Home ଓଡ଼ିଶା କରୋନା ପାଇଁ ମାଲକାନଗିରି ଜିଲ୍ଲାରେ ଫିକାପଡିଲା ରଜ ଉତ୍ସବ

କରୋନା ପାଇଁ ମାଲକାନଗିରି ଜିଲ୍ଲାରେ ଫିକାପଡିଲା ରଜ ଉତ୍ସବ

44

ମାଲକାନଗିରି,୧୪ା୬ (ଓଡିଆ ପୁଅ ) ଆଦଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଆଜିଠାରୁ ପହିଲି ରଜ ଉତ୍ସବ ଆରମ୍ଭ ହୋଇଯାଇଛି । ସମଗ୍ର ବିଶ୍ୱରେ କରୋନା ମାହାମାରି ରୂପନେଇ ବ୍ୟାପିଥିବାରୁ ଲକଡାଉନ ପରିସ୍ଥିତି ପାଇଁ ଜିଲ୍ଲାରେ ଫିକା ପଡି ଯାଇଛି ଏହି ରଜ ଉତ୍ସବ, ଆଉ ଆଡମ୍ବରରେ ରଜ ଉତ୍ସବ ପାଳନ ନ ହୋଇ ଓଡିଆର ପବ ର୍ ପରମ୍ପାରାକୁ ବଜାଇରଖିବା ପାଇଁ ବିଭିନ୍ନ ଗ୍ରାମବାସୀ ମାନେ ସେମାନଙ୍କ ଝିଅମାନଙ୍କୁ ନୁଆପୋଷାକ ପିନ୍ଧାଇ କୁଙ୍କୁମ ଅଳାତା ନାଲି ମାଟିରେ ସଜାଇ ଛନ୍ତି । ମାଲକାନଗିରି ସହର ସହିତ ଗାଁଗହଳିରେ ନିଜଘରେ ଓ ଆମ୍ବ,ତେନ୍ତୁଳି ,ମହୁଲ ଗଛମାନଙ୍କରେ ବାଉଁସ ଓ ଦୌଡାରେ ଦୋଳିବାନ୍ଧି ଛୋଟ ଠାରୁ ବଡ ପର୍ଯ୍ୟନ୍ତ ଯୁବତୀ ଓ ଯୁବକ ମାନେ ଦୋଳିଖେଳର ମଜା ନେବାସହିତ ଘରେ ଘରେ ପିଠାପଣାର ସ୍ୱାଦ ନେଉଛନ୍ତି । କରୋନା ପାଇଁ ରଜପବ ର୍ ରେ ହେଉଥିବା ଢେମସା ନାଚ ଓ କ୍ରିକେଟ,ବାଗୁଡି, ଲୁଡୁ,ପୋଚି,ତାସ ଖେଳର ପ୍ରତି ଯୋଗୀତା ଗୁଡିକୁ ବନ୍ଦରିଦିଆ ଯାଇଛି । ଛୋଟ ଛୋଟ ଝୀଅ ମାନେ ନୁତନବସ୍ତ୍ର ପରିଧାନକରି ରଜଦୋଳି ଗୀତ ବନେସ୍ତେ ଡାକିଳା ଗଜ,ବରଷକେ ଥରେ ଆସିଛି ରଜ ଲୋ..ଘେନି ନୂଆ ସଜବାଜ ଗାଇ ଦୋଳି ଖେଳ ଆରମ୍ଭ କରିଦେଇଛନ୍ତି । ସାମଜିକ ଦୂରତା ରକ୍ଷାକରି ଗାଁର ପୁରୁଷ ମାନେ ତାସ ଓ ମହିଳା ମାନେ ଲୁଡୁ,କଉଡି,କାଚ ଖେଳିଥିବାର ଦେଖିବାକୁ ମିଳିଛି । ରଜ ଚାରିଦିନ ଯାକ ଚାଷୀ ମାନେ କେହି ବି କାମକରିବାକୁ ଯାଇ ନଥାନ୍ତି କି ଜମିରେ ହଳ ମଧ୍ୟବନ୍ଦକରି କରନ୍ତି ନାହିଁ । ପ୍ରଥମ ରଜ ରେ ପାଗଥଣ୍ଡା ଥିବାରୁ ବିଭିନ୍ନ ଗ୍ରାମରେ କୁଆଁରି ଝିଅ ମାନେ କୋଭିଡ ନିୟମ ପାଳନ ସକରି ଚନ୍ଦନ,କୁଙ୍କୁମ,ଅଳତା ଲଗାଇ ନୂତନ ବସ୍ତ୍ର ପରିଧାନକରି ଘର ଘର ବୁଲି ପିଠାପଣା ଖାଇବାସହିତ ଦୋଳି ଖେଳି ହସଖୁସି ମନାଇଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.