Home କେନ୍ଦ୍ରାପଡ଼ା କଲେଜ ବାଣିଜ୍ୟ ବିଭାଗର ଟପ୍ପର ଶକ୍ତିମୟୀ ଚାଟାର୍ଡ ଆକାଉଣ୍ଟାଟ ହେବେ

କଲେଜ ବାଣିଜ୍ୟ ବିଭାଗର ଟପ୍ପର ଶକ୍ତିମୟୀ ଚାଟାର୍ଡ ଆକାଉଣ୍ଟାଟ ହେବେ

47

କେନ୍ଦ୍ରାପଡା, ୧୩ା୮ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର +୩ ବାଣିଜ୍ୟ ବିଭାଗ ସମ୍ମାନର ଛାତ୍ରୀ ଶକ୍ତିମୟୀ ପ୍ରଧାନ ଚଳିତ ବର୍ଷ ମୋଟ ୨୬୦୦ମାର୍କରୁ ୨୨୪୪ମାର୍କ ଅର୍ଥାତ ୮୬.୩୦ ପ୍ରତିଶତ ମାର୍କ ରଖି ବାଣିଜ୍ୟ ବିଭାଗର ଟପ୍ପର ହୋଇଛନ୍ତି। ମାଟ୍ରିକ ଏବଂ +୨ବାଣିଜ୍ୟ ଶ୍ରେଣୀରେ ପ୍ରଥମ ଶ୍ରେଣୀରେ ପାସ କରିଥିବା ସୁପ୍ରଭା ହେଉଛନ୍ତି ଜଣେ ମେଧାବୀ ଛାତ୍ରୀ। ସେ ହେଉଛନ୍ତି ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବାଟିପଡା ଗ୍ରାମର କାହ୍ନୁ ଚରଣ ପ୍ରଧାନ ଓ ସୂର୍ଯ୍ୟକାନ୍ତୀ ପ୍ରଧାନଙ୍କ ମଧ୍ୟମା କନ୍ୟା। ଶକ୍ତିମୟୀଙ୍କର ୨ ଭଉଣୀ ଅଛନ୍ତି। ବଡ ଭଉଣୀ ବିବାହ କରି ସାରିଥିବା ବେଳେ ଅନ୍ୟ ସାନ ଭଉଣୀ ଜଣଙ୍କ +୨ରେ ପାଠ ପଢୁଛନ୍ତି। ଶକ୍ତିମୟୀଙ୍କ ପିତା ଜଣେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ହୋଇଥିବା ବେଳେ ତାଙ୍କ ମା’ ଜଣେ ଗୃହିଣୀ ଅଟନ୍ତି। ଶକ୍ତିମୟୀ ଭବିଷ୍ୟତରେ ଜଣେ ଚାଟାର୍ଡ ଆକାଉଁଟାଣ୍ଟ ହେବାକୁ ଲକ୍ଷ୍ୟ ରଖିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.