Home ଜିଲ୍ଲା ପରିକ୍ରମା କରୋନା ଲାଗି ସାଧାରଣ ରୋଗୀ ସେବା ବ୍ୟାହତ : ୩ ମାସରେ ୧୩୧୭ ସ୍ଥାନାନ୍ତର ଓ...

କରୋନା ଲାଗି ସାଧାରଣ ରୋଗୀ ସେବା ବ୍ୟାହତ : ୩ ମାସରେ ୧୩୧୭ ସ୍ଥାନାନ୍ତର ଓ ୧୧୫ ମୃତ

205

ଭଦ୍ରକ, ୧୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କରୋନା ଯୋଗୁଁ ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବ୍ୟାହତ ହୋଇଛି । ଡାକ୍ତରଖାନାକୁ ରୋଗୀ ଆସିବା ହ୍ରାସ ପାଇଥିବାବେଳେ ବଢିଛି ସ୍ଥାନାନ୍ତର ଏବଂ ମୃତ୍ୟୁହାର ସଂଖ୍ୟା । ସରକାରୀ କଳ କୋଭିଡ୍‌-୧୯ ମୁକାବିଲାରେ ଲାଗିôତବାବେଳେ ପ୍ରଭାବିତ ହୋଇଛି ସ୍ୱାଭାବିକ ସ୍ୱାସ୍ଥ୍ୟ ସେବା । ସରକାରୀ ଡାକ୍ତରଖାନା ଆସୁଥିବା ଅଣ କୋଭିଡ୍ ରୋଗୀଙ୍କ ପ୍ରତି ଅନୁରୂପ ଗୁରୁତ୍ୱ ଦିଆନଯିବା ହେତୁ ଉପୁଜିଛି ଏପରି ସମସ୍ୟା । ସାମାନ୍ୟ ଗୁରୁତର ଏବଂ ଅସୁସ୍ଥ ଲୋକଙ୍କୁ ଉପଯୁକ୍ତ ସେବା ଯୋଗାଇ ଦେବା ପରିବର୍ତ୍ତେ ସେମାନଙ୍କୁ କଟକ ରେଫର କରିଦିଆଯାଉଥିବାବେଳେ ସାଧାରଣ ରୋଗୀ ହୀନସ୍ତା ହେଉଛନ୍ତି । ଥିଲାବାଲା ଲୋକ ସେମାନଙ୍କ ରୋଗୀଙ୍କୁ କଟକ ନେବାକୁ ସମର୍ଥ ହେଉଥିବାବେଳେ ଅନ୍ୟମାନେ ଘରୋଇ ଡାକ୍ତରଖାନାରେ ଶୋଷଣର ଶୀକାର ହେଉଛନ୍ତି । କୋଭିଡ୍ ମହାମାରୀ ବ୍ୟାପିବା ପରେ ଗତ ମାର୍ଚ୍ଚ ମାସ ଠାରୁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଦେଖାଦେଇଛି ଏପରି ସମସ୍ୟା । ଜିଲା ମୁଖ୍ୟ ଚିକିତ୍ସାଳୟ ସୂଚନା ଅନୁଯାୟୀ ଚଳିତବର୍ଷ ମାର୍ଚ୍ଚ ମାସ ଠାରୁ ମଇମାସ ୩ ମାସ ମଧ୍ୟରେ ଜିଲା ମୁଖ୍ୟ ଚିକିତ୍ସାଳୟ ଇନଡୋରକୁ ମୋଟ ୧୭ ହଜାର ୭୬୫ ଜଣ ରୋଗୀ ଆସିଥିବାବେଳେ ସେଥିରୁ ୧ ହଜାର ୩୧୭ ଜଣଙ୍କୁ କଟକ ରେଫର କରି ଦିଆଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ୧୧୫ ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି । ଯାହାକି କୋଭିଡ୍‌-୧୯ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାବ୍ୟସ୍ଥ ହୋଇଛି । ସେହିଭଳି ଗତ ମାର୍ଚ୍ଚ ମାସ ପରେ ଏପ୍ରିଲ ମାସରେ ୩୩୭ ଜଣଙ୍କୁ ଏବଂ ମଇ ମାସରେ ୩୫୮ ଜଣଙ୍କୁ କଟକ ରେଫର କରାଯାଇଥିବାବେଳେ ଏହି ଦୁଇମାସରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ୬୯ ଜଣଙ୍କର ମୃତ୍ୟୁ ଘଟିଛି । କେବଳ ଯେ ଏହି ୩ ମାସରେ ଜିଲା ମୁଖ୍ୟ ଡାକ୍ତରଖାନାରେ ରେଫରାଲ ଏବଂ ମୃତ୍ୟୁ ହାର ବୃଦ୍ଧି ପାଇଛି ତା ନୁହେଁ ପରନ୍ତୁ ଏହି ୩ ମାସରେ ଜିଲା ମୁଖ୍ୟ ଡାକ୍ତରଖାନାକୁ ରୋଗୀ ଆସିବା ମଧ୍ୟ ଦ୍ରୁତ ହ୍ରାସ ପାଇଛି । ଗତବର୍ଷ ମାର୍ଚ୍ଚ ମାସରେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟ ଆଉଟଡୋରକୁ ୩୯ ହଜାର ୨୮୧ ଜଣ ଏବଂ ଇନଡୋରକୁ ୭ ହଜାର ୧୨୨ ଜଣ ରୋଗୀ ସେବା ଗ୍ରହଣ କରିବାକୁ ଆସିଥିବାବେଳେ ଚଳିତବର୍ଷ କୋଭିଡ୍‌-୧୯ ମହାମାରୀ ଏବଂ ତଦଜନିତ ସରକାରୀ କଟକଣା ଯୋଗୁଁ ଏହି ସମୟରେ ମଧ୍ୟରେ ଡାକ୍ତରଖାନା ଆଉଟଡୋରକୁ ମାତ୍ର ୧୭ ହଜାର ୫୦ ଜଣ ଏବଂ ଇନଡୋରକୁ ମାତ୍ର ୫ ହଜାର ୯୨୫ ଜଣ ରୋଗୀ ସେବା ନେବାକୁ ଡାକ୍ତରଖାନା ଆସିଛନ୍ତି । ଅନ୍ୟପକ୍ଷରେ ଭଦ୍ରକ ଜିଲାରେ ପ୍ରାୟ ୨୦ ଲକ୍ଷ ଲୋକ ନିର୍ଭରଶୀଳ ଏହି ଡାକ୍ତରଖାନାକୁ ବିଭିନ୍ନ ରୋଗର ନିଦାନ ନେଇ ଦୈନିକ ପ୍ରାୟ ୨ ହଜାରରୁ ଉର୍ଦ୍ଧ୍ୱ ଲୋକ ଆସୁଥିବାବେଳେ କୋଭିଡ୍ କଟକଣା ଯୋଗୁଁ ଡାକ୍ତରଖାନାକୁ ରୋଗୀ ଆସିବା ଦ୍ରୁତ ହ୍ରାସ ପାଇଛି । ନିହାତି ଜରୁରୀ ନହେଲେ ଲୋକେ ଡାକ୍ତରଖାନା ଆସିବାକୁ ନିରାପଦ ମଣୁନାହାଁନ୍ତି । ତେବେ ଦୁର୍ଭାଗ୍ୟର କଥା ହେଲା ବିପଦରେ ପଡି ଯେଉଁ କେତେଜଣ ଡାକ୍ତରଖାନା ଆସୁଛନ୍ତି, ସେମାନଙ୍କୁ ରିସ୍କ ନେଇ ସେବା ଯୋଗାଇ ଦେବା ପରିବର୍ତ୍ତେ ସେମାନଙ୍କୁ କଟକ ରେଫର କରିଦିଆଯାଉଛି । ଯାହାକି ସରକାରୀ ସ୍ୱାସ୍ଥ୍ୟ ସେବା ଉପରେ ନିର୍ଭରଶୀଳ ଲକ୍ଷ ଲକ୍ଷ ଲୋକଙ୍କୁ ହତାଶ କରିଛି । ଗୋଟିଏ ପଟରେ ଡାକ୍ତରଖାନାରେ କାର୍ଯ୍ୟରତ ଅଧିକାଂଶ ଡାକ୍ତର କର୍ମଚାରୀଙ୍କୁ କରୋନା ସଂକ୍ରମଣ ଭୟ ଅନ୍ୟପଟରେ କୋଭିଡ୍ ମହାମାରୀ ସମୟରେ ଚିକିତ୍ସା ଜନିତ ଅଘଟଣ ଆଶଙ୍କା ରୋଗୀଙ୍କୁ କଟକ ସ୍ଥାନାନ୍ତର ପାଇଁ ବାଧ୍ୟ କରାଯାଉଥିବା ଅଭିଯୋଗ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.