Home ଓଡ଼ିଶା କରୋନା ପାଇଁ ହୋଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଓ କ୍ୱାରାଟାଂଇନ ଗୃହ ପରିଦର୍ଶନ କରି ରାଜ୍ୟଫେରନ୍ତା ଶ୍ରମିକ...

କରୋନା ପାଇଁ ହୋଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଓ କ୍ୱାରାଟାଂଇନ ଗୃହ ପରିଦର୍ଶନ କରି ରାଜ୍ୟଫେରନ୍ତା ଶ୍ରମିକ ମାନଙ୍କ ତଥ୍ୟସଂଗ୍ରହ କଲେ ପୁଲିସ

196

ମାଲକାନଗିରି,୧୫ । ୪(ଓଡିଆ ପୁଅ ) ସମଗ୍ର ବିଶ୍ୱରେ କରୋନା ମହାମାରି ରୁପ ନେଇଥିବାରୁ ଏହାର ଦାଉରୁ ରକ୍ଷା ପାଇବା ପାଇଁ ଲକ ଡାଉନ କରାଯାଇଛି । ଏହି ସମୟରେ କେହି ଜିଲ୍ଲା କିମ୍ବା ବାହାର ରାଜ୍ୟକୁ ଯିବେ ନାହିଁ କି ବାହାରୁ ଆସିବେ ନାହିଁ ବୋଲି ନିୟମ କରାଯାଇଛି । ହେଲେ ଏହି ନିୟମକୁ କିଛି ଶ୍ରମିକ ଓ ଅମାନିଆ ଯୁବକମାନେ ମାନୁନଥିବାରୁ ସେମାନଙ୍କ ପାଇଁ କ୍ୱାରାଟାଂଇନ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲାଯାଇ ସେମାନଙ୍କୁ ୧୪ଦିନ ପର୍ଯ୍ୟନ୍ତ ରଖିବାର ବ୍ୟବସ୍ଥା କରାଯାଇଛି । ମାଲାକନଗିରି ଜିଲ୍ଲାର ୧୧୧ଟି ପଚାଂୟତ ରେ ୧୪୪ଟି ଓ ପୌରପରିଷଦ, ଏନଏସି ରେ ୬ଟି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଓ କ୍ୱାରାଟାଂଇନ ଗୃହରେ ୬୫୦୦ଟି ଶଯ୍ୟା ପ୍ରସ୍ତୁତ କରାଯାଇଛି । ଏହି ସଙ୍ଗରୋଧ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ଇତି ମଧ୍ୟରେ ଲକଡାଉନ ସମୟରେ ବାହାର ରାଜ୍ୟରୁ ଆସିଥିବା ୩୫୧ଜଣ ଶ୍ରମିକ ଓ ୨୧୫ଜଣ ଆଇନ ଉଲ୍ଲଘଂନକାରୀଙ୍କୁ କ୍ୱାରାଟାଂଇନ ଗୃହରେ ୧୪ଦିନ ପର୍ଯ୍ୟନ୍ତ ରଖା ଯାଇ ମାଗଣରେ ରନ୍ଧା ଖାଦ୍ୟ ଦେବାସହ ସେମାନଙ୍କର ନିୟମିତ ସ୍ୱାସ୍ଥ୍ୟପରୀକ୍ଷା କରାଯାଉଛି । ମାଲକାନଗିରି ଏସପି ରିଶିକେଶ ଡି ଖିଲାରୀ ଙ୍କ ନିର୍ଦ୍ଦେଶ କ୍ରମେ ଏହି ସବୁ କ୍ୱାରାଟାଂଇନ ଗୃହରେ ରହୁଥିବା ବକ୍ତିମାନଙ୍କର ବିବରଣୀ ସଂଗ୍ରହ ନିମନ୍ତେ ବିଭିନ୍ନ ଥାନା ଅଧିକାରୀ ମାନେ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ବିବରଣୀ ସଂଗ୍ରହ କରୁଛନ୍ତି । ଆଜି ମାଲକାନଗିରି ଥାନା ଅଧିକାରୀ ରାମପ୍ରସାଦ ନାଗ ପୁଲିସ କର୍ମଚାରୀମାନଙ୍କ ସହିତ ଗଙ୍ଗଲା,ପେଦାଓ୍ୟାର୍ଡା,କୁମ୍ଭାରଗୁଡା ଆଦି ସ୍ଥାନରେ ଥିବା ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଓ କ୍ୱାରାଟାଂଇନ ଗୃହ ପରିଦର୍ଶନ କରି ତତ୍ୟସଂଗ୍ରହ କରିଛନ୍ତି । ବିଶେଷ କରି ପେଦାଓ୍ୟାର୍ଡା ପଚାଂୟତର ସରକାରୀ ଉନ୍ନୀତ ଉଚ୍ଚବିଦ୍ୟାଳୟରେ ଖୋଲା ଯାଇଥିବା କରୋନା ପାଇଁ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର କ୍ୱାରାଂଟାଂଇନ ଗୃହ ପରିଦର୍ଶନ କରିଥିଲେ,ଆନ୍ଦ୍ରପ୍ରଦେଶ ଭଦ୍ରାଚଳମ ରୁ ଲକଡାଉନ ସମୟରେ କାମକରି ଫେରିଥିବା ମାଲକାନଗିରି ଜିଲ୍ଲାର ୧୫ଜଣ ଶ୍ରମିକଙ୍କୁ ସେଠାରେ ୧୪ଦିନ କ୍ୱାରାଟାଂଇନରେ ରଖାଯାଇଛି, ସେମାନଙ୍କର ବିବରଣି ସଂଗ୍ରହ କରିବା ସହିତ ପାଣ୍ଡ୍ରିପାଣି ପଚାଂୟତ ଅଧିନରେ ଥିବା କୁମ୍ଭାରଗୁଡା ସରକାରୀ ପ୍ରାଥମିକ ବିଦ୍ୟାଳୟର ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ରହୁଥିବା ଶ୍ରମିକମାନଙ୍କର ତଥ୍ୟସଂଗ୍ରହ କରି କରୋନା ଭାଇରସ ଠାରୁ ଦୁରେଇ ରହିବା ପାଇଁ ସାମାଜିକ ଦୂରତା ର କ୍ଷାକରିବା,ମୁହଁରେ ମାସ୍କ ଲଗାଇବା, ଭଲଭାବରେ ସାବୁନରେ ହାତ ଧୋଇବା ସେନେଇ ଥାନା ଅଧିକାରୀ ଶ୍ରୀ ନାଗ ଜନସଚେତନତାର ବାର୍ତାଦେଇଥିଲେ । ସୁଚନା ଯୋଗ୍ୟ ଯେ ମାଲକାନଗିରି ଥାନା ଅଚଂଳରେ ବିରଲକ୍ଷ୍‌ମଣପୁର, ଗଙ୍ଗଲା,ଗୌଡଗୁଡା, ମାର୍କାପାଲି,ପଦ୍ମଗିରି,ପାଣ୍ଡ୍ରୀପାଣି,ପେଦାଓ୍ୟାର୍ଡା, ଶିଖପାଲି,ତମସା, ଚାଲାଣଗୁଡା ,ତଣ୍ଡାପାଲି,ଗନ୍ଧିପାଲି,ସିଆଡିମାଳ,ଏମଭି୧ ଗ୍ରାମଠାରେ ୧୪ଟି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର କ୍ୱାରାଟାଂଇନ ଗୃହ କରାଯାଇଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.