Home କେନ୍ଦ୍ରାପଡ଼ା କର୍କଟ ରୋଗରେ ପିଡିତ ବାବୁରାମଙ୍କୁ ସରକାରୀ ସହାୟତା ଦାବି

କର୍କଟ ରୋଗରେ ପିଡିତ ବାବୁରାମଙ୍କୁ ସରକାରୀ ସହାୟତା ଦାବି

34

କେନ୍ଦ୍ରାପଡ଼ା ୨୨ ସେପ୍ଟେମ୍ବର (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଳପୁଆ ପଞ୍ଚାୟତର ସୁବଳ ଗ୍ରାମର ବାବୁରାମ ଦାସ ଜଣେ ଅତ୍ୟନ୍ତ ଗରିବ ଦିନମଜୁରିଆ। ସରକାରଙ୍କ ଆବାସ ଯୋଜନାରେ ଘର ଖଣ୍ଡିଏ ମିଳିବାତ ଦୁରର କଥା ରାସନକାର୍ଡ ଟିଏ ମଧ୍ୟ ତାଙ୍କୁ ମିଳିନାହିଁ। ଅଭାବ ଓ ଅନାଟନ ମଧ୍ୟରେ କାଳାତିପାତ କରୁଥିବା ବେଳେ କିଛିମାସ ତଳେ ହଠାତ ବାବୁରାମଙ୍କ ପାଟିରେ ଏକ ଘା ହେଲା। ସେ ଔଷଧପତ୍ର ଖାଇଲେବି ସେହି ଘା ଭଲ ହେଲାନାହିଁ। ଡାକ୍ତରଙ୍କ ପରାମର୍ଶରେ ତାଙ୍କର ପରୀକ୍ଷା କରାଯିବାରେ ତାଙ୍କୁ ମୁଖ କର୍କଟ ହୋଇଥିବା ଜଣାପଡିଥିଲା। ଚିକିତ୍ସା ପାଇଁ ତାଙ୍କର ସମସ୍ତ ସଞ୍ଚିତ ଅର୍ଥ ଖର୍ଚ୍ଚ ହୋଇଗଲାଣି। ସେ ଏବେ ଘରେ କେମୋ ନେଉଛନ୍ତି। ବାବୁରାମ କର୍କଟ ରୋଗରେ ଆକ୍ରାନ୍ତ ହେବା ପରେ ପରିବାରର ଆର୍ଥିକ ସ୍ଥିତି ଦୋହଲି ଯାଇଛି। ଏଭଳି ଦୁସ୍ଥିତି ସମୟରେ +୩ ପଢୁଥିବା ତାଙ୍କ ପୁଅ ଚିନ୍ମୟଙ୍କ ଉପରେ ବୋଝ ଲଦି ହୋଇପଡିଛି। ବାରମ୍ବାର ସରକାରୀ ସହାୟତା ପାଇଁ ନିବେଦନ କରି ବା ପରେବି ସେଥିରୁ ବଞ୍ଚିତ ହୋଇ ବାବୁରାମଙ୍କ ପରିବାର ନାହିଁନଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଏତଦବ୍ୟତିତ +୨ରେ ପଢୁଥିବା ତାଙ୍କ ଝିଅ ସୁଚିସ୍ମିତା ବହୁ କଷ୍ଟରେ ପାଠପଢୁଛନ୍ତି। ଏହି ଗରିବ ପରିବାରକୁ ଆବାସ ଯୋଜନାରେ ଘର, ରାସନକାର୍ଡ ସମେତ ଆର୍ଥିକ ସହାୟତା ଯୋଗାଇ ଦିଆଯିବାକୁ ସମାଜସେବୀ ତଥା ସାମ୍ବାଦିକ ନରେନ୍ଦ୍ର ଧଳ ଓ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.