Home ଅନୁଗୁଳ କଳମଛୁଇଁରେ ବାହୁଡା ଯାତ୍ରା ପାଳିତ

କଳମଛୁଇଁରେ ବାହୁଡା ଯାତ୍ରା ପାଳିତ

39

ତାଳଚେର, ୯/୭ (ଓଡ଼ିଆ ପୁଅ/ଅଜିତ ବେହେରା) : ତାଳଚେର ବ୍ଲକ କଳମଛୁଇଁ ଗ୍ରାମରେ ପବିତ୍ର ବାହୁଡା ଯାତ୍ରା ଆଜି ମହାସମାରୋହରେ ପାଳିତ ହୋଇଯାଇଛି। ଆଜି ଅପରାହ୍ନରେ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜକ ରମେଶ ଚନ୍ଦ୍ର ମହାପାତ୍ର ତିନି ଠାକୁରଙ୍କର ବିଧିପୂର୍ବକ ପୂଜାର୍ଚ୍ଚନା କରିଥିଲେ। ଶିକ୍ଷାବିତ୍ ଜଗନ୍ ମୋହନ ଗଡନାୟକ ଛେରା ପହଁରା କାର୍ଯ୍ୟ କରିଥିଲେ। ଅପରାହ୍ନ ଚାରିଟା ବେଳେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା। ରଥ ଟାଣିବାକୁ ଆଖପାଖ ଅଂଚଳର ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଭିଡକୁ ନିୟନ୍ତ୍ରଣ କରିବାକୁ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। କାଠ ମହାନ୍ତି ଯାତ୍ରାର ଧାରା ବିବରଣୀ ପ୍ରଦାନ କରିଥିଲେ। ଦଇତାପତି ଅକ୍ଷୟ ମହାପାତ୍ର, ବଳରାମ ରଥ, ପ୍ରଭାତ ମହାପାତ୍ର, ରୁଦ୍ର ମହାପାତ୍ର ପ୍ରମୁଖ ତିନି ଠାକୁରଙ୍କ ଗୋଟି ପହଣ୍ଡି କରି ମନ୍ଦିର ଭିତରକୁ ବିଜେ କରାଇଥିଲେ। ରଥଯାତ୍ରା ପରିଚାଳନା କମିଟିର ସମସ୍ତ ସଦସ୍ୟମାନଙ୍କ ସମେତ କଳମଛୁଇଁ ସରପଂଚ ଅନୀଲ କୁମାର ପ୍ରଧାନ ଓ ସମସ୍ତ ଗ୍ରାମବାସୀ ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.