Home ଓଡ଼ିଶା କରୋନା ସଂକ୍ରମଣଙ୍କ ଠାରୁ ସାମାଜିକ ଦୂରତା ରକ୍ଷା ପାଇଁ ରକ୍ଷାକବଚ ନିର୍ମାଣ କଲେ ଆଇଟିଆଇ ଛାତ୍ର

କରୋନା ସଂକ୍ରମଣଙ୍କ ଠାରୁ ସାମାଜିକ ଦୂରତା ରକ୍ଷା ପାଇଁ ରକ୍ଷାକବଚ ନିର୍ମାଣ କଲେ ଆଇଟିଆଇ ଛାତ୍ର

196

ମାଲକାନଗିରି,୧୨ା୫(ଓଡିଆ ପୁଅ ) ସମଗ୍ର ବିଶ୍ୱ କରୋନା ମହାମାରିରି ପାଇଁ ଆତଙ୍କିତ ହୋଇପଡିଥିବା ବେଳେ ଏହାର ସଂକ୍ରମଣରୁ ରକ୍ଷାପାଇବା ପାଇଁ ସାବୁନରେ ବାରମ୍ବାର ହାତ ଧୋଇବା, ସାନିଟାଇଜର ବ୍ୟବହାର କରି ମୁହଁରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି । ଲୋକମାନେ ସବ ର୍ସାଧରଣ ସ୍ଥାନ ଓ ଡାକ୍ତର ଖାନ ଗୁଡିକରେ ସାମାଜିକ ଦୂରତା ରକ୍ଷା କରିପାରୁନଥିବା ରୁ ଏହାର ସମାଧନ ପାଇଁ ଅଭିନବ ଉପାୟରେ ମାଲକାନଗିରି ଜିଲ୍ଲାଶିଳ୍ପକେନ୍ଦ୍ର ପକ୍ଷରୁ କରୋନା ସଂକ୍ରମଣ ଠାରୁ ଦୂରରେ ରହିବା ପାଇଁ ରକ୍ଷାକବଚ ନିର୍ମାଣ କରିଥିବାର ଜଣାପଡିଛି । ବିଶେଷ କରି ହସପିଟାଲରେ ଚିକିତ୍ସିତ ହେଉଥିବା କରୋନା ସନ୍ଧିଗ୍ଧ ଓ କରୋନା ସଂକ୍ରମଣ ଙ୍କ ଠାରୁ ରକ୍ତ ଓ ସ୍ୱାବସଂଗ୍ରହ ବେଳେ ସାମାଜିକ ଦୂରତାରକ୍ଷା ହୋଇ ପାରେନା, ଏହା ଦ୍ୱାରା ସ୍ୱାସ୍ଥ୍ୟକର୍ମୀ ଓ ଡାକ୍ତର ମାନେ ମଧ୍ୟ ସଂକ୍ରମଣର ଶିକାର ହେବାର ବହୁତ ସମ୍ଭାବନା ଥିବାରୁ ମାଲକାନଗିରି ଆଇଟିଆଇ ଅଧ୍ୟକ୍ଷ ଇଂ ରାଜେଶ ତ୍ରୀପାଠୀଙ୍କ ନେତୃତ୍ୱରେ ଛାତ୍ର ଛାତ୍ରୀ ମାନେ ଅଭିନବ ଉପାୟରେ ଏକ ରକ୍ଷାକବଚ ନିର୍ମାଣ କରିଛନ୍ତି । ଏହା ଦ୍ୱାରା ହସପିଟାଲ ରେଥିବା କରୋନା ସଂନ୍ଧିଗ୍ଧ ଓ ସଂକ୍ରମଣ ଙ୍କ ଚିକିତ୍ସା ଓ ନମୁନା ସଂଗ୍ରହ ବେଳେ ଏହି ରକ୍ଷାକବଚ ସେମାନଙ୍କୁ ସାମାଜିକ ଦୂରତା ରକ୍ଷାକରିବା ସହ ସଂକ୍ରମଣ ଙ୍କ ଠାରୁ ଦୂରରେ ରଖିପାରିବ । ଗତ କିଛି ଦିନତଳେ ଏହି ଶିଳ୍ପତାଲିମ କେନ୍ଦ୍ରର ଛାତ୍ର ଛାତ୍ରୀ ଓ ଅଧ୍ୟାପକ ମାନେ ମିଳିତି ଭାବେ ଅଭିନବ ଉପାୟରେ ସ୍ୱଳ୍ପ ଖର୍ଚ୍ଚରେ ଏକ ଗୋଡଚାଳିତ ସାନିଟାଇଜର ମେସିନ ଉଦଭାବନ କରିଥିଲେ । ଯହାକୁ ହାତ ନଲଗାଇ ଗୋଡ ସହାଯ୍ୟରେ ଲୋକମାନେ ସାନିଟାଇଜ ହୋଇପାରିବେ । ଏହି ମେସିନ ମଧ୍ୟରେ ସାନିଟାଇଜର ରଖା ଯାଇ ବିଭିନ୍ନ ଜନଗହଳି,ସରକାରି ଘରୋଇ କାର୍ଯ୍ୟାଳୟ,ହାଟ ବଜାର,ହସପିଟାଲ,ସପିଙ୍ଗ ମହଲ ସହିତ ଘର ମାନଙ୍କରେ ଏହି ଛୋଟିଆ ସାନିଟାଇଜର ମେସିନ ରଖାଯାଇ ଲୋକମାନଙ୍କୁ ସହଜରେ ସାନିଟାଇଜ କରାଯାଇ ପାରିବ, ମାଲକାନଗିରି ଜିଲ୍ଲା ଶିଳ୍ପକେନ୍ଦ୍ରର ଛାତ୍ର ଛାତ୍ରୀ ମାନେ କରୋନା ପାଇଁ ଲକଡାଉନ ସମୟରେ ଅଭିନବ ଉପାୟରେ ନୁଆ ନୁଆ ଯନ୍ତ୍ର ଉଦଭାବନ କରି ଜିଲ୍ଲାବାସୀଙ୍କ ପ୍ରୀୟ ଭାଜନ ହୋଇପାରିଛନ୍ତି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.