Home Coronavirus Outbreak କରୋନା ମୁକାବିଲା: ମୋଦୀଙ୍କ ଜନତା କର୍ଫ୍ୟୁକୁ ନବୀନଙ୍କ ସମର୍ଥନ; କିଛି ପ୍ରଶଂସା, ପ୍ରସ୍ତାବ ଏବଂ ଦାବୀ...

କରୋନା ମୁକାବିଲା: ମୋଦୀଙ୍କ ଜନତା କର୍ଫ୍ୟୁକୁ ନବୀନଙ୍କ ସମର୍ଥନ; କିଛି ପ୍ରଶଂସା, ପ୍ରସ୍ତାବ ଏବଂ ଦାବୀ ..

300

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ଆଜି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହିତ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପରାମର୍ଶ ଏବଂ ଆଲୋଚନା କରିଛନ୍ତି। ଏହି ଅବସରରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ଆସନ୍ତା ରବିବାର ଦିନ “ଜନତା କର୍ଫ୍ୟୁ” ଆହ୍ୱାନକୁ ସମର୍ଥନ ଦେବା ସହ ମୋଦିଙ୍କ କିଛି ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ଏହାସହ ନବୀନ ପଟ୍ଟନାୟକ କିଛି ପ୍ରସ୍ତାବ ଏବଂ କିଛି ଦାବୀ ଜଣାଇଛନ୍ତି।

ପ୍ରଶଂସା କରିଛନ୍ତି :-
● ଇଣ୍ଟରନ୍ୟାସନାଲ୍ ଭ୍ରମଣ ଉପରେ ପ୍ରତିବନ୍ଧ
● ପ୍ରଭାବିତ ଅଞ୍ଚଳରୁ ଭାରତୀୟଙ୍କୁ ଏୟାର ଲିଫ୍ଟିଂ କରାଇବା।
● SDRF ଉପଲବ୍ଧ କରାଇବା।

କିଛି ପ୍ରସ୍ତାବ :-
● ଉଭୟ ସରକାରୀ ଏବଂ ବେସରକାରୀ ପରୀକ୍ଷଣ ସୁବିଧାକୁ ବଢ଼ାଇବା ଏବଂ ଏହାକୁ ମାଗଣା କରିବା।
● ସୁରକ୍ଷା ଉପକରଣର ଉପଲବ୍ଧତା, ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କ ପାଇଁ ମାସ୍କ ଏବଂ କ୍ରିଟିକାଲ କେୟାର ଉପକରଣ।

ଆର୍ଥିକ ସହାୟତା ଦାବୀ :-
● MGNREGS ଶ୍ରମିକମାନଙ୍କ ପାଇଁ ଆର୍ଥିକ ସହାୟତା ପ୍ରଦାନ ଏବଂ ସେମାନଙ୍କୁ ସର୍ବନିମ୍ନ ୫୦ ଦିନର ମଜୁରୀ ପ୍ରଦାନ।
● ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାୟୀ ପରିବାର ଗୁଡିକୁ ଅନ୍ତର୍ଭୁକ୍ତ କରାଯାଉ
● କୃଷକମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ କିସାନରେ ଅତିରିକ୍ତ କିସ୍ତି ପ୍ରଦାନ
●ବିଭିନ୍ନ କ୍ଷେତ୍ର ଏବଂ ନିର୍ମାଣ ଶ୍ରମିକମାନଙ୍କ ପାଇଁ ଅାର୍ଥିକ ସହାୟତା
● କେନ୍ଦ୍ର ରାଜ୍ୟମାନଙ୍କୁ ଆଗରୁ ପାଣ୍ଠି ବଣ୍ଟନ।

/-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.