Home ଓଡ଼ିଶା କର୍ତ୍ତାରପୁର କରିଡ଼ର ପ୍ରସଙ୍ଗରେ ଆଜି ଭାରତ-ପାକିସ୍ତାନ ଆଲୋଚନା

କର୍ତ୍ତାରପୁର କରିଡ଼ର ପ୍ରସଙ୍ଗରେ ଆଜି ଭାରତ-ପାକିସ୍ତାନ ଆଲୋଚନା

546

ନୂଆଦିଲ୍ଲୀ,୦୪/୦୯,(ଓଡ଼ିଆ ପୁଅ ପି ନାଏକ): କର୍ତ୍ତାରପୁର କରିଡ଼ର ପ୍ରସଙ୍ଗରେ ଆଜି ଭାରତ-ପାକିସ୍ତାନ ଆଲୋଚନା। ଆଜି ତୃତୀୟ ଥର ପାଇଁ ଦୁଇ ଦେଶର ପ୍ରତିନିଧି ମସ୍ତଳୀ ଆଲୋଚନା କରିବେ। ତେବେ କାଶ୍ମୀରରୁ ଧାରା ୩୭୦ ଉଛେଦ ପରେ ଏହା ପ୍ରଥମ ଆଲୋଚନା। ଅଟ୍ଟାରୀ ସୀମାର ଭାରତ ପଟେ ସକାଳ ସାଢେ ୧୦ଟାରେ ଆଲୋଚନା ହେବ। ଭାରତୀୟ ପ୍ରତିନିଧିମଣ୍ଡଳୀର ନେତୃତ୍ୱ ନେବେ ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ। ବୈଦେଶିକ ବିଭାଗ ଏବଂ ଗୃହ ବିଭାଗର ଅଧିକାରୀ ଆଲୋଚନାରେ ଉପସ୍ଥିତ ରହିବେ। ପ୍ରଥମ ପର୍ଯ୍ୟାୟରେ ଗତ ମାର୍ଚ୍ଚ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଜୁଲାଇ ୧୪ରେ ଆଲୋଚନା ହୋଇଥିଲା। ତେବେ ଗତ ସପ୍ତାହରେ ଦୁଇ ଦେଶ ମଧ୍ୟରେ ଚତୁର୍ଥ ଥର ପାଇଁ ବୈଷୟିକ ସ୍ତରୀୟ ଆଲୋଚନା ହୋଇଥିଲା। ପାକିସ୍ତାନର କର୍ତ୍ତାରପୁର ଦରବାର ସାହିବ ଓ ଭାରତର ଗୁରୁଦାସପୁରରେ ଥିବା ଡେରା ବାବା ନାନକ ମଧ୍ୟରେ କରିଡ଼ର ସ୍ଥାପନା ନେଇ ୨୦୧୮ ନଭେମ୍ବରରେ ଭାରତ ଓ ପାକିସ୍ତାନ ଘୋଷଣା କରିଥିଲେ।

୩୮ ଲକ୍ଷରୁ ଉର୍ଦ୍ଧ୍ୱ ପାଠକଙ୍କୁ ଧନ୍ୟବାଦ : ‘ଓଡ଼ିଆ ପୁଅ’ ପେଜ୍ ଭିଉଜ୍ ୫ ମିଲିୟନ୍ ଟପିଲା

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.