Home ଓଡ଼ିଶା କରୋନା ଲକ ଡାଉନ ସମୟରେ ଗୋ ହତ୍ୟା ଅଭିଯୋଗରେ ଦୁଇ ଗିରଫ

କରୋନା ଲକ ଡାଉନ ସମୟରେ ଗୋ ହତ୍ୟା ଅଭିଯୋଗରେ ଦୁଇ ଗିରଫ

288

ମାଲକାନଗିରି,୧୦ା୪(ଓଡିଆ ପୁଅ ) ସମଗ୍ର ବିଶ୍ୱରେ କରୋନା ମହାମାରି ରୁପନେଇଥିବା ବେଳେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ରେ ଗା ହତ୍ୟା ଅଭିଯୋଗରେ ଦୁଇଜଣଙ୍କୁ ପୁଲିସ ଗିରଫ କରିଛି । କରୋନା ପାଇଁ ଲକ ଡାଉନ ହୋଇଥିବାରୁ ଗାଁ ଗହଳି ଓ ରାସ୍ତାଘାଟ ଜନଶୂନ୍ୟ ର ସୁଯୋଗନେଇ ମାଲକାନଗିରି ଜିଲ୍ଲାସଦର ମହକୁମା ବସଷ୍ଟାଣ୍ଡ ନିକଟବର୍ତି କେନାଲ ସାହିରେ ଦୁଇଜଣ ବ୍ୟକ୍ତି ଏକ ଗାଇକୁ ମାରି ମାଂସ ଭାଗ ବଟାଂକରୁଥିବାର ନିକଟସ୍ଥ ଗ୍ରାମବାସୀ ମାନେ ଦେଖି ପୁଲିସକୁ ଖବର ଦେଇଥିଲେ । ସଙ୍ଗେ ସଙ୍ଗେ ମାଲକାନଗିରି ଆଦର୍ଶ ଥାନା ଆଇଆଇସି ରାମପ୍ରସାଦ ନାଗ, ସବଇନିସପେକ୍ଟର ସୁନିଲକୁମାର ସ୍ୱାଇଁ, ଏଏସଆଇ ଭାଗିରଥି ଦଳେଇ,ହାବିଲଦାର ମଦନ ମୋହନ ଅମାନତିଆ ପ୍ରମୁଖ ପୁଲିସ ସଦଳବଳ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରି ଘଟଣାସ୍ଥଳରୁ ଗୋ ମାଂସ ଜବତ କରଛନ୍ତି । ଏହା ଗୋମାଂସ କି ଅନ୍ୟ କିଛି ମାଂସ ପରୀକ୍ଷା କରିବା ପାଇଁ ଘଟଣାସ୍ଥଳକୁ ପ୍ରଣିଧନ ଚିକିତ୍ସକଙ୍କୁ ପୁଲିସ ଡାକିଥିଲେ । ଘଟଣାସ୍ଥଳରେ ପ୍ରଣିଧନ ଚିକିତ୍ସକ ପହଁଚି ମାଂସ ପରୀକ୍ଷା କରି ଏହା ଗୋ ମାଂସ ବୋଲି ଜାଣିବା ପରେ ଗୋ ହତ୍ୟାକରିଥିବା ଅଭିଯୋଗରେ ଏନଏସି କଲୋନିର ମଙ୍ଗଳାଖିଲ(୫୨)ଓ ବାଲିସାଗର ସାହିର ଚୌତନ୍ୟ ବାଘ(୨୫) ଙ୍କୁ ପୁୁଲିସ ଗିରଫ କରିଛନ୍ତି ।

 

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.