Home ଓଡ଼ିଶା କରୋନା ଭାଇରସ୍ ସଚେତନତା………. ଫିକା ଫିକାରେ ରଣପୁର ପଂଚୁଦୋଳ ଯାତ୍ରା

କରୋନା ଭାଇରସ୍ ସଚେତନତା………. ଫିକା ଫିକାରେ ରଣପୁର ପଂଚୁଦୋଳ ଯାତ୍ରା

446

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୫/୦୩-ନୟାଗଡ ଜିଲ୍ଲା ରଣପୁର ଗଡଜାତ ଅଂଚଳରେ ରାଜ ରାଜୁଡା ଅମଳରୁ ପ୍ରମୁଖ ଯାତ୍ରା ଭାବରେ ପଂଚୁଦୋଳ ଯାତ୍ରା ଅନୁଷ୍ଠିତ ହୋଇ ଆସୁଥିଲା । ଏହି ଯାତ୍ରାରେ ଅଧିଷ୍ଠାତ୍ରୀ ଦେବୀ ଭାବେ ମା ମଣିନାଗ ପଂଚୁଦୋଳ ପଡିଆରେ ବିରାଜମାନ କଲାପରେ ୧୧୧ ଦୋଳରେ ରଣପୁର ଗଡଜାତ ଅଂଚଳରୁ ଶମ୍ଭୁ ଆଦି ସମସ୍ତ ଠାକୁର ମହା ଆଡମ୍ବର ପଟୁଆରରେ ଆସି ବିରାଜମାନ କରିଥାନ୍ତି । ପରଦିନ ଶମ୍ଭୁ ମେଳନ ଅନୁଷ୍ଠିତ ହୋଇଥାଏ । କିନ୍ତୁ ଚଳିତ ବର୍ଷ କରୋନା ଭାଇରସ୍ ଯୋଗୁଁ ସରକାର ଓ ଅଦାଲତର ଆଡଭାଇଜରି ଜାରି ଯୋଗୁଁ ରଣପୁର ପଂଚୁଦୋଳ ଯାତ୍ରା ପଟୁଆର ଓ ମେଳନ ବନ୍ଦ କରାଯାଇଥିଲା । ଯାହା ଫଳରେ ଯାତ୍ରାର ମାହୋଲ ଏକରକମ ଫିକା ପଡିଥିବା ଦେଖାଦେଇଛି ।

ମାର୍ଚ୍ଚ ୧୪ ତାରିଖ ବିଳମ୍ବିତ ରାତ୍ରିରେ ଶ୍ରୀଜୀଉ ମାନେ ରଣପୁର ଜଗନ୍ନାଥ ମନ୍ଦିର ସିଂହଦ୍ୱାରଠାରୁ ପଂଚୁ ମହାଦେବଙ୍କ ସାଙ୍ଗରେ ବିନା ପଟୁଆରରେ ପଂଚୁଦୋଳ ପଡିଆକୁ ବିରାଜମାନ କରିଥିଲେ । କିଛି କିଛି ଶ୍ରଦ୍ଧାଳୁ ଭକ୍ତ ମାର୍ଚ୍ଚ ୧୫ ତାରିଖ ସକାଳୁ ଶ୍ରୀଜୀଉ ମାନଙ୍କୁ ଦର୍ଶନ କରିଥିଲେ । ପଂଚୁଦୋଳ ପଡିଆରେ ନିରାଡାମ୍ବର ଭାବରେ ଏକ ହୋମ କରାଯାଇଥିଲା । ହୋମ ସମାପ୍ତି କରେ ମା ମଣିନାଗ, ପଂଚୁ ମହାଦେବ ଓ ସମସ୍ତ ଜୀଉମାନେ ବିମାନରେ ବଡଦାଣ୍ଡରେ ଭୋଗ ଖାଇ ଖାଇ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଯାଇଥିଲେ । ସବୁ ବର୍ଷ ଭଳି ଚଳିତ ବର୍ଷ ଉଠା ଦୋକାନୀ ମାନଙ୍କର ବ୍ୟବସାୟ କମ୍ ହୋଇଥିଲା । ଫିକା ଫିକାରେ ପଂଚୁଦୋଳ ଯାତ୍ରା ଶେଷ ହୋଇଥିବା ଜଣା ପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.