Home ଓଡ଼ିଶା କରୋନା ମୁକାବିଲା ପାଇଁ ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଅସ୍ଥାୟୀ କର୍ମଚାରୀ ମାନେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ...

କରୋନା ମୁକାବିଲା ପାଇଁ ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଅସ୍ଥାୟୀ କର୍ମଚାରୀ ମାନେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ୮୩୦୧ ଟଙ୍କା ଦାନ କଲେ

122

ମାଲକାନଗିରି,୧୪ା୫(ଓଡିଆ ପୁଅ ) କରୋନା ମୁକାବିଲା ପାଇଁ ମାଲକାନଗିରି ଏକଲବ୍ୟ ଆଦର୍ଶ ଆବାଶିକ ବିଦ୍ୟାଳୟର ଅସ୍ଥାୟୀ କର୍ମଚାରୀ ମାନେ ମୁଖ୍ୟମନ୍ତ୍ରୀଙ୍କ ସହାୟତା ରିଲିଫ ଫଣ୍ଡକୁ ୮୩୦୧ ଟଙ୍କା ଦାନକରିଛନ୍ତି । ଜିଲ୍ଲା ସମନ୍ୱୀତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଓ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଅସ୍ଥାୟୀ କର୍ମଚାରୀ ମାନେ ଆଜି ମାଲକାନଗିରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଜ୍ୟୋତି ପ୍ରଧାନ ଙ୍କୁ ସାକ୍ଷାତ କରି ତାଙ୍କ ଜରିଆରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ୮୩୦୧ ଟଙ୍କା ର ଚେକ ପ୍ରଦାନ କରିଛନ୍ତି । ଭୟାବହ କରୋନା ମହାମାରି ଓ ଲକଡାଉନ ସମୟରେ ଏକଲବ୍ୟ ବିଦ୍ୟାଳୟର ସ୍ୱଳ୍ପ ଦରମା ବେତନଭୋଗୀ ଅସ୍ଥାୟୀ କର୍ମଚାରୀ ମାନଙ୍କ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଅନୁଦାନ ଓ ସେମାନଙ୍କ ସେବା ମନୋବୃତି କୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ପ୍ରଧାନ ସାଧୁବାଦ ଜଣାଇଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.