Home କନ୍ଧମାଳ କରୋନା ଚି଼ହ୍ନଟ ପରେ ସାନିଟାଇଜ୍‍ହେଲା ଫିରିଙ୍ଗିଆ ପଞ୍ଚାୟତର ବିଭିନ୍ନ ଅଞ୍ଚଳ 

କରୋନା ଚି଼ହ୍ନଟ ପରେ ସାନିଟାଇଜ୍‍ହେଲା ଫିରିଙ୍ଗିଆ ପଞ୍ଚାୟତର ବିଭିନ୍ନ ଅଞ୍ଚଳ 

87

କନ୍ଧମାଳ, ୪/୮(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବଜାରରୁ ୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ଫିରିଙ୍ଗିଆ ପଞ୍ଚାୟତର କାଳିଆ ସାହି, କଣ୍ଟିଲୋ ସାହି, ଉପରପଡା ଓ କୁଲିଆକୁଟି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବା ସହିତ ଖଜୁଚିପଡା, ନାହାଣ ଗାଁ, ମାଝିପଡା, କେକେରିଙ୍ଗିଆ, ଶଶିପଦର, ଡିଣ୍ଡିରାଗାଁ ଆଦିକୁ ବଫର ଜୋନ ଘୋଷଣା କରାଯାଇଛି। କେବଳ ଡାକ୍ତରଖାନା, ଅଗ୍ନିଶମ, ପୁଲିସ୍‍ଥାନା, ଔଷଧ ଦୋକାନ ଓ ବ୍ଲକ କାର୍ଯ୍ୟାଳୟର ଜରୁରିକାଳୀନ ବିଭାଗକୁ ଛାଡି ଦେଲେ ଅନ୍ୟ ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ ସଂସ୍ଥା, ଦୋକାନ ବଜାର ଓ ଯାନବାହାନ ଚଳାଚଳ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଭଳି ସ୍ଥଳେ ଫିରିଙ୍ଗିଆ ଅଗ୍ନିସମ ବିଭାଗ ପକ୍ଷରୁ ଫିରିଙ୍ଗିଆ ବଜାର ସହିତ, ବ୍ଳକ ଅଫିସ ନିକଟ ଓ ଅନ୍ୟ କେତେକ ସ୍ଥାନକୁ ସଂପୂର୍ଣ୍ଣଭାବେ ସାନିଟାଇଜ୍‍କରାଯାଇଛି। ଆଗାମି ଦିନରେ ପଞ୍ଚାୟତର ବିଭିନ୍ନ ସାହି ମାନଙ୍କୁ ମଧ୍ୟ ସାନିଟାଇଜ୍‍କରାଯିବ ବୋଲି ଅଗ୍ନିସମ ବିଭାଗ ପକ୍ଷରୁ କୁହାଯାଇଛି।ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନ ଅଂଚଳର ସମସ୍ତ ପ୍ରବେଶ ପଥକୁ ବାଉଁଶ ବାଡ ଦେଇ ବନ୍ଦ କରାଯାଇଛି ଓ ପୁଲିସ ପକ୍ଷରୁ କଡା ପ୍ରହରା ବ୍ୟବସ୍ଥା ଗ୍ରହଣ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.