Home ଜିଲ୍ଲା ପରିକ୍ରମା କରୋନା ଆକ୍ରାନ୍ତ ୧୪୨ ଚିହ୍ନଟ

କରୋନା ଆକ୍ରାନ୍ତ ୧୪୨ ଚିହ୍ନଟ

37

ଭଦ୍ରକ, ୨୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଳାରୁ ନୂଆ ଆଉ ୧୪୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪ହଜାର ୯୦୭ ଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ରହିଛି ୧୧ହଜାର ୭୪୬ । ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩ ହଜାର ୧୨୯ । ନୂଆ ଚିହ୍ନଟ ଆକ୍ରାନ୍ତମାନେ ହେଲେ ଭଦ୍ରକ ପୌରପାଳିକାର ଚରମ୍ପା, ନୂଆବଜାର, ପୁରୁଣାବଜାର, କାଜିବଜାର, ଉତ୍ତରବାହିନୀ, ମଠସାହି, ଗବସାହିରୁ ୧୩ଜଣ, ବନ୍ତ ବ୍ଲକର ଅଣିଜୋ, ପଳସା, ତୁଣ୍ଡା, ଅଳଉତି, ଶ୍ରୀମନ୍ତପୁରରୁ ୧୨ଜଣ, ବାସୁଦେବପୁର ବ୍ଳକର ବିଦେଇପୁର, ନୂଆଗାଁରୁ ୨ଜଣ, ଧାମନଗର ଏନ୍‌ଏସିର ୧୦ ନଂ ୱାର୍ହ ଓ ୧୧ ନଂ ସ୍ୱାର୍ଡରୁ ମୋଟ ୧୨ଜଣ, ଭଦ୍ରକ ବ୍ଳକର ଲାଙ୍ଗୁଡି, ଭୁଲିଆ, ପ୍ରାଚୀନଗର, ମହାଦେବପୁର, କୋରକୋରା, ରମ୍ଭିଳା, ରାନ୍ଦିଆ ଗ୍ରାମରୁ ମୋଟ ୧୯ଜଣ, ଚାନ୍ଦବାଲି ବ୍ଳକର ଉଗ୍ରତାରା, ପ୍ରଦ୍ୟୁତନଗର, ହଳଦିଆ, ତେନ୍ତୁଳିଡିହି ଗ୍ରାମରୁ ୪ଜଣ, ତିହିଡ଼ି ବ୍ଳକର ଅଚକ, ଭାଟପଡା, ବାରୋ, ଗାଜିପୁର, ମୁକୁନ୍ଦପୁର, ସୟା, ଗୁଅମ।।ଳ, କନ୍ଦପୁର, ପାଳିଆବିନ୍ଧା, ହରିପୁର ଗ୍ରାମରୁ ୧୩ ଜଣ, ଧାମନଗର ବ୍ଲକର ହାତିଆପଡା, ଘଟସାହି, ବାମଦେବପୁର, ଷୋଳଗାଁ, ବିରୁହାଁ, ଉଚ୍ଚପଦା, କୋରୁଆ, ରଘୁନାଥପୁର ଗ୍ରାମରୁ ୧୯ଜଣ, ଭଣ୍ଡାରିପୋଖରୀ ବ୍ଳକର ବୟାଁବନାପୁର, କହରାପୋଖରୀ, ଷୋଳପୁର, ରଞ୍ଜିତ, ବିଶୋଳ ଗ୍ରାମରୁ ୧୦ଜଣ, ଚାନ୍ଦବାଲି ଏନ୍‌ଏସିର ୩ନଂ, ୭ନଂ ଓ ୮ନଂ ୱାର୍ଡରୁ ୫ଜଣ, ଅନ୍ୟ ଜିଲ୍ଳାରୁ ୩ଜଣ, ଭଦ୍ରକ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ରାଜ୍ୟର ବିଭିନ୍ନ ମେଡିକାଲରେ ୩୦ଜଣ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.