Home କେନ୍ଦୁଝର ଅର୍ଥାଭାବରୁ ଚିକିତ୍ସାରୁ ବଞ୍ଚିତ ଦେବାନନ୍ଦ

ଅର୍ଥାଭାବରୁ ଚିକିତ୍ସାରୁ ବଞ୍ଚିତ ଦେବାନନ୍ଦ

80

ହାଟଡିହି- ୨୫ / ୫(ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଶିବନାରାୟଣପୁର ଗ୍ରାମର ଧରଣୀଧର ସାହୁଙ୍କ ସାନପୁଅ ଦେବାନନ୍ଦ ସାହୁ ଏକ ଦୁର୍ଘଟଣାରେ ଗୁରୁତର ହୋଇ ଘରେ ପଡିଥିବାବେଳେ ଅର୍ଥାଭାବରୁ ଉପଯୁକ୍ତ ଚିକିତ୍ସା ସୁବିଧା ପାଇବାରୁ ବଞ୍ଚିତ ହୋଇଛନ୍ତି । ଖବରରୁ ଜଣାଯାଇଛି ଯେ ଗତ ୪ମାସ ତଳେ ଦେବାନନ୍ଦ କେନ୍ଦୁଝରରୁ ଘରକୁ ବାଇକରେ ଫେରୁଥିବାବେଳେଗୋହିରା ନିକଟରେ ଏକ ସଡକ ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସିତ ହେଉଥିଲେ । ତାଙ୍କ ମେରୁଦଣ୍ଡରେ ଆଘାତ ଲାଗିବା ହେତୁ ସେ ଚିକିତ୍ସା ପାଇଁ ଅନେକ ଅର୍ଥ ଖର୍ଚ୍ଚ କରିବାପରେ ମଧ୍ୟ ସେ ସୁସ୍ଥ ହୋଇପାରିଲେ ନାହିଁ । ଅର୍ଥାଭାବରୁ ସେ ଚିକିତ୍ସା ହୋଇନପାରି ଏବେ ଘରେ ପଡି ରହିଛନ୍ତି । ଦୁଇ ନା ବାଳକ ପୁଅ ଏବଂ ସ୍ତ୍ରୀଙ୍କ ମୁହଁରେ ଦାନା ଗଣ୍ଡାଏ ଯୋଗାଉଥିବା ଦେବେନ୍ଦ୍ର ଏବେ ଘରେ ପଡିରହିଥିବାରୁ ପରିବାର ଲୋକଙ୍କ ମୁହଁରେ ଦାନା ଗଣ୍ଡେ ଠିକଭାବେ ମିଳି ପାରୁନି । ତେଣୁ ଦେବେନ୍ଦ୍ରଙ୍କ ଚିକିତ୍ସା ପାଇଁ ସରକାର କୌଣସି ପଦକ୍ଷେପ ନିଅନ୍ତେ ଅଥବା କୌଣସି ସ୍ୱେଚ୍ଛାସେବୀ ସଂଗଠନ ସହାଯ୍ୟର ହାତ ବଢ଼ାନ୍ତେ ତେବେ ଦେବେନ୍ଦ୍ର ସୁସ୍ଥ ହୋଇପାରନ୍ତେ ଓ ତାଙ୍କ ପରିବାର ମୁହଁରେ ହସ ଫୁଟି ପାରନ୍ତା ବୋଲି ଗ୍ରାମବାସୀମାନେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.