Home Top News କର୍ଣ୍ଣାଟକରେ ମୁସଲମାନ ବ୍ୟବସାୟୀଙ୍କ ଠେଲାରୁ ଫଳ ଫୋପାଡ଼ି ନଷ୍ଟ କଲେ ହିନ୍ଦୁ ସମର୍ଥକ

କର୍ଣ୍ଣାଟକରେ ମୁସଲମାନ ବ୍ୟବସାୟୀଙ୍କ ଠେଲାରୁ ଫଳ ଫୋପାଡ଼ି ନଷ୍ଟ କଲେ ହିନ୍ଦୁ ସମର୍ଥକ

104

ନୂଆ ଦିଲ୍ଲୀ ୧୦-୪ (ଓଡ଼ିଆ ପୁଅ) : ଶନିବାର ସନ୍ଧ୍ୟାରେ କର୍ଣ୍ଣାଟକର ଧରୱାଡର ନାଗୁକେରୀ ହନୁମାନ ମନ୍ଦିର ନିକଟରେ ମୁସଲିମ ସମ୍ପ୍ରଦାୟର ଜଣେ ଫଳ ବିକ୍ରେତାଙ୍କ ଠେଲାଗାଡ଼ିରୁ ତରଭୁଜ ସବୁ ଫୋପାଡ଼ି ନଷ୍ଟ କରିଦେଇଛନ୍ତି ହିନ୍ଦୁ ସମର୍ଥକ।

ହିନ୍ଦୁ ନାରା ଦେଇ ସେଠାରେ ପହଞ୍ଚିଥିଲେ ଏହି ସଂଗଠନର ଲୋକମାନେ। ମନ୍ଦିର ନିକଟରେ ପହଞ୍ଚିବା ମାତ୍ରେ ଏକ ମୁସଲମାନ ଠେଲା ନିକଟକୁ ଯାଇ ତରଭୁଜ ଗୁଡ଼ିକୁ ରାସ୍ତାରେ ଫିଙ୍ଗିବା ଆରମ୍ଭ କରିଦେଇଥିଲେ। ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ରିପୋରିଟ ଅନୁଯାୟୀ, ପୋଲିସ ଘଟଣାସ୍ଥଳରେ ପହଁଚିବା ପୂର୍ବରୁ ଏବଂ କିଛି ସ୍ୱାଭାବିକତା ଫେରାଇ ଆଣିବା ପୂର୍ବରୁ ଉଭୟ ପକ୍ଷ ମଧ୍ୟରେ ତୀବ୍ର ଯୁକ୍ତିତର୍କ ହୋଇଥିଲା।

ଫଳ ଦୋକାନୀ ନାବିସାବ ଗଣମାଧ୍ୟମକୁ ସାକ୍ଷାତକାର ଦେବା ସହ କହିଛନ୍ତିଯେ, ତାଙ୍କର କେତେକ ଦିନର ରୋଜଗାର ନଷ୍ଟ କରିଦେଇଛନ୍ତି।

ରିପୋର୍ଟ ଅନୁଯାୟୀ, ଅପର ପକ୍ଷରେ ହିନ୍ଦୁ ସମର୍ଥକ କାର୍ଯ୍ୟକର୍ତ୍ତାମାନେ ଅଭିଯୋଗ କରିଛନ୍ତି ଯେ, ସେମାନେ ଅନ୍ୟ ଧର୍ମର ଲୋକଙ୍କୁ ବ୍ୟବସାୟ କରିବାକୁ ଅନୁମତି ନଦେବାକୁ ପ୍ରାୟ ପନ୍ଦର ଦିନ ପୂର୍ବରୁ ମନ୍ଦିର କର୍ତ୍ତୃପକ୍ଷଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ମନ୍ଦିର ସମ୍ମୁଖରେ ବ୍ୟବସାୟ କରୁଥିବା ଲୋକଙ୍କୁ ମଧ୍ୟ କୁହାଯାଇଥିଲା। କିନ୍ତୁ ମନ୍ଦିର ସମ୍ମୁଖରେ ଥିବା ବିକ୍ରେତାମାନେ ଏହା ଶୁଣିବାରେ ବିଫଳ ହୋଇଥିଲେ।

ତେବେ ମୁସଲିମ ସମ୍ପ୍ରଦାୟର ବିକ୍ରେତା ନାବିସାବ କହିଛନ୍ତି ଯେ ଗତ ୧୫ ବର୍ଷ ଧରି ସେ ମନ୍ଦିର ସମ୍ମୁଖରେ ବ୍ୟବସାୟ କରିଆସୁଥିଲେ ଏବଂ ତାଙ୍କର ହିନ୍ଦୁ ବନ୍ଧୁମାନଙ୍କ ନିକଟରେ କୌଣସି ଆପତ୍ତି ନଥିଲା। ସଦ୍ୟତମ ଘଟଣା ତାଙ୍କୁ ଅନେକ ଚିନ୍ତାରେ ପକାଇଥିବା ସେ କହିଛନ୍ତି।

“ମନ୍ଦିର କର୍ତ୍ତୃପକ୍ଷ କିମ୍ବା କେହି ଆମକୁ ଏହି ସ୍ଥାନ ଖାଲି କରିବାକୁ ନିର୍ଦ୍ଦେଶ ଦେଇ ନାହାଁନ୍ତି। ଆମେ ହଜାରେ ଟଙ୍କାର କ୍ଷତି ସହିଛୁ ଏବଂ କିଏ ଦାୟୀ। ଜଣେ ପୋଲିସ କନଷ୍ଟେବଳ ଘଟଣାସ୍ଥଳରେ ଥିଲେ କିନ୍ତୁ ଅନେକ ଲୋକ ଥିବାରୁ ସେ ଅସହାୟ ହୋଇପଡିଥିଲେ।” ବୋଲି ପୀଡ଼ିତ କହିଛନ୍ତି।

ମନ୍ଦିରର ବରିଷ୍ଠ ପ୍ରଶାସକ କହିଛନ୍ତି ଯେ ସେମାନେ ଏହି ବିଷୟରେ ଅବଗତ ନୁହଁନ୍ତି ଏବଂ ବର୍ତ୍ତମାନ କ’ଣ ହୋଇଛି ତାହା ଜାଣିବା ପାଇଁ ବୈଠକ ଚାଲିଛି।

ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ମନ୍ଦିର କର୍ତ୍ତୃପକ୍ଷଙ୍କ ସହ ଏକ ବୈଠକ ହେବ ଏବଂ ବିସ୍ତୃତ ଅନୁସନ୍ଧାନ ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଷ୍ପତ୍ତି ନିଆଯିବ।

ଫଳର ଭଙ୍ଗାରୁଜା କରିଥିବା ସଦସ୍ୟଙ୍କ ବିରୋଧରେ ଧରୱାଡ ଗ୍ରାମୀଣ ପୋଲିସ ଏକ ମାମଲା ରୁଜୁ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.