Home ଓଡ଼ିଶା କରୋନା ଭଳି ପରିସ୍ଥିତିରେ ସାମ୍ବାଦିକମାନଙ୍କ ଭୂମିକା ପ୍ରଶଂସାଯୋଗ୍ୟ

କରୋନା ଭଳି ପରିସ୍ଥିତିରେ ସାମ୍ବାଦିକମାନଙ୍କ ଭୂମିକା ପ୍ରଶଂସାଯୋଗ୍ୟ

121

ଭୁବନେଶ୍ୱର ୧୬/୫ (ଓଡ଼ିଆ ପୁଅ) – କୋଭିଡ୍ – ୧୯ ଜନିତ କାର୍ଯ୍ୟକ୍ରମରେ ବିଶେଷ କରି ଲକ୍‌ଡାଉନ୍ ସମୟରେ ସାମ୍ବାଦିକମାନେ ଯେଉଁଭଳି ଭାବରେ ନିଜ ଜୀବନକୁ ବାଜି ଲଗାଇ ଦିନ ରାତି ନିର୍ଭିକ, ନିରପେକ୍ଷ ଓ ସମ୍ବେଦନଶୀଳ ସମ୍ବାଦ ପରିବେଷଣ କରୁଛନ୍ତି, ତାକୁ ଯେଉଁ ଭାଷାରେ ପ୍ରଶଂସା କଲେ ବି ଉଣା ପଡିବ। ଏହି ସମ୍ବାଦ ପରିବେଷଣ ଦ୍ୱାରା ସାମାଜିକ କ୍ଷେତ୍ରରେ ଏକ ବଡ ସଚେତନତା ସୃଷ୍ଟି ହେବା ସହ ଅନେକାଂଶରେ କରୋନା ସଂକ୍ରମଣକୁ ରୋକାଯାଇ ପାରିଛି। ସେମାନଙ୍କର ଜୀବନ ବିପନ୍ନ ଜାଣି ରାଜ୍ୟ ସରକାର ସେମାନଙ୍କ ପାଇଁ ଏକ ୧୫ ଲକ୍ଷ ଟଙ୍କାର ମୃତ୍ୟୁ ପରବର୍ତ୍ତୀ ସହାୟତା ଘୋଷଣା କରିଛନ୍ତି। ମାତ୍ର ଅନ୍ୟ କୋଭିଡ୍ ଯୋଦ୍ଧାମାନଙ୍କୁ ସହ ସରପଂଚମାନଙ୍କ କ୍ଷେତ୍ରରେ ଏହା ୫୦ ଲକ୍ଷ ଟଙ୍କା। ଏଣୁ ସରକାର ସାମ୍ବାଦିକମାନଙ୍କ କ୍ଷେତ୍ରରେ ସମପରିମାଣର ସହାୟତା ଘୋଷଣା କରିବା ଉଚିତ୍। ମୁଁ ମୋର ହୃଦୟର ଗଭୀରତମ ପ୍ରଦେଶରୁ ସମସ୍ତ ସାମ୍ବାଦିକମାନଙ୍କର ସୁସ୍ୱାସ୍ଥ୍ୟ କାମନା କରୁଛି ବୋଲି କଂଗ୍ରେସ ଓଡ଼ିଶା ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.