Home Coronavirus Outbreak କରୋନାରୁ ମୁକ୍ତି ପାଇଁ ହନୁମାନ ଚାଳିଷା ପାଠ କର: କିଏ କହିଲା ଏ କଥା?

କରୋନାରୁ ମୁକ୍ତି ପାଇଁ ହନୁମାନ ଚାଳିଷା ପାଠ କର: କିଏ କହିଲା ଏ କଥା?

1640

ଭୁବନେଶ୍ୱର: କରୋନା ଭାଇରସ୍ ଆତଙ୍କରୁ ମୁକ୍ତି ପାଇବାକୁ ହେଲେ ହନୁମାନ ଚାଳିଷା ପାଠ କରନ୍ତୁ। ମହାମାରୀ କରୋନା ଏବେ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। ଏହାର ପ୍ରତିକାର ପାଇଁ ବିଭିନ୍ନ ଦେଶ ଅଦ୍ୟମ ଚେଷ୍ଟା କରୁଛନ୍ତି। ଏପରି ସ୍ଥିତି ଭିତରେ କରୋନା ମହାମାରୀରୁ ମୁକ୍ତି ପାଇବାକୁ ହେଲେ ହନୁମାନ ଜୟନ୍ତୀ ଅବସରରେ ହନୁମାନ ଚାଳିଷା ପାଠ କରିବାକୁ କହିଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଳନାଥ।

https://www.facebook.com/TheKamalNath/videos/857439628103939/

ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ହନୁମାନ ଜୟନ୍ତୀ ଉପଲକ୍ଷେ ଶୁଭେଚ୍ଛା ଜଣାଇ ହନୁମାନ ଚାଳିଷାର ମହତ୍ତ୍ୱ ବାବଦରେ କହିବା ସହ କରୋନା ମହାମାରୀରୁ ମୁକ୍ତି ପାଇବାକୁ ହେଲେ ହନୁମାନ ଜୟନ୍ତୀ ଅବସରରେ ଘରେ ରହି ହନୁମାନ ଚାଳିଷା ପାଠ କରିବାକୁ ଅପିଲ କରିଛନ୍ତି। କମଳନାଥ କହିଛନ୍ତି, ହନୁମାନ ଚାଳିଷାରେ କୁହାଯାଇଛି ଯେ ଭଗବାନ ହନୁମାନଙ୍କୁ ଧ୍ୟାନ କରିବା ଦ୍ୱାରା ସମସ୍ତ ସଙ୍କଟ ଏବଂ ସବୁ ଦୁଃଖ ଦୂର ହୋଇଯାଏ। ଭଗବାନ ଶୀଘ୍ର ଏହି ମହାମାରୀ ସଙ୍କଟକୁ ଦୂର କରିବେ। ହନୁମାନ ଜୟନ୍ତୀ ଅବସରରେ, ଆମ ସମସ୍ତେ ନିଜ ନିଜ ଘରେ ହନୁମାନ ଚାଳିଷା ପାଠ କରିବା ଉଚିତ୍। ଏଠାରେ ସୂଚନାଯୋଗ୍ୟ ଯେ ମହାମାରୀ କରୋନା ଆତଙ୍କ ଏବଂ ଲକ୍ ଡାଉନ୍ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେତେବେଳେ ଘଣ୍ଟ, ଘଣ୍ଟି ଆଦି ବଜାଇବାକୁ କିମ୍ବା ୫ ତାରିଖ ରାତି ୯’ଟା ରେ ୯’ ମିନିଟ୍ ପାଇଁ ଦୀପ, କ୍ୟାଣ୍ଡେଲ୍ ଆଦି ଜାଳିବାକୁ ଆହ୍ୱାନ କରିଥିଲେ, ସେତେବେଳେ ବାମପନ୍ଥୀ ଆଦିଙ୍କ ସମେତ କିଛି କଂଗ୍ରେସ ନେତା ଏହାକୁ ରୄଢ଼ୀବାଦ ଆଦି କଥା କହି ସମାଲୋଚନା କରିଥିଲେ। ଆଜି କିନ୍ତୁ ସେହି କଂଗ୍ରେସର ଜଣେ ବରିଷ୍ଠ ନେତା ହନୁମାନ ଚାଳିଷା ପାଠ କଥା କହିଛନ୍ତି।

ଆମେରିକା ଆଉ ଚାଇନା: ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ; ସତର୍କ ଭାରତ ..


/-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.