Home ଓଡ଼ିଶା କରୋନା ଟିକା ର ଦ୍ୱିତୀୟ ଡୋଜ ନେବାପରେ ବୃଦ୍ଧଙ୍କ ଦେହରେ ସୃଷ୍ଟି ହେଲା ଚୁମ୍ବିକୀୟ ଶକ୍ତି

କରୋନା ଟିକା ର ଦ୍ୱିତୀୟ ଡୋଜ ନେବାପରେ ବୃଦ୍ଧଙ୍କ ଦେହରେ ସୃଷ୍ଟି ହେଲା ଚୁମ୍ବିକୀୟ ଶକ୍ତି

210

ମାଲକାନଗିରି, ୧୮ ।୬ (ଓଡିଆ ପୁଅ )କରୋନା ମହାମାରିରୁ ସୁରକ୍ଷିତ ରହିବା ପାଇଁ କୋଭିଡ ଟିକାକରଣ ଆରମ୍ଭ ହୋଇଯାଇଛି । ଜଣେ ବୃଦ୍ଧ କରୋନା ଟିକାର ଦ୍ୱିତୀୟ ଡୋଜ ନେବାପରେ ତାଙ୍କ ଦେହରେ ଚୁମ୍ବକୀୟ ଶକ୍ତି ସୃଷ୍ଟି ହୋଇ ଦେହରେ ମୋବାଇଲ ଫୋନ, ଚାମଚ,ଥାଳିଆ ଲଟକି ରହିଯାଉଥିବାର ଆଜି ଏକ ଭିଡିଓ ଭାଇରାଲ ହୋଇଛି । ଏମିତି ଅଲୌକିକ ଦୃଶ୍ୟ ଦେଖିବାକୁ ମିଳିଛି ମାଲାକନଗିରି ଜିଲ୍ଲା କାଲିମେଳା ବ୍ଲକସ୍ଥ ଲୁଗେଲ ପଚାଂୟତ ଏମପିଭି୪୬ ଗ୍ରାମରେ । ସେହି ଗ୍ରାମର ଧିରେନ୍ଦ୍ରନାଥ ବିଶ୍ୱାସ ନାମକ ବୃଦ୍ଧ କୋଭିଡ ଟିକା ପ୍ରଥମ ଡୋଜ ନେବାର ୪୨ଦିନ ପରେ ଦ୍ୱିତୀୟ ଡୋଜ ଟିକା ନେଇଥିଲେ । ସେ କହିବା ଅନୁସାରେ ଦ୍ୱିତୀୟ ଡୋଜ କୋଭିଡ ଟିକା ନେବା ପରେ ତାଙ୍କ ଦେହରେ ହଟାତ ଚୁମ୍ବକୀୟ ଶକ୍ତି ସୃଷ୍ଟି ହେଲା, ତାଙ୍କର ପିଠି,ପେଟ ରେ ଚାମଚ,ମୋବାଇଲ ଫୋନ ,ଷ୍ଟିଲ ଥାଳିଆ ସବୁ ଲଗିରହିଯାଉଥିବାର ସେ ଦିଖିବାକୁ ପାଇଥିଲେ । ତାଙ୍କ ଦେହରେ ଚୁମ୍ବକୀୟ ଶକ୍ତି ଜାତ ହୋଇଥିଲେ ମଧ୍ୟ କୌଣସି ପାଶ୍ୱର୍ ପ୍ରତିକ୍ରିୟା ଦେଖା ଦେଇ ନାହିଁ କି ସେ ବର୍ତମାନ ସମ୍ପୁଣ୍ଣ ର୍ ସୁସ୍ଥ ଅଛନ୍ତି ବୋଲି କହିଛନ୍ତି । ଜଣେ ବୃଦ୍ଧ ଟିକାନେବାପରେ ତାଙ୍କ ଦେହରେ ଚୁମ୍ବକୀୟ ଶକ୍ତି ସୃଷ୍ଟି ହେବା ଦ୍ୱାରା ମୋବାଇଲ ଫୋନ, ଥାଳିଆ,ଚାମଚ ଲାଗିରହୁଥିବାର ଖବର ପାଇ ଆଖପାଖ ଗାଁ ର ଲୋକମାନେ ସେ ବୃଦ୍ଧଙ୍କୁ ଦେଖିବାକୁ ଧାଡି ଲଗାଇଦେଇଛନ୍ତି । ଏ ସଂପର୍କ ଜିଲ୍ଲାମୁଖ୍ୟସ୍ୱାସ୍ଥ୍ୟ ଅଧିକାରି ଡାକ୍ତର ପ୍ରଫୁଲ କୁମାର ନନ୍ଦ କୁହନ୍ତି କୋଭିଡ ଟିକାନେବା ପରେ କୌଣସି ଚୁମ୍ବକୀୟ ଶକ୍ତି ସୃଷ୍ଟି ହୁଏ ନାହିଁ,ଏ ପର୍ଯନ୍ତ ଜିଲ୍ଲାରେ କାହାରି ଦେହରେ ପାଶ୍ୱର୍ ପ୍ରତିକ୍ରିୟା ଦେଖା ଦେଇ ନାହିଁ । ସେ ବ୍ୟକ୍ତିଙ୍କ ଦେହରେ ଝାଳ ବୋହିବା ସମୟରେ ଝାଳରେ ଚାମଚ, ପ୍ଲେଟ ସବୁ ଲାଗିଯାଇଥାଇ ପାରେ, ତଥାପି ଏ ସଂପର୍କରେ ଡାକ୍ତର ଯାଇ ତଦନ୍ତ କରିବେ ବୋଲି ସିଡିଏମଏଓ ଡା. ନନ୍ଦ କହିଛନ୍ତି ।

 

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.