Home ଓଡ଼ିଶା କରୋନା ସଂପର୍କରେ ଗୁଜବ ଖବର ଫେସବୁକରେ ପୋଷ୍ଟ କରି ଯୁବକ ଗିରଫ

କରୋନା ସଂପର୍କରେ ଗୁଜବ ଖବର ଫେସବୁକରେ ପୋଷ୍ଟ କରି ଯୁବକ ଗିରଫ

271

ମାଲକାନଗିରି,୫ା୪ (ଓଡିଆ ପୁଅ )ସମଗ୍ର ବିଶ୍ୱରେ କରୋନା ମହାମାରି ରୂପନେଇ ମାନବସମାଜ ରେ ଭୟ ସୃଷ୍ଟିକରିଥିବା ବେଳେ ମାଲକାନଗିରି ଜିଲ୍ଲାର ଜଣେ ଯୁବକ ପେସବୁକରେ କରୋନା ସଂପର୍କରେ ଗୁଜବଖବର ପୋଷ୍ଟ କରି ଗିରଫ ହୋଇଛନ୍ତି । ମାଲକାନଗିରି ଜିଲ୍ଲାସ୍ଥ ପଡିଆଥାନା ଅଚଂଳର ଜଣେ ଯୁବକ କରୋନା ଜେହାଦ ନାମରେ ଫେସବୁକ ରେ ଏକ ଏକାଉଟଂ ଖୋଲି ସେଥିରେ ନାନାପ୍ରକାର କରୋନା ସଂପର୍କରେ ଗୁଜବ ଖବର ପୋଷ୍ଟ କରି ସାମ୍ପ୍ରଦାୟୀକ ଅଶାନ୍ତି ସୃଷ୍ଟି କରୁଥିବାର ପୁଲିସନିକଟରେ ଅଭିଯୋଗ ହୋଇଥିଲା । ମାଲକାନଗିରି ଏସପି ରିଶିକେଶ ଡି ଖିଲାରୀ ଙ୍କ ନିର୍ଦ୍ଦେଶ କ୍ରମେ ପଡିଆ ଥାନା ଅଧିକାରୀ ସି.କେ.ତାଣ୍ଡି ଏକ ପୁଲିସଟିମ ଗଠନ କରି ଏହି ଗୁଜବ ସୃଷ୍ଟିକରୁଥିବା ବ୍ୟକ୍ତିଙ୍କୁ ଖୋଜି ଥିଲେ ।ତଦନ୍ତ କରି ଜାଣିବାକୁ ପାଇଲେ ପଡିଆ ଅଚଂଳର ଜଣେ ଯୁବକ ଏକ କରୋନା ଜେହାଦ ନାମରେ ନକଲି ଫେସବୁକ ଏକାଉଟଂ ଖୋଲି ସେଥିରେ କରୋନା ଭାଇରସ ସଂପର୍କରେ ଗୁଜବ ଖବର ଓ ନାନାପ୍ରକାର ଧର୍ମ ଓ ସାମ୍ପ୍ରଦାୟୀକ ବିବରଣୀ ପୋଷ୍ଟକରୁଛନ୍ତି । ସେହି ଯୁବକଙ୍କୁ ପୁଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛନ୍ତି । ଭୟାବହ କରୋନା ପରିସ୍ଥିତିରେ ଯଦି କୌଣସି ବ୍ୟକ୍ତି ଗୁଜବ ଖବର ପ୍ରଚାର କରି ଜନସାଧରଣ ଙ୍କୁ ଭୟଭିତ ସହିତ ଶାନ୍ତିଭଙ୍ଗ କରୁଥାନ୍ତି ୧୦୦ ଫୋନ ନମ୍ବରକୁ ଫୋନ କରି ଜଣାଇବା ପାଇଁ ମାଲାକନଗିରି ଜିଲ୍ଲା ପୁଲିସ ଜିଲ୍ଲାବାସୀଙ୍କୁ ନିବେଦନ କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.