Home ଓଡ଼ିଶା କରୋନା ଭୁତାଣୁରୁ ମୁକ୍ତି ପାଇଁ ମିଳିତ ଶଙ୍ଖ,ଘଣ୍ଡ ଓ ହୁଳହୁଳିରେ କମ୍ପିଲା ଗ୍ରାମାଞ୍ଚଳ

କରୋନା ଭୁତାଣୁରୁ ମୁକ୍ତି ପାଇଁ ମିଳିତ ଶଙ୍ଖ,ଘଣ୍ଡ ଓ ହୁଳହୁଳିରେ କମ୍ପିଲା ଗ୍ରାମାଞ୍ଚଳ

1394

ଭୁବନେଶ୍ୱର୨୨ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କରୋନାର ମୁକାବିଲା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନକ୍ରମେ ଆଜି ଦେଶ ଓ ରାଜ୍ୟବ୍ୟାପୀ ଜନତା କର୍ଫ୍ୟୁକୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଭୂତପୂର୍ବ ସମର୍ଥନ ମିଳୁଥିବାର ଦେଖିବାକୁ ମିଳିଥିବାବେଳେ ଯାଜପୁର ଜିଲ୍ଲାର ଗ୍ରାମାଞ୍ଚଳ ମାନଙ୍କରେ ଏହାର ପ୍ରଭାବ ପକାଇଥିବା ଦେଖାଯାଇଛି । ରାଜ୍ୟ  ସରକାର ଯାଜପୁର ଜିଲ୍ଲାର ଯାଜପୁର ଟାଉନ ଓ ଯାଜପୁରରୋଡ ସହରକୁ ୭ଦିନ ପାଇଁ ଲକ ଡାଉନ୍ ଘୋଷଣା କରାଯାଇଛି। ଜନତା କର୍ଫ୍ୟୁ ଲାଗି ସବୁ ବନ୍ଦ ରହିବାକୁ ନିର୍ଦ୍ଦେଶ ଆଜି ଠାରୁ ସମସ୍ତ ବ୍ୟବସାୟୀ ଓ ଜନସାଧାରଣ କାର୍ଯ୍ୟକାରୀ କରିଥିବା ଦେଖିବାକୁ ମିଳିଛି । ସରକାରଙ୍କ ନିର୍ଦ୍ଦେଶକୁ ଗ୍ରାମାଞ୍ଚଳ ମାନଙ୍କରେ କାର୍ଯ୍ୟକାରୀ କରାଯିବା ଦେଖିବାକୁ ମିଳିଛି । ଦେଶ ସମେତ ରାଜ୍ୟର ଜନତା ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶର ପାଳନ କରି ତାଳି-ଥାଳି, ଘଣ୍ଟ-ଘଣ୍ଟା, ଶଙ୍ଖ ଧ୍ୱନୀରେ ସହର-ବଜାରଠୁ ଆରମ୍ଭ କରି ଗାଁ-ଗଣ୍ଡା ପର୍ଯ୍ୟନ୍ତ ସର୍ବତ୍ର କମ୍ପାଇ ଦେଇଛନ୍ତି। ଯାଜପୁର ଜିଲ୍ଲାର ପାଣିକୋଇଲି ଥାନା ବଢେଇ ଜଳନ୍ଦା ଗ୍ରାମରେ ଏହାର ପ୍ରଭାବବ ଦେଖିବାକୁ ମିଳିଛି । ଗ୍ରାମର କିଛି ମହିଳା ,ପୁରୁଷ ଓ କୁନି କୁନି ପିଲାମାନେ ଗ୍ରାମର ଅଷ୍ଟପ୍ରହର ମଣ୍ଡପ ନିକଟରେ ଏକତ୍ର ହୋଇ ଅପରାହ୍ନରେ ମିଳିତ ଶଙ୍ଖ,ଘଣ୍ଟ,ହୁଳହୁଳି ଓ ହରିନାମ ଉଚ୍ଚାରଣ କରି କରୋନାର ବିନାଶ ପାଇଁ ପ୍ରଭୁଙ୍କ ନିକଟରେ ପ୍ରର୍ଥନା କରିବା ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.