Home କେନ୍ଦ୍ରାପଡ଼ା ଆର.ଟି.ଆଇ.ରେ ସୂଚନା ନଦେବାରୁ ଗରଦପୁର ବ୍ଲକର ପୂର୍ବତନ ଏବିଡିଓ ଏବଂ ଏମ.ଆଇ.ଙ୍କୁ ଜରିମାନା ନିର୍ଦେଶ

ଆର.ଟି.ଆଇ.ରେ ସୂଚନା ନଦେବାରୁ ଗରଦପୁର ବ୍ଲକର ପୂର୍ବତନ ଏବିଡିଓ ଏବଂ ଏମ.ଆଇ.ଙ୍କୁ ଜରିମାନା ନିର୍ଦେଶ

128

କେନ୍ଦ୍ରାପଡ଼ା ୨୨ ସେପ୍ଟେମ୍ବର (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ସୂଚନା ଅଧିକାର ଆଇନରେ ସଠିକ ସମୟରେ ସୂଚନା ପ୍ରଦାନ ନକରିବା ଏବଂ ଆବେଦନକାରୀଙ୍କ ପ୍ରତି ଅବହେଳା କରିଥିବାରୁ ରାଜ୍ୟ ସୂଚନା କମିଶନର କେନ୍ଦ୍ରାପଡା ଜିଲ୍ଲାର ଗରଦପୁର ବ୍ଲକର ପୂର୍ବତନ ଏବିଡିଓ ଏବଂ ଏମ.ଆଇ.ଙ୍କୁ ୫ହଜାର ଟଙ୍କା ଲେଖାଁଏ ଜରିମାନା ଏକମାସ ମଧ୍ୟରେ ପ୍ରଦାନ କରିବାକୁ ନିର୍ଦେଶ ଦେଇଛନ୍ତି। ଗରଦପୁର ବ୍ଲକ ଅନ୍ତର୍ଗତ ନାଗଣପୁର ଗ୍ରାମର ଶୁଭ୍ରାନ୍ତ କୁମାର ମହାନ୍ତି ଗତ ୨୦୧୭ମସିହାରେ ସୂଚନା ଅଧିକାର ଆଇନରେ ଗରଦପୁର ବ୍ଲକର ଜନ ସୂଚନା ଅଧିକାରୀଙ୍କୁ ରାସନ ସାମଗ୍ରୀ ଓ ଖାଉଟି ହିତାଧିକାରୀଙ୍କ ସମ୍ପର୍କରେ ସୂଚନା ମାଗିଥିଲେ। କିନ୍ତୁ ତତକାଳୀନ ଏବିଡିଓ ଦେବେନ୍ଦ୍ରନାଥ ସ୍ୱାଇଁ ଏବଂ ଏମ.ଆଇ. ପ୍ରଦୀପ କୁମାର ଭଟ୍ଟ ଆବେଦନକାରୀ ଶ୍ରୀ ମହାନ୍ତିଙ୍କୁ ସେହି ସୂଚନା ପ୍ରଦାନରେ ସହଯୋଗ କରିନଥିଲେ। ନିର୍ଦ୍ଧାରିତ ସମୟ ଅତିକ୍ରାନ୍ତ ହେବା ପରେ ଶୁଭ୍ରାନ୍ତ ରାଜ୍ୟ ସୂଚନା କମିଶନରଙ୍କ ନିକଟରେ ଏ ସମ୍ପର୍କରେ ଅପିଲ ଆବେଦନ କରିଥିଲେ। ସେହି ଆବେଦନର ବିଚାର କରି ରାଜ୍ୟ ସୂଚନା କମିଶନର ପୂର୍ବତନ ଗରଦପୁର ବ୍ଲକ ଏବିଡିଓ ଶ୍ରୀ ସ୍ୱାଇଁ ଏବଂ ଏମ.ଆଇ. ଶ୍ରୀ ଭଟ୍ଟଙ୍କୁ ୫ହଜାର ଟଙ୍କା ଲେଖାଏଁ ଜରିମାନା ନିର୍ଦେଶ ପ୍ରଦାନର ଏକ ମାସ ମଧ୍ୟରେ ପ୍ରଦାନ କରିବାକୁ ନିର୍ଦେଶ ଦେଇଥିବା ଜଣାପଡିଛି। ଯଦି ଉଭୟ ଜରିମାନା ଅର୍ଥ ସରକାରୀ ତହବିଲରେ ଜମା ନକରନ୍ତି ତେବେ ଗରଦପୁର ବିଡିଓ ଏବଂ କେନ୍ଦ୍ରାପଡା ଜିଲ୍ଲାପାଳ ଉଭୟଙ୍କ ଦରମା କିମ୍ବା ପେନସନରୁ ଜରିମାନା ଅର୍ଥ କାଟି ସରକାରୀ ତହବିଲରେ ଜମାଦେବାକୁ କମିଶନ ନିର୍ଦେଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.