙ୍କ ପାଇଁ ଏହା ଏକମାତ୍ର ଉଚ୍ଚ ଶିକ୍ଷାର କେନ୍ଦ୍ର ଥିଲା । ପରବର୍ତୀ ସମୟରେ ୧୯୬୧ ମସିହାରେ ଏହାକୁ ସରକାର ହାତକୁ ନେଇଥିବା ବେଳେ ଗତ ୨୦୦୨ ମସିହାରେ ଏହି କଲେଜ ଟି ସ୍ୱୟଂଶାସିତ କଲେଜ ଭାବେ ମାନ୍ୟତା ପାଇ ସାରିଛି । ଗତ ୨୦୦୫ ମସିହାରେ ଏହା ସେଂଟର ଅଫ ପୋଟେନସିଆଲ ଏଜୁକେସନ ଭାବେ ପରିଗଣିତ ହେବା ସହିତ ଏନଏଏକ ରେ ଯୁକ୍ତ ବି ମାନ୍ୟତା ପାଇ ସାରିଛି । ଏହି ସ୍ୱୟଂଶାସିତ ମହାବିଦ୍ୟାଲୟକୁ ବିଶ୍ୱବିଦ୍ୟାଲୟ ଭାବେ ଘୋଷଣା କରିବାକୁ ସମ୍ବଲପୁର ବିଶ୍ୱବିଦ୍ୟାଲୟର ତକ୍ରାଳୀନ କୂଳପତି ମଧ୍ୟ ସୁପାରିଶ କରିଥିବା ବେଳେ ଦୀର୍ଘ ଦିନ ହେବ ଏହା କାର୍ଯ୍ୟକାରୀ କରାଯାଇପାରିନାହିଁ । ସେସମୟରେ ପ୍ରି ୟୁନିଭରସିଟି (ପି ୟୁ) ଶ୍ରେଣୀରୁ ଆରମ୍ଭ ହୋଇଥିବା ଏହି ମହାବିଦ୍ୟାଲୟଟି ଏବେ ସ୍ନାତକ ଶ୍ରେଣୀ ପର୍ଯ୍ୟନ୍ତକୁ ହଜାର ହଜାର ଛାତ୍ର ଛାତ୍ରୀ ଅଧ୍ୟୟନ କରୁଛନ୍ତି । ହେଲେ ଏହି ପୁରାତନ ଶିକ୍ଷନୁଷ୍ଠାନରେ ଆବଶ୍ୟକ ଅନୁସାରେ ଅଧ୍ୟାପକ ପଦବୀ ପୂରଣ ହୋଇପାରୁନାହିଁ । ବର୍ତମାନ ଯୁକ୍ତ ୨ ଓ ଯୁକ୍ତ ୩ ଶ୍ରେଣୀକୁ ସ୍ୱତନ୍ତ୍ର ଭାବେ ବିବେଚନା କରାଯାଉଥିବା ବେଳେ ଯୁକ୍ତ ୩ ପାଇଁ ଆବଶ୍ୟକ ୫୯ ଜଣ ଅଧ୍ୟାପକ ମଧ୍ୟରୁ କେବଳ ୧୫ ଜଣ ଅଧ୍ୟାପକ ରହିଥିବା ବେଳେ ୪୪ ଟି ପଦବୀ ଖାଲି ପଡିଛି । ସେହିପରି ଯୁକ୍ତ୨ ବିଭାଗରେ ମଧ୍ୟ ବହୁ ପଦବୀ ଖାଲି ପଡିଛି । ଫଳତଃ ଛାତ୍ରଛାତ୍ରୀ ମାନଙ୍କ ପାଠପଢାରେ ବହୁ ଅସୁବିଧା ଦେଖାଦେଉଥିବା ଛାତ୍ରଛାତ୍ରୀ ମାନେ ଅବିଯୋଗ କରିବା ସହିତ ଗତ ୭.୯.୧୮ ଶୁକ୍ରବାର ଦିନ ଏକ ବିଶାଳ ଶୋଭାଯାତ୍ରାରେ କଲେକ୍ଟୋରେଟ ପର୍ଯ୍ୟନ୍ତ ଯାଇ ମୂଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଜିଲ୍ଲାପାଳଙ୍କୁ ଏକ ସାତ ଦଫା ଦାବୀ ପତ୍ର ଦେଇଥିବା ଜଣାପଡିଛି । ସର୍ବପୁରାତନ ଏହି ଶିକ୍ଷାନୁଷ୍ଠାନରେ ଅଧ୍ୟାପକ ପଦବୀ ଖାଲି ପଡିବା ହେତୁ ଶିକ୍ଷାର ବିକାଶ ରେ ବାଧକ ସୃଷ୍ଟି ହେଉଥିବା ହେତୁ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି । ଉଚ୍ଚ କର୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବୀ ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.