Home କେନ୍ଦୁଝର ଅଗ୍ନିବିପନ୍ନଙ୍କୁ ସହାୟତା କଲେ ବିଧାୟକ

ଅଗ୍ନିବିପନ୍ନଙ୍କୁ ସହାୟତା କଲେ ବିଧାୟକ

59

ହାଟଡ଼ିହି,୧୮ / ୭/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ବଞ୍ଚୋ ପଞ୍ଚାୟତ ଶିବନାରାୟଣପୁର ଗ୍ରାମରେ ଗତ ଶନିବାର ଦିନ ଅଗ୍ନିକାଣ୍ଡ ଘଟି ମଣିଚରଣ ସାହୁ, କ୍ଷେତ୍ରବାସୀ ସାହୁ, ମଙ୍ଗୁଳି ଚରଣ ସାହୁ, ପ୍ରହଲାଦ ସାହୁଙ୍କ ୬ବଖରା ଘର ଜଳିଯିବା ସହ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଥିଲା । ଖବରପାଇ ଆଜି ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ଘଟଣାସ୍ଥଳରେ ପହଞ୍ଚି ବିପନ୍ନ ମାନଙ୍କୁ ସମବେଦନା ଜଣାଇବା ସହିତ ସେମାନଙ୍କୁ ଶାଢ଼ୀ, ଲୁଙ୍ଗି ଓ ନଗଦ ଅର୍ଥ ପ୍ରଦାନ କରିବା ସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାସଗୃହ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି । ତାଙ୍କ ସହିତ ବଞ୍ଚୋ ପଞ୍ଚାୟତର ପୁର୍ବତନ ସରପଞ୍ଚ ଶଶାଙ୍କ ଶେଖର ପୁହାଣ, ପ୍ରଭାକର ଖଣ୍ଡା, ହୃଷିକେଶ ପରିଡାଙ୍କ ସମେତ ବହୁ ଲୋକ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.