Home କେନ୍ଦୁଝର କରୋନାର ଦୁଖଃ, ୩ଛୁଆଙ୍କ ଚିନ୍ତାରେ ମା,

କରୋନାର ଦୁଖଃ, ୩ଛୁଆଙ୍କ ଚିନ୍ତାରେ ମା,

71

ହାଟଡ଼ିହି,୧୮ / ୭/ : (ଓଡିଆପୁଅ / ବିକାଶ ବିଶ୍ୱାଳ)କାହା ଭାଗ୍ୟରେ କେତେବେଳେ କଣ ହୁଏ ତାହା କେହି କହିପାରନ୍ତିନି । ଏପରି ଏକ ଭାଗ୍ୟକୁ ନେଇ ଓରାଳି ଗ୍ରାମର ଗୋଟିଏ ପରିବାର ଏବେ ଚିନ୍ତାରେ । ଯେଉଁ ପରିବାରଟି ହସଖୁସିରେ ଦିନ କାଟୁଥିଲା ଏବେ ଭାଗ୍ୟକୁ ଆଦରି ଘରେ ପଡିରହିଛନ୍ତି ତିନି ତିନଟି ଛୁଆ । ଖବରରୁ ଜଣାଯାଇଛି ଯେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଓରାଳି ଗ୍ରାମର ସ୍ୱର୍ଗତ ଶଶିକାନ୍ତ ଘଡେଇଙ୍କ ପରିବାର । ଶଶିକାନ୍ତ ଘଡେଇ ଜଣେ ରାଜମିସ୍ତ୍ରୀ । ସେ ଅନ୍ୟର ଘରକାମ କଲେ ଯାଇ ପରିବାର ଚଳିବା ସହ ଛୋଟ ଛୋଟ ପିଲାଙ୍କର ପାଠପଢ଼ା ଖର୍ଚ୍ଚ ହୁଏ । ଘରେ ସ୍ତ୍ରୀ ଇନ୍ଦୁମତୀ ଘଡେଇ, ଦୁଇ ଜାଆଁଳା ଝିଅ ଶ୍ରଦ୍ଧାଞ୍ଜଳୀ ଓ ଗୀତାଞ୍ଜଳୀ ଓ ସାନଝିଅ ଶୁଭଲକ୍ଷ୍ମୀ । ଶ୍ରଦ୍ଧାଞ୍ଜଳୀ ଓ ଗୀତାଞ୍ଜଳୀ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବାବେଳେ ଶୁଭଲକ୍ଷ୍ମୀ ସ୍କୁଲ ଯାଇ ନାହିଁ । ପରିବାରଟି ହସଖୁସିରେ ଗତି କରୁଥିବାବେଳେ ଗତ ୧୪ ଅକ୍ଟାବର ୨୦୨୦ରେ କରୋନାରେ ଆକ୍ରାନ୍ତ ହୋଇ ରାଙ୍କି ସ୍ଥିତ କୋଭିଡ ହସପିଟାଲରେ ତାଙ୍କର ପରଲୋକ ଘଟିଥିଲା । ଏପରିଅବସ୍ଥାରେ ପରିବାରଟି ସମ୍ପୁର୍ଣ୍ଣ ବେସାହାରା ହୋଇପଡିଲା । ଏପରିସ୍ଥଳେ ଘରେ ଦାନା ଗଣ୍ଡିଏ ଖାଇବାକୁ ନାହିଁ । ସରକାରଙ୍କ ତରଫରୁ ମିଳୁଥିବା ୧୫କିଲୋ ଚାଉଳ ହିଁ ତାଙ୍କ ପରିବାର ପାଇଁ ସାହା ଭରଷା ପାଲଟିଛି । ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତିଙ୍କ ମୃତ୍ୟୁ ପରେ ପରିବାରଟି ଅର୍ଦ୍ଧାହାରରେ ଦିନ କାଟୁଛି । ଶଶିକାନ୍ତଙ୍କ ମୃତ୍ୟୁର ମାସେ ପୁର୍ବରୁ ତାଙ୍କ ବଡଭାଇଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା । ଏପରି ଅବସ୍ଥାରେ ଦୁଇପୁଅଙ୍କୁ ହରାଇ ସେମାନଙ୍କ ଫଟୋକୁ ଧରି ୮୬ବର୍ଷର ବୃଦ୍ଧ ବାପା ବାହୁନି କାନ୍ଦିବା ବ୍ୟତିତ ଅନ୍ୟ କୌଣସି ପନ୍ଥା ତାଙ୍କ ପାଖରେ ନାହିଁ ବୋଲି ବାପା କୈଳାଶ କହିଛନ୍ତି । ଦୁଇପୁଅ ସକାଳୁ ବିଛଣାରୁ ତାଙ୍କୁ ହାତଧରି ଉଠାଇ ଦେଉଥିବାବେଳେ ସମସ୍ତ କଥା ବୁଝୁଥିଲେ । ଏବେ ତାଙ୍କ ପାଖରେ ଦୁଇ ବିଧବା ବୋହୁଙ୍କୁ ଦେଖିଲେ ଅନ୍ତରର କୋହ ସମ୍ଭାଳି ପାରୁ ନାହାନ୍ତି ବୋଲି କହିଛନ୍ତି । ତାଙ୍କ ଆଖିରୁ ଲୁହ ଆପେ ଆପେ ବହି ଚାଲିଛି । ତିନିଜଣ ଛୋଟ ଛୋଟ ଛୁଆଙ୍କ ପାଠପଢ଼ା ପ୍ରତି ଆଗ୍ରହ ଥିବାବେଳେ ଆର୍ଥିକ ଅଭାବ ଅନାଟନ ମଧ୍ୟରେ ସେମାନଙ୍କୁ କିପରି ପ୍ରତିପୋଷଣ କରି ପାଠ ପଢ଼ାଇବେ ସେନେଇ ଚିନ୍ତାରେ ପଡିଯାଇଛନ୍ତି ଇନ୍ଦୁମତୀ । ପରର ସାହାଯ୍ୟରେ ଦିନ କାଟୁଥିବା ବେଳେ ସରକାରଙ୍କ ପକ୍ଷରୁ ତାଙ୍କୁ ଆଜି ପର୍ଯ୍ୟନ୍ତ କୌଣସି ସହାୟତା ମିଳିନଥିବା ସେ କହିଛନ୍ତି । ରାଜ୍ୟ ସରକାର ଏବେ ଗରିବ ଅସହାୟ ପରିବାରବର୍ଗଙ୍କ ପାଇଁ ଆଶିର୍ବାଦ ଯୋଜନା କାର୍ଯ୍ୟକାରୀ କରିଥିଲେ ମଧ୍ୟ ଉକ୍ତ ପରିବାରଟି ସେହି ଯୋଜନାରେ ସାମିଲ ହୋଇ ପାରୁନାହିଁ । ଫଳରେ ଛୁଆମାନେ କିପରି ଶିକ୍ଷାଲାଭ କରିବେ ସେନେଇ ନାନା ଆଶଙ୍କାରେ କାଳ କାଟୁଛନ୍ତି ଇନ୍ଦୁମତୀ । ଏପରି ଅବସ୍ଥାରେ ସରକାର କିମ୍ବା କୌଣସି ସ୍ୱେଚ୍ଛାସେବୀ ଅନୁଷ୍ଠାନ ଉକ୍ତ ପରିବାରକୁ ସହଯୋଗର ହାତ ବଢ଼ାନ୍ତା ତେବେ ଉକ୍ତ ଛୁଆମାନେ ଉଚ୍ଚଶିକ୍ଷା ଲାଭ କରି ସମାଜରେ ନିଜକୁ ପ୍ରତିଷ୍ଠିତ କରିପାରନ୍ତେ ବୋଲି ପୁର୍ବତନ ସରପଞ୍ଚ ଅରୁଣ କୁମାର ପ୍ରଧାନ, ସୁଧାଶୁଂ ଦକ୍ଷିଣରାୟ, ବିନୋଦ ବିହାରୀ ରାଉତ, ବିରେନ୍ଦ୍ର ପଣ୍ଡା, ତ୍ରୀଲୋଚନ ପୁହାଣ, ପ୍ରଶାନ୍ତ ରାଉତ, ଆନନ୍ଦ ନାୟକ, ରାଜୀବ ସାହୁ, ବିକାଶ ଜେନା ପ୍ରମୁଖ ଗ୍ରାମବାସୀମାନେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.