Home ଅନୁଗୁଳ କଳମଛୁଇଁ ଶିଶୁମନ୍ଦିରରେ ଗୋପବନ୍ଧୁଙ୍କ ଜୟନ୍ତୀ ପାଳିତ

କଳମଛୁଇଁ ଶିଶୁମନ୍ଦିରରେ ଗୋପବନ୍ଧୁଙ୍କ ଜୟନ୍ତୀ ପାଳିତ

85

ତାଳଚେର,୯/୧୦(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ ଅନ୍ତର୍ଗତ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୪ତମ ଜୟନ୍ତୀ ନିରାଡମ୍ବର ସହକାରେ ପାଳନ କରାଯାଇଛି । କୋଭିଡ୍ କଟକଣାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ଅନୁପସ୍ଥିତିରେ ଏହି ଉତ୍ସବକୁ ବିଦ୍ୟାଳୟର ଅଳ୍ପ କିଛି ଗୁରୁଜୀ,ଗୁରୁମାଙ୍କ ଉପସ୍ଥିତିରେ ପାଳନ କରାଯାଇଥିଲା । କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ଅନୀଲ କୁମାର ଦେହୁରୀ ଅଧ୍ୟକ୍ଷତା କରିଥିଲେ । ଅତିଥି ଭାବରେ ବିଦ୍ୟାଳୟ ପରିଚାଳନା ସମିତିର ସମ୍ପାଦକ ବିଭୂତି ଭୂଷଣ ସ୍ୱାଇଁ ଯୋଗ ଦେଇ ଉତ୍କଳମଣିଙ୍କ ପ୍ରତିଛବିରେ ମାଲ୍ୟାର୍ପଣ କରିଥିଲେ । ବକ୍ତା ଭାବରେ ପ୍ରାତଃପର୍ଯ୍ୟାୟର ପର୍ଯ୍ୟାୟପ୍ରମୁଖ କୁମୁଦ ଚନ୍ଦ୍ର ବେହେରା ଯୋଗ ଦେଇ ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ଜୀବନଦର୍ଶନ ଉପରେ ଆଲୋକପାତ କରିବା ସହ ତ୍ୟାଗ ଓ ସେବାର ମୂର୍ତିମନ୍ତ ପ୍ରତୀକ ଉତ୍କଳମଣି ଥିଲେ ବୋଲି ନିଜ ବକ୍ତବ୍ୟରେ ଦର୍ଶାଇଥିଲେ । ଗୁରୁମା ରୀତା ଭୂତିଆ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଆଚାର୍ଯ୍ୟା ସବିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ସାମାଜିକ ଦୂରତାକୁ ବଜାୟ ରଖି କାର୍ଯ୍ୟକ୍ରମରେ ଗୁରୁଜୀ କିଶୋର ଚନ୍ଦ୍ର ସାହୁ,ଗୁରୁମା ସରସ୍ୱତୀ ସାହୁ,କଳ୍ପନା ସାହୁ,ରଞ୍ଜୁବାଳା ସାହୁ,ଅର୍ଚ୍ଚନା ସାହୁ, ସ୍ନେହଲତା ସ୍ୱାଇଁ,ଶାନ୍ତିପ୍ରିୟା ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.