Home Coronavirus Outbreak କରୋନା ଆତଙ୍କ ଏବଂ ଲକ୍ ଡାଉନ୍: ମାଳିକା ବଚନ ସତ ହୋଇବ କି; ତୁ ଘରେ...

କରୋନା ଆତଙ୍କ ଏବଂ ଲକ୍ ଡାଉନ୍: ମାଳିକା ବଚନ ସତ ହୋଇବ କି; ତୁ ଘରେ ରହ ..

725

ଭୁବନେଶ୍ୱର: କରୋନା ଭାଇରସ୍ ଆତଙ୍କରେ ଆଜି ସାରା ବିଶ୍ଵ ଆତଙ୍କିତ। ଲକ୍ ଡାଉନ୍ ଘୋଷଣା ଭିତରେ ଅନେକ ଦେଶରେ ଅନେକ ସ୍ଥାନରେ ଲୋକେ ଆଜି ଏକ ପ୍ରକାର ଗୃହବନ୍ଦୀ। ଏପରି ସ୍ଥିତିରେ ଆତଙ୍କ, ଅଭାବ ସମେତ ଲୋକେ ଏକ ପ୍ରକାର ମାନସିକ ଚାପରେ ରହୁଛନ୍ତି। ଏପରି ସ୍ଥିତି ଭିତରେ ଅନେକ ଲୋକ ଦାନ, ଧର୍ମ ଆଦି ସାହାଯ୍ୟ ସମେତ ମାନସିକ ଚାପରୁ ମୁକ୍ତ ରହିବା ପାଇଁ ସୋସିଆଲ୍ ମିଡିଆ ମାଧ୍ୟମରେ ହେଲଥ୍ ଟିପ୍ସ୍, ରୋଷେଇ ଟିପ୍ସ୍, ଯୋଗ ଟିପ୍ସ୍ ଦେଉଛନ୍ତି। ଗୀତ ଗାଉଛନ୍ତି ଏବଂ ବିଭିନ୍ନ ପ୍ରକାର ମନୋରଞ୍ଜନ କରୁଛନ୍ତି। ଶିଳ୍ପପତିଙ୍କ ଠାରୁ ଆରମ୍ଭ କରି କ୍ରୀଡ଼ାବିତ୍ତ, ନେତା/ନେତ୍ରୀ ଏବଂ ଅଭିନେତା ଆଉ ଅଭିନେତ୍ରୀ ଆଦି ସମାଜର ବିଭିନ୍ନ ଶ୍ରେଣୀର ଲୋକ, ସେଲିବ୍ରେଟି ମାନେ ଏପରି କରୁଛନ୍ତି। ଏ’ ଭିତରେ ଓଡ଼ିଆ ସିନେମା ଜଗତର ହାସ୍ୟ କଳାକାର ପପୁ ପମପମଙ୍କ ଏକ ଭିଡିଓ ଗୀତ ଖୁବ୍ ମଜାଳିଆ ଏବଂ ପପୁଲାର୍ ହୋଉଛି। ମାଳିକା ବଚନ ସତ ହୋଇବ କି; ତୁ ଘରେ ରହ .. ଦେଖନ୍ତୁ ଭିଡିଓ ..

 

https://youtu.be/PzUIcDz5Q1w

/- ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.