Home ଜିଲ୍ଲା ପରିକ୍ରମା କରୋନା ଭୟରେ ଜିଲ୍ଲାର ସମସ୍ତ ମନ୍ଦିର ଓ ଧାର୍ମିକସ୍ଥଳ ଭକ୍ତ ଶୂନ୍ୟ,କେବଳ ପୁଜାରୀ ଜଗିଛନ୍ତି ପୀଠ

କରୋନା ଭୟରେ ଜିଲ୍ଲାର ସମସ୍ତ ମନ୍ଦିର ଓ ଧାର୍ମିକସ୍ଥଳ ଭକ୍ତ ଶୂନ୍ୟ,କେବଳ ପୁଜାରୀ ଜଗିଛନ୍ତି ପୀଠ

176

ମାଲକାନଗିରି,୨୩ା୩ (ଓଡିଆ ପୁଅ ) କରୋନା ଆତଙ୍କ ଦେଶବିଦେଶ ରେ ଲାଗିରହି ଏହାର ପ୍ରଭାବ ଓଡିଶା ବାସୀଙ୍କ ଉପରେ ପଡିଥିବାରୁ କରୋନା ସଂକ୍ରମଣ ଠାରୁ ଦୁରରେ ରହି ସତର୍କ ଅବଲମ୍ବନ ସହ ପ୍ରତିକାର ବ୍ୟବସ୍ଥା କରିବା ପାଇଁ ମାଲକାନଗିରି ଜିଲ୍ଲାପ୍ରଶାସନ ପକ୍ଷରୁ ଦେବାଦେବୀ ପୀଠ,ବିଭିନ୍ନ ଧାର୍ମିକ ସ୍ଥଲରେ ଭିଡ ନକରିବା ପାଇଁ ପରାମର୍ଶ ଦିଆ ଯାଇଥିବାରୁ ସମସ୍ତ ଦେବା ଦେବୀ ପୀଠ ମାନଙ୍କରେ ଭକ୍ତଶୂନ୍ୟ ରହି କେବଳ ପୂଜାରୀ ମାନେ ପୀଠକୁ ଜଗିରହିଛନ୍ତି । ଆଜି ମାଲକାନଗିରି ଜିଲ୍ଲାସଦର ମହକୁମାସ୍ଥ ବହୁପରୁଣା ଜଗନ୍ନାଥ ମନ୍ଦିରର ମୁଖ୍ୟଫାଟକ ରେ ତାଲାପଡି ଯାଇଥିବାରୁ ଜଣେ ଦୁଇଜଣ ଭକ୍ତ ଫାଟକ ନିକଟରେ ଠିଆହୋଇ ଦେବଦର୍ଶନ କରିଥିଲେ । ମନ୍ଦୀର ଭିତରେ ଜଗନ୍ନାଥଙ୍କ ପୁଜାରୀ କୃଷ୍ଣଚନ୍ଦ୍ର ନନ୍ଦ ଠାକୁରଙ୍କ ନିତିନିତୀ ସମ୍ପନକରି କେବଳ ଜଗିରହିଥିବାର ଦେଖିବାକୁ ମିଳିଥିଲା । ମନ୍ଦିର ବାହାରେ ପୁଜା ସାମଗ୍ରୀ ବିକାଳି ମାନେ ମନ୍ଦିର ମୁଖ୍ୟଫାଟକ ଖୋଲା ଯାଉ ନଥିବା ଓ ଭକ୍ତମାନଙ୍କ ଭିଡ ନଥିବାରୁ ସେମାନଙ୍କ ନଡିଆ,କଦଳୀ,ଦୀପ ପୁଜା ସାମଗ୍ରୀ ବିକ୍ରୀ କରିନପାରି ହତାଶରେ ଘରକୁ ଫେରିଯାଇଥିଲେ । ମନ୍ଦୀର,ବିଭିନ୍ନ ଦେବାଦେବୀ ପୀଠ,ଚର୍ଚ,ଗୀର୍ଜା,ମସଜିଦ ଓ ବିଭିନ୍ନ ଧାର୍ମିକ ସ୍ଥଳଗୁଡିକରେ ସମୁହ ପାର୍ଥନା ଓ ଗହଳି ନକରି ନିଜ ନିଜ ଘରେ ରହି ଅନଲାଇନ ରେ ଦେବାଦେବୀ ଙ୍କୁ ପ୍ରାର୍ଥନା ଓ ପୁଜାକରିବା, ଗୋଟିଏ ସ୍ଥାନରେ ଭିଡ ନକରି ୧ମିଟର ବ୍ୟବଧାନରେ ରହି କଥାହେବା, ପ୍ରତି ୩ଘଟାଂ ଅନ୍ତରେ ଭଲଭାବରେ ହ୍ୟାଣ୍ଡଓ୍ୟାସ ରେ ଭଲଭାବରେ ହାତ ଧୋଇବା,କରୋନା ସଂପର୍କରେ ଗୁଜବ ଠାରୁ ଦୂରରେ ରହିବା,ଆଲିଙ୍ଗନ ଓ କରମର୍ଧନ ବଦଳରେ ନମସ୍କାର କରିବା,ଥଣ୍ଡା,ଜ୍ୱର, କାଶ,ଛିଙ୍କ ହେଲେ ଡାକ୍ତରଖାନା ଯାଇ ଚିକିତ୍ସା ହେବା,ଟିସୁ ଓ ସାନିଟାଇଜର ବ୍ୟବହାର କରି ସଂକ୍ରମଣ ଙ୍କ ଠାରୁ ଦୁରରେ ରହିବା ପାଇଁ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ଜିଲ୍ଲାବାସୀଙ୍କୁ ପରାମର୍ଶ ଦେଇଥିବା ରୁ ଆଜି ଜିଲ୍ଲାସଦର ମହକୁମା ଠାରେ ଥିବା ଜଗନ୍ନାଥମନ୍ଦିର,ମଙ୍ଗଳା, ମାଉଲିମା,ଶିବ, ଦୁର୍ଗା,ସନ୍ତୋଷିମା, ତାରିଣୀ, ରାମ,ହନୁମାନ, ଶନି,ଗଣେଷ ଆଦିମନ୍ଦୀର ସହ ଚର୍ଚ,ମସଜିଦ,ଗୀର୍ଜା ବିଭିନ୍ନ ଧାର୍ମିକ ସ୍ଥଳଗୁଡିକରେ ଭକ୍ତଶୂନ୍ୟ ଥିବା ବେଳେ କେତକ ମନ୍ଦିରେ କେବଳ ପୂଜାରୀ ଥିବାର ଦେଖିବାକୁ ମିଳିଥିଲା ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.