Home ଓଡ଼ିଶା କରୋନା ଆକ୍ରାନ୍ତ ପ୍ରସୂତୀ ମା ଓ ନବଜାତ ଶିଶୁକୁ ସ୍ୱତନ୍ତ୍ର ଚିକିତ୍ସାର ବ୍ୟବସ୍ଥା କରିଥିବା କୋଭିଡ...

କରୋନା ଆକ୍ରାନ୍ତ ପ୍ରସୂତୀ ମା ଓ ନବଜାତ ଶିଶୁକୁ ସ୍ୱତନ୍ତ୍ର ଚିକିତ୍ସାର ବ୍ୟବସ୍ଥା କରିଥିବା କୋଭିଡ ହସପିଟାଲର ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ମୁଖ୍ୟମନ୍ତ୍ରୀ ଟୁଇଟ ମାଧ୍ୟମରେ ପ୍ରଶଂସା ସହ ଧନ୍ୟବାଦ ଜଣାଇଲେ

171

ମାଲକାନଗିରି,୧୩ା୭ (ଓଡିଆ ପୁଅ ) ସମଗ୍ର ବିଶ୍ୱରେ କରୋନା ମହାମାରିର ଆତଙ୍କ ଦେଖାଦେଇଥିବା ବେଳେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା କୋଭିଡ ହସପିଟାଲରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସମଗ୍ର ରାଜ୍ୟରେ ଉଦାହରଣ ସୃଷ୍ଟି କରିଛି,ଯହା କି ଖୋଦ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନପଟନାୟକ ଟୁଇଟ କରି ଏହାକୁ ସ୍ୱିକାର କରିବାସହ ମାଲକାନଗିରି ଜିଲ୍ଲାକୋଭିଡ ହସପିଟାଲର ଡାକ୍ତର,ସ୍ୱାସ୍ଥ୍ୟକର୍ମୀ ଓ କରୋନା ଯୋଦ୍ଧାମାନଙ୍କୁ ଉଚ୍ଚ ପ୍ରଶଂସା କରିବାସହ ଧନ୍ୟବାଦ ଜଣାଇଛନ୍ତି । ଜିଲ୍ଲାପାଳ ମନୀଷଅଗ୍ରଓ୍ୟାଲ ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାମୁଖ୍ୟ ସ୍ୱାସ୍ଥ୍ୟଅଧିକାରୀ ଡା.ଅରୁଣକୁମାର ପାଢି, ସିଡିଏମଓ ଡା.ଶକ୍ତିପ୍ରସାଦ ମିଶ୍ର,କୋଭିଡ ହସପିଟାଲର ନୋଡାଲ ଅଫିସର ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ଙ୍କ ଉଦ୍ୟମ କ୍ରେମ କରୋନା ଆକ୍ରାନ୍ତଥିବା ଗର୍ଭବତୀ ମହିଳା ଓ ନବଜାତ ଶିଶୁ ସ୍ୱାସ୍ଥ୍ୟ ସେବାର ଯତ୍ନନେବା ସହ ସେମାନଙ୍କ ଚିକିତ୍ସା ନିମନ୍ତେ ମାଲକାନଗିରି ଜିଲ୍ଲା କୋଭିଡ ହସପିଟାଲରେ ସ୍ୱତନ୍ତ୍ର କେବିନର ବ୍ୟବସ୍ଥା କରାଯାଇଛି । ଅଲଗା ମା ପାଇଁ ବେଡ ଓ ନବଜାତଶିଶୁ ଙ୍କ ପାଇଁ ଅଲଗା ଓ୍ୟାର୍ମର ପ୍ରସ୍ତୁତ କରାଯାଇ ମା ଠାରୁ ଶିଶୁକୁ ଅଲଗା ରଖି ଶିଶୁ ଯେପରି କରୋନା ସଂକ୍ରମିତ ନ ହେବ ସେଥିପ୍ରତି ଗୁରୁତ୍ୱ ଦିଆଯାଇଛି । ଗତ କାଲି ମାଲକାନଗିରି ହସପିଟାଲରେ ଜଣେ ମହିଳାଙ୍କର ପ୍ରସୂତୀ ବିଭାଗରେ ଶିଶୁଟିଏ ଜନ୍ମ ହୋଇଥିଲା । ସେହି ମହିଳାଜଣ ଙ୍କ କରୋନା ଆକ୍ରାନ୍ତ ବୋଲି ଚିହ୍ନଟ ହେବା ପରେ ଗତ କାଲି ତାଙ୍କୁ ଜିଲ୍ଲାକୋଭିଡ ହସପିଟାଲକୁ ସ୍ଥାନାନ୍ତରିତ କରିଦିଆଯାଇଥିଲା । ନବଜାତ ଶିଶୁଟି ଯେପରି କରୋନା ସଂକ୍ରମିତ ନ ହେବ ସେଥିପ୍ରତି ଗୁରୁତ୍ୱ ଦେଇ ଡାକ୍ତର ସ୍ୱତନ୍ତ୍ର ଓ୍ୟାର୍ମର ରେ ରଖି ଚିକିତ୍ସା ଚଳାଇଛନ୍ତି । ନବଜାତ ଶିଶୁଟି ଜଣ୍ଡିସ ରୋଗରେ ଆକ୍ରାନ୍ତ ଥିବାରୁ କୋଭିଡ ହସପିଟାଲର ନୋଡାଲ ଅଫିସର ଡାକ୍ତର କେ.ସି ମହାପାତ୍ର ଓ ଅନ୍ୟାନ ସ୍ୱାସ୍ଥ୍ୟକର୍ମୀ ମାନେ ଶିଶୁଟିକୁ ଗତ କାଲିଠାରୁ ଚିକିତ୍ସା ସହିତ ସେବା ଯତ୍ନ କରି ଜୀବନ ବଚାଂଇ ଦେଇଛନ୍ତି । ଏହି ଖବର ମୁଖ୍ୟମନ୍ତ୍ରୀ ଜାଣିବାପରେ ସେ ମାଲକାନଗିରି ଜିଲ୍ଲା କୋଭିଡ ହସପିଟାଲର ଡାକ୍ତର,ସ୍ୱାସ୍ଥ୍ୟକର୍ମୀ ଓ ସମସ୍ତ କରୋନା ଯୋଦ୍ଧା ମାନଙ୍କୁ ଟୁଇଟ ମାଧ୍ୟମରେ ଧନ୍ୟବାଦ ସହ ପ୍ରଶାଂସା କରି ଲେଖିଛନ୍ତି କରୋନା ଆକ୍ରାନ୍ତ ମା ଓ ନବ ଜାତ ଶିଶୁ ଙ୍କୁ ସ୍ୱତନ୍ତ୍ର ଭାବେ ଅଲଗା ଅଲଗା ଭାବେ ଚିକିତ୍ସା ବ୍ୟବସ୍ଥା କରି ଦୁହିଁଙ୍କ ଜୀବନ ବଚାଂଇ ଦେଇଥିବାରୁ ଏହା ସମଗ୍ର ରାଜ୍ୟପାଇଁ ଉଦାହରଣ ସୃଷ୍ଟିକରିଛି । ଏହି ଖବର ଜିଲ୍ଲାବାସୀ ଜାଣିବାପରେ ଜିଲ୍ଲାପ୍ରଶାସନ, ଜିଲ୍ଲାସ୍ୱାସ୍ଥ୍ୟବିଭାଗ ଓ କୋଭିଡ ହସପିଟାଲର ଡାକ୍ତର ଶ୍ରୀ ମହାପାତ୍ର,ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ପ୍ରଶଂସା କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.