Home ଓଡ଼ିଶା କରୋନା ଜନସଚେତନତା ସହ ପରିବା ବ୍ୟବସାୟୀ ମାନଙ୍କୁ ମାସ୍କ ପିନ୍ଧାଇଲେ ଟିମ ଉଇକ୍ୟାନ ସ୍ୱେଚ୍ଛାସେବୀ

କରୋନା ଜନସଚେତନତା ସହ ପରିବା ବ୍ୟବସାୟୀ ମାନଙ୍କୁ ମାସ୍କ ପିନ୍ଧାଇଲେ ଟିମ ଉଇକ୍ୟାନ ସ୍ୱେଚ୍ଛାସେବୀ

184

ମାଲକାନଗିରି,୧୦ା୪(ଓଡିଆ ପୁଅ ) ସମଗ୍ର ବିଶ୍ୱରେ କରୋନା ମହାମାରି ଦେଖାଦେଇ ଥିବାରୁ ମୁହଁରେ ସମସ୍ତେ ମାସ୍କ ପିନ୍ଧିବା କୁ ବାଧ୍ୟତା ମୁଳକ ନିୟମ ଲାଗୁ ହୋଇଛି, ଗରିବ ଲୋକେ ପଇସା ଅଭାବରୁ ମାସ୍କ କ୍ରୟ କରି ପାରୁନଥିବାର ଜାଣି ମାଲକାନଗିରି ଟିମ ଉଇକ୍ୟାନ ସଂସ୍ଥାର ସ୍ୱେଚ୍ଛାସେବୀ ମାନେ ରାସ୍ତାଘାଟ ବଜାର ବୁଲି ବୁଲି ଗରିବ ଲୋକଙ୍କୁ ମାସ୍କପିନ୍ଧାଉଛନ୍ତି । ଆଜି ସକାଳେ ଟିମ ଉଇକ୍ୟାନ ସଂସ୍ଥାର ସ୍ୱେଚ୍ଛାସେବୀ ମାନେ ମାଲକାନଗିରି ସହର ହାଟପଦାରେ ପନିପରିବା ବ୍ୟବସାୟୀ ମାନଙ୍କୁ ମାସ୍କ ପିନ୍ଧାଇ କରୋନା ଭାଇରସ ସଂପର୍କରେ ଜନ ସଚେତନତା କରିବା ସହିତ, ଲକ ଡାଉନ ନିୟମକୁ ପାଳନ କରି କାମ ନଥାଇ କେହି ଘରୁ ବାହାରକୁ ବାହାରିବା ନାହିଁ,ସାମାଜିକ ଦୂରତା ରକ୍ଷାକରିବା. ଭଲାଭାବରେ ସାବୁନରେ ହାତ ଧୋଇବା, ମୁହଁରେ ମାସ୍କ ପିନ୍ଧିବା ସଂପର୍କରେ ଜନସଚେତନତା ର ବାର୍ତା ଦେଇଥିଲେ ।

 

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.