Home କେନ୍ଦ୍ରାପଡ଼ା କରୋନା ଲକଡାଉନରେ ଅମାନିଆଙ୍କ ଠାରୁ ୧୭ହଜାର ଜରିମାନା ଆଦାୟ

କରୋନା ଲକଡାଉନରେ ଅମାନିଆଙ୍କ ଠାରୁ ୧୭ହଜାର ଜରିମାନା ଆଦାୟ

78

କେନ୍ଦ୍ରାପଡ଼ା ୧୩/୬(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – କରୋନା ମହାମାରୀ ଜନିତ ଲକଡାଉନ ସମୟରେ ଶନିବାର ଅମାନିଆମାନଙ୍କ ଠାରୁ ୧୭ହଜାର ୫ଶହ ଟଙ୍କା ଆଦାୟ କରାଯାଇଥିବା ସୂଚନା ମିଳିଛି। ଟାଉନ ଥାନା ସବଇନିସପେକ୍ଟର ଅନ୍ତର୍ଯ୍ୟାମୀ ବିଶ୍ୱାଳ ସହରର ତିନିମୁହାଣି ଛକରେ ଓ ସହରର ଅନ୍ୟାନ୍ୟ ସ୍ଥାନରେ ଅମାନିଆଙ୍କ ଠାରୁ ଆଇନ ଉଲ୍ଲଙ୍ଘନ ଓ ବିନା ମାସ୍କରେ ଥିବାରୁ ୫ହଜାର ୫ଶହ ଟଙ୍କା ଜରିମାନା ଆଦାୟ କରିଥିବା ବେଳେ ସଦର ଥାନା ପକ୍ଷରୁ ଦୁହୁରିଆ ଏବଂ ଅନ୍ୟ ସ୍ଥାନମାନଙ୍କରେ ୧୨ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ସଦର ଥାନାର ଭାରପ୍ରାପ୍ତ ଇନିସପେକ୍ଟର ପ୍ରମୋଦ କୁମାର ମଲ୍ଲିକ ସୂଚନା ଦେଇଛନ୍ତି। ସେହିପରି ଶୁକ୍ରବାର ସଦର ଥାନା ପକ୍ଷରୁ ବିନାମାସ୍କ ଧାରୀଙ୍କ ଠାରୁ ୧୬ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ବେଳେ ଏମ.ଭି.ଫାଇନ ବାବଦକୁ ୨ହଜାର ଟଙ୍କା ଫାଇନ ଆଦାୟ ହୋଇଥିବା ସଦର ଥାନାର ଭାରପ୍ରାପ୍ତ ଇନିସପେକ୍ଟର ଶ୍ରୀ ମଲ୍ଲିକ ସୂଚନା ଦେଇଛନ୍ତି। ସଟଡାଉନ ଯୋଗୁଁ ଆଜି କଟକ-ଚାନ୍ଦବାଲି ରାସ୍ତା, ସହରର ତିନିମୁହାଣି – ଇଛାପୁର ପ୍ରଭୃତି ଶୁନଶାନ ରହିଥିବାର ଦେଖିବାକୁ ମିଳିଥିଲା। ପୋଲିସ ପକ୍ଷରୁ ସମସ୍ତ ରାସ୍ତାରେ ପଇଁତରା ମରାଯିବା ସହ ଗାଡିଚେକିଂ ଜାରି ରହିଥିବାର ଦେଖିବାକୁ ମିଳିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.