Home ଜିଲ୍ଲା ପରିକ୍ରମା କଲର୍ଭଟ ନାହିଁ, ପିଲାଙ୍କ ପାଇଁ ବିପଦ ମୁକୁଳା ଜଳ ନିଷ୍କାସନ ପଥ

କଲର୍ଭଟ ନାହିଁ, ପିଲାଙ୍କ ପାଇଁ ବିପଦ ମୁକୁଳା ଜଳ ନିଷ୍କାସନ ପଥ

32

ଭଦ୍ରକ, ୧୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ୍ ଅଧୀନସ୍ଥ ରହଣିଆ ପଂଚାୟତର ରାଢୋ ଛକଠାରୁ ବିଦ୍ୟାଳୟ ଯାଏ ଯାଇଥିବା ରାସ୍ତାଟି ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ରାସ୍ତା ତମାମ୍ ଖାଲ ଖମାରେ ଭର୍ତ୍ତି ହୋଇଯାଇଥିବାବେଳେ ସାମାନ୍ୟ ବର୍ଷା ହେଲେ ସାଧାରଣ ଯାତାୟତ କଷ୍ଟକର ହୋଇପଡୁଛି । ଏ ନେଇ ଗତ ସପ୍ତାହରେ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିବାବେଳେ ସମସ୍ୟାକୁ ଦୃଷ୍ଟିରେ ରଖି ବିଧାୟକଙ୍କ ପ୍ରତିନିଧି ଇଂ ପ୍ରୟାସକାନ୍ତି ସାମଲଙ୍କ ପରାମର୍ଶ କ୍ରମେ ବ୍ଲକ୍ ପ୍ରଶାସନ ରାସ୍ତା ମରାମତି ପାଇଁ ୩ ଲକ୍ଷ ଟଙ୍କା ଯୋଗାଇ ଦେଇଛନ୍ତି । ମାତ୍ର ରାସ୍ତାର ମଧ୍ୟଭାଗ ଶଙ୍ଖୁଆସାହି ନିକଟରେ ଥିବା ଭଙ୍ଗା କଲର୍ଭଟ ପାଇଁ କୌଣସି ଅନୁଦାନ ମିଳିପାରିନାହିଁ । ଯାହାଫଳରେ ଏହି ରାସ୍ତା ଦେଇ ଦୈନନ୍ଦିନ ଯାତାୟତ କରୁଥିବା ବିଦ୍ୟାଳୟ ଓ ଅଙ୍ଗନୱାଡି ପିଲାଙ୍କ ପାଇଁ ଯେ ବିପଦ ସୃଷ୍ଟି କରିବ ବୋଲି ଆଶଙ୍କା ପ୍ରକାଶ ପାଇଛି । ପ୍ରାୟ ୨୦ ବର୍ଷ ତଳେ ନିର୍ମାଣ ହୋଇଥିବା ଏହି କଲର୍ଭଟର ଗୋଟିଏ ପାଶ୍ୱର୍ ଭାଙ୍ଗି ଅନେକ ମାସ ହେବ ନୟନଯୋରୀରେ ପଡିଯାଇଛି । ଏପରିକି ପଡିଥିବା ଛୋଟ ହୋମ୍ ପାଇପ୍‌ରେ ବର୍ଷାଦିନେ ସଠିକ୍ ଜଳ ନିଷ୍କାସନ ହୋଇନପାରିବାରୁ ଗାଁର ଅନେକ ସାହିର ରାସ୍ତା ମଧ୍ୟ ବୁଡିଯାଉଛି । ବିଗତ ବର୍ଷକ ମଧ୍ୟରେ ଗାଁର ସାଇକେଲ୍ ଓ ମୋଟର ସାଇକେଲ୍‌ରେ ଯାତାୟତ କରୁଥିବା କିଛି ଲୋକ ଏହି ଭଗ୍ନ କଲର୍ଭଟ ପାଇଁ ଛୋଟବଡ ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ନଜିର ମଧ୍ୟ ରହିଛି । ତେଣୁ ଏହା ଉପରେ ପ୍ରଶାସନ ଦୃଷ୍ଟି ଦେବାକୁ ଗ୍ରାମବାସୀମାନେ ନିବେଦନ କରିବା ସହ ନୂତନ ଭାବେ ଏକ ପୋଲ ନିର୍ମାଣ ପାଇଁ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.