Home କଳାହାଣ୍ଡି କଳାହାଣ୍ଡିରେ ବାହାରିନ ଫେରନ୍ତା ପ୍ରଥମ କରୋନା ରୋଗୀ ଚିହ୍ନଟ , ପ୍ରଶାସନ ତତ୍ପର

କଳାହାଣ୍ଡିରେ ବାହାରିନ ଫେରନ୍ତା ପ୍ରଥମ କରୋନା ରୋଗୀ ଚିହ୍ନଟ , ପ୍ରଶାସନ ତତ୍ପର

428

କଳାହାଣ୍ଡି- ତା.୦୫.୦୪.୨୦୨୦ (ଓଡିଆପୁଅ) କୋଭିଦ-୧୯ କରୋନା କଳାହାଣ୍ଡି ଜିଲ୍ଲା ରେ ପହଂଚିଯାଇଥିବା ରାଜ୍ୟ ସ୍ତାସ୍ଥ୍ୟ ବିଭାଗ ତରଫରୁ ଜଣାପଡିଛି । ସନ୍ଦିଗ୍ଧ ରୋଗୀ ବାହାରିନ ଦେଶ ଗସ୍ତ କରି ଫେରିଥିବା ଏହି ୨୯ ବର୍ଷୀୟ ଯୁବକ ଦେହରେ ସେଭଲି କିଛି ଲକ୍ଷଣ ଜଣାପଡିନଥିବା ବେଳେ ନମୁନା ପରୀକ୍ଷା ପରେ କରୋନା ପଜିଟିଭ ଥିବା ବିଭାଗୀୟ ଟ୍ୱିଟ ରୁ ଜଣାପଡିଛି । ପଶ୍ଚିମ ଓଡିଶାରେ ଏହା ପ୍ରଥମ ଘଟଣା ହୋଇଥିବା ବେଳେ ଓଡିଶାରେ କରୋନା ରୋଗୀ ସଂଖ୍ୟା ୨୧ ରେ ପହଂଚିଯାଇଥିବା ଜଣାପଡିଛି । ଧର୍ମଗଡ ନିକଟସ୍ଥ ଗୋଲାମୁଣ୍ଡା ବ୍ଲକ ଅଧିନସ୍ଥ ଖମାର ହଲଦୀ ଗ୍ରାମକୁ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ମଧ୍ୟରେ ରଖାଯାଇଥିବା ବେଳେ କଳାହାଣ୍ଡି ଜିଲ୍ଲାରେ କଡା ସତର୍କତା ମୂଲକ ପଦକ୍ଷେପ ଗ୍ରହଣ କରାଯାଇଛି । ସଂପୃକ୍ତ ଯୁବକ କେଉଁ ମାନଙ୍କ ସଂଶ୍ପର୍ଶରେ ଆସିଛନ୍ତି ଓ କେଉଁ ଆଡେଯାଇଛନ୍ତି ସେସବୁ ବିଷୟରେ ଖୋଲତାଡ କରାଯାଉଥିବା ଜଣାପଡିଛି । ଉକ୍ତ ଯୁବକ ଜଣକ ବାହାରିନରୁ ଫେରିଥିବା ବେଳେ ୧୦୪ ପଂଜୀକୃତ କରି ହୋମ କ୍ୱାରେଂଟାଇନରେ ରହିଥିବା ଜଣାପଡିଛି । ଜନସାଧାରଣ କୌଣସି ପ୍ରକାରେ ଭୟଭୀତ ନହୋଇ ନିଜ ନିଜ ଘରେ ରହିବା ପାଇଁ ଏବଂ ସାବଧାନତା ଅବଲମ୍ବନ କରିବାକୁ ପ୍ରଶାସନ ପକ୍ଷରୁ ଅପିଲ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.